Advertisement
Article Detail0/zeeodisha/odisha2949797

ନୂଆପଡ଼ାକୁ ୧୧୦୦ କୋଟି, ଲୋକପ୍ରିୟତା ପ୍ରମାଣ କରିବାକୁ ମୋହନଙ୍କ ଉଦ୍ୟମ

ନିର୍ବାଚନ ମୁହାଁ ନୂଆପଡ଼ା ଲାଗି ହାତ ଖୋଲି ଦେଇଛନ୍ତି ଓଡ଼ିଶା ସରକାର। ୧୦୦ କୋଟି ଟଙ୍କାର ଜନମଙ୍ଗଳ ଯୋଜନାକୁ ଆଜି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ କରୁଛନ୍ତି। ଏ ନେଇ ନିଜ ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେ କହିଛନ୍ତି ‘ ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ

  • ୨୦୨୪ ନିର୍ବାଚନରେ ଏହି ଆସନରୁ ବିଜେଡିର ପ୍ରାର୍ଥୀ ରାଜେନ୍ଦ୍ର ସିଂହ ଡୋଲକିଆ  ନିର୍ବାଚିତ ହୋଇଥିଲେ।  ସେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ୧୦୮୮୧ ଭୋଟରେ ହରାଇଥିଲେ। ରାଜେନ୍ଦ୍ର ପାଇଥିବା ସମୁଦାୟ ଭୋଟ ପରିମାଣ ଥିଲା ୬୧ହଜାର ୮୨୨। ଆଉ ଘାସିରାମ ପାଇଥିଲେ ୫୦ ହଜାର ୯୪୧।
  • ଏହି ରଣାଙ୍ଗନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି। ଏହାର ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୧୭ ହଜାର ୮ଖଣ୍ଡ ଭୋଟରେ ରାଜେନ୍ଦ୍ରଙ୍କଠାରୁ ପଛରେ ଥିଲେ। ଅଭିନନ୍ଦନ ପୂର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତ୍ର ହୋଇଥିଲେ ମଧ୍ୟ ତାଙ୍କର ଭୋଟ ପରିମାଣ କମିବା ତାଙ୍କ ଲୋକପ୍ରିୟତା ହ୍ରାସକୁ ପ୍ରମାଣିତ କରୁଛି।

Trending Photos

ନୂଆପଡ଼ାକୁ ୧୧୦୦ କୋଟି, ଲୋକପ୍ରିୟତା ପ୍ରମାଣ କରିବାକୁ ମୋହନଙ୍କ ଉଦ୍ୟମ

ଭୁବନେଶ୍ୱର: ନିର୍ବାଚନ ମୁହାଁ ନୂଆପଡ଼ା ଲାଗି ହାତ ଖୋଲି ଦେଇଛନ୍ତି ଓଡ଼ିଶା ସରକାର। ୧୦୦ କୋଟି ଟଙ୍କାର ଜନମଙ୍ଗଳ ଯୋଜନାକୁ ଆଜି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ କରୁଛନ୍ତି। ଏ ନେଇ ନିଜ ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ସେ କହିଛନ୍ତି ‘ ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ନୂଆପଡ଼ା ଜିଲ୍ଲାରେ ୧,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି। ଏହି ପ୍ରକଳ୍ପ ଗୁଡ଼ିକ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି କ୍ଷେତ୍ରରେ ବିପୁଳ ଅଭିବୃଦ୍ଧି ଆଣିବା ସହ ଉନ୍ନତ ସଂଯୋଗୀକରଣ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ଜୀବନଧାରଣମାନର ଉନ୍ନତିକୁ ସୁନିଶ୍ଚିତ କରିବ। ସର୍ବସ୍ପର୍ଶୀ ଓ ସମାବେଶୀ ବିକାଶ ସହ ଓଡ଼ିଶାର ଜନସାଧାରଣଙ୍କ ସେବା କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ସଂକଳ୍ପବଦ୍ଧ’।

https://x.com/MohanMOdisha/status/1975061267401621717

Add Zee News as a Preferred Source

୨୦୨୪ ନିର୍ବାଚନରେ ଏହି ଆସନରୁ ବିଜେଡିର ପ୍ରାର୍ଥୀ ରାଜେନ୍ଦ୍ର ସିଂହ ଡୋଲକିଆ  ନିର୍ବାଚିତ ହୋଇଥିଲେ।  ସେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ୧୦୮୮୧ ଭୋଟରେ ହରାଇଥିଲେ। ରାଜେନ୍ଦ୍ର ପାଇଥିବା ସମୁଦାୟ ଭୋଟ ପରିମାଣ ଥିଲା ୬୧ହଜାର ୮୨୨। ଆଉ ଘାସିରାମ ପାଇଥିଲେ ୫୦ ହଜାର ୯୪୧।

ଏହି ରଣାଙ୍ଗନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି। ଏହାର ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୧୭ ହଜାର ୮ଖଣ୍ଡ ଭୋଟରେ ରାଜେନ୍ଦ୍ରଙ୍କଠାରୁ ପଛରେ ଥିଲେ। ଅଭିନନ୍ଦନ ପୂର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତ୍ର ହୋଇଥିଲେ ମଧ୍ୟ ତାଙ୍କର ଭୋଟ ପରିମାଣ କମିବା ତାଙ୍କ ଲୋକପ୍ରିୟତା ହ୍ରାସକୁ ପ୍ରମାଣିତ କରୁଛି।

ଅପରପକ୍ଷେ ଏବେ ରାଜ୍ୟ ରାଜନୀତିରେ ସମୀକରଣ ବଦଳିଛି। ବିଜେଡିର ଶୀର୍ଷ ନେତୃତ୍ୱ ଓ ସଂଗଠନ ଭିତରେ ପ୍ରଭେଦ ସୃଷ୍ଟି ହୋଇଛି। ଗୋଷ୍ଠୀ ବିବାଦ ବିଜେଡିର ଭୋଟକୁ ଭାଗଭାଗ କରିପାରେ।  ଅପରପକ୍ଷେ ନୂଆପଡ଼ା ଉପ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ନିଜ ଲୋକପ୍ରିୟତାର ପ୍ରମାଣ ଦେବାକୁ ଚାହୁଁଛନ୍ତି। ଏହା ତାଙ୍କର ନେତୃତ୍ୱକୁ କେନ୍ଦ୍ରୀୟ ସ୍ତରରେ ବଳିଷ୍ଠ କରିବ। ଏଣୁ ସରକାରୀ ସ୍ତରରେ  ଜନ ମଙ୍ଗଳ ଯୋଜନା ଘୋଷଣା କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଆସୁଛନ୍ତି।

ବିଧି ଅନୁସାରେ  ବିଧାୟକଙ୍କ ବିୟୋଗ ବା ଇସ୍ତଫା ପରେ ୬ ମାସ ଭିତେ ଏହି ପଦବୀ ପୂରଣ କରିବା ପାଇଁ ନିର୍ବାଚନ କମିଶନ ଘୋଷଣା କରିଥାନ୍ତି। ଏହିକ୍ରମରେ ବିହାର ନିର୍ବାଚନ ସହ ଏହି ଉପ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏଣୁ ଯେହେତୁ   ଆଜି ଅପରାହ୍ଣରେ ବିହାର ନିର୍ବାଚନ ତାରିଖ ଘୋଷଣା ହୋଇପାରେ,  ନୂଆପଡ଼ା ଉପ ନିର୍ବାଚନ ଲାଗି ମଧ୍ୟ ଆଜି ତାରିଖ ଘୋଷଣା ହେବା ସମ୍ଭାବନା ରହିଛି।

About the Author