'Loudspeaker ନ ହଟାଇଲେ ମସଜିଦ୍ ସାମନାରେ ହନୁମାନ ଚାଳିଶା ପଢିବୁ'
Advertisement

'Loudspeaker ନ ହଟାଇଲେ ମସଜିଦ୍ ସାମନାରେ ହନୁମାନ ଚାଳିଶା ପଢିବୁ'

ମହାରାଷ୍ଟ୍ର ନବନିର୍ମାନ ସେନା (MNS) ମୁଖ୍ୟ ରାଜ ଠାକରେ ଶନିବାର କହିଛନ୍ତି ଯେ, ସେ କୌଣସି ଧର୍ମ ବିରୋଧୀ ନୁହଁନ୍ତି, କିନ୍ତୁ ଯଦି ରାଜ୍ୟ ସରକାର ମସଜିଦ ବାହାରୁ ଲାଉଡ ସ୍ପିକର ନ ହଟାନ୍ତି ତେବେ ତାଙ୍କ ଦଳର କର୍ମୀମାନେ ମସଜିଦ ସମ୍ମୁଖରେ ଲାଉଡ ସ୍ପିକର ଲଗାଇ ହନୁମାନ ଚଲିସା (Hanuman Chalisa) ପଢିବେ।

ଫାଇଲ ଫଟୋ (ରାଜ ଠାକରେ)

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ ମହାନାଟକ ଆରମ୍ଭ ହୋଇଯାଇଛି। ଲାଉଡ ସ୍ପିକରକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପରିବାରେ ଲଢେଇ ଚାଲିଛି। ମସଜିଦରେ ଲାଇଥିବା ଲାଉଡ ସ୍ପିକରକୁ ଯଦି ସରକାର ନ ହଟାନ୍ତି ତେବେ ମସଜିଦରେ ସାମନାରେ ଲାଉଡ ସ୍ପିକର ଲଗାଇ ଆମେ ହନୁମାନ ଚାଳିଶା ପଢିବୁ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ କହିଛନ୍ତି।

ମହାରାଷ୍ଟ୍ର ନବନିର୍ମାନ ସେନା (MNS) ମୁଖ୍ୟ ରାଜ ଠାକରେ ଶନିବାର କହିଛନ୍ତି ଯେ, ସେ କୌଣସି ଧର୍ମ ବିରୋଧୀ ନୁହଁନ୍ତି, କିନ୍ତୁ ଯଦି ରାଜ୍ୟ ସରକାର ମସଜିଦ ବାହାରୁ ଲାଉଡ ସ୍ପିକର ନ ହଟାନ୍ତି ତେବେ ତାଙ୍କ ଦଳର କର୍ମୀମାନେ ମସଜିଦ ସମ୍ମୁଖରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା (Hanuman Chalisa) ପଢିବେ। ଶିବାଜୀ ପାର୍କରେ ଗୁଡି ପ୍ୟାଡୱା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ ଠାକରେ ଏହା କହିଛନ୍ତି। ସେ କହିଛନ୍ତି, 'ମସଜିଦ ବାହାରେ କାହିଁକି ଲାଉଡ ସ୍ପିକର ଦରକାର? ଧର୍ମ ପ୍ରତିଷ୍ଠା ସମୟରେ ଲାଉଡ ସ୍ପିକର ଥିଲା କି? ଯଦି ସରକାର ତାହାକୁ ନ ହଟାନ୍ତି ତେବେ MNS କର୍ମୀମାନେ ମସଜିଦ୍ ସାନମାରେ ହନୁମାନ ଚାଳିଶା ପଢିବେ। ମୁଁ ପ୍ରାର୍ଥନା କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧର୍ମର ବିରୋଧୀ ନୁହେଁ। କିନ୍ତୁ ମୁଁ ମୋର ନିଜ ଧର୍ମ ପାଇଁ ଗର୍ବିତ।"

Also Read: ଟାର୍ଗେଟରେ କାଳିଆ ପେଟ! ଶୀମନ୍ଦିର ରୋଷଶାଳାରେ ୬୦ରୁ ଊର୍ଦ୍ଧ୍ୱ ଚୁଲା ଭାଙ୍ଗି ଦେଲେ ସେବାୟତ

ଏହା ବ୍ୟତୀତ ମୁମ୍ବାଇର ମୁସଲିମ (Muslim) ଅଞ୍ଚଳରେ ଥିବା ମଦ୍ରାସା ଗୁଡିକରେ ଚଢାଉ କରିବା ପାଇଁ ରାଜ ଠାକରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମଦ୍ରାସାରେ ପାକିସ୍ତାନୀ ସମର୍ଥକମାନେ ରହୁଛନ୍ତି। ମୁମ୍ବାଇ ପୋଲିସ ସେଠାରେ କଣ ଘଟୁଛି ସବୁ ଜାଣିଛି। ଆମର ବିଧାୟକମାନେ ଭୋଟ୍ ବ୍ୟାଙ୍କ ପାଇଁ ସେମାନଙ୍କୁ ବ୍ୟବହାର କରୁଛନ୍ତି। ସେମାନଙ୍କ ଆଧାର କାର୍ଡ ମଧ୍ୟ ଅଛି।' ଏନସିପି ରାଜ୍ୟରେ ଜାତି ଭିତ୍ତିରେ ଲୋକଙ୍କୁ ବିଭକ୍ତ କରିଛି ବୋଲି ରାଜ ଠାକ (Raj Thackeray) ରେ ଅଭିଯୋଗ କରିଛନ୍ତି।

ଉତ୍ତର ପ୍ରଦେଶର ବିକାଶରେ ରାଜ ଠାକରେ ଖୁବ ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି, 'ମୁଁ ୟୁପିର ଅଗ୍ରଗତିରେ ବହୁତ ଖୁସି ଅଛି। ଆମେ ମହାରାଷ୍ଟ୍ରରେ ମଧ୍ୟ ସମାନ ବିକାଶ ଚାହୁଁଛୁ। ମୁଁ ଅଯୋଧ୍ୟା ଯିବି, କିନ୍ତୁ କିହିଁକି ଯିବି ତାହା ଆଜି ଆପଣଙ୍କୁ କହିବି ନାହିଁ। ମୁଁ ହିନ୍ଦୁତ୍ୱ ବିଷୟରେ ଆଲୋଚନା କରିବି।' ତେବେ ହିନ୍ଦୁତ୍ୱକୁ ନେଇ ସବୁବେଳେ ସମ୍ବେଦନଶୀଳ ଥିବା ନବନିର୍ମାଣ ସେନା ମୁଖ୍ୟ ଗୁଡି ପଡୱା ଦିନ ଦେଇଥିବା ଏପରି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଏହି ପ୍ରସଙ୍ଗରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହା ବିକାଶ ଅଘାଡି ସରକାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।