ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ରଣନୀତି ବଦଳାଇଲା ବିଜେପି, ସିନ୍ଧିଆଙ୍କୁ ଛାଡ଼ି ଏହି କେନ୍ଦ୍ର ମନ୍ତ୍ରୀ ସମ୍ଭାଳିଲେ ମୋର୍ଚ୍ଚା
Advertisement

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ରଣନୀତି ବଦଳାଇଲା ବିଜେପି, ସିନ୍ଧିଆଙ୍କୁ ଛାଡ଼ି ଏହି କେନ୍ଦ୍ର ମନ୍ତ୍ରୀ ସମ୍ଭାଳିଲେ ମୋର୍ଚ୍ଚା

ଦଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ସ୍ଥିତି ମଜଭୁତ ହେବାରୁ ଚିନ୍ତିତ ଓ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାଙ୍କୁ ମନେଇବା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଏବଂ ପ୍ରଦେଶାଧ୍ୟକ୍ଷ ବିଷ୍ଣୁ ଦତ୍ତ ଶର୍ମା (Vishnu Dutt Sharma) ମୋର୍ଚ୍ଚା ସମ୍ଭାଳିଛନ୍ତି ।

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ରଣନୀତି ବଦଳାଇଲା ବିଜେପି, ସିନ୍ଧିଆଙ୍କୁ ଛାଡ଼ି ଏହି କେନ୍ଦ୍ର ମନ୍ତ୍ରୀ ସମ୍ଭାଳିଲେ ମୋର୍ଚ୍ଚା

ଭୋପାଳ: ମଧ୍ୟପ୍ରଦେଶର ୨୭ଟି ବିଧାନସଭା ଆସନରେ ଉପନିର୍ବାଚନ (MP Bypolls) ଅନୁଷ୍ଠିତ ହେବାର ଅଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଏହି କ୍ରମରେ ବିଜେପି (BJP) ମଧ୍ୟ ରଣନୀତିରେ ପରିବର୍ତ୍ତନ କରିଛି । ଦଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ସ୍ଥିତି ମଜଭୁତ ହେବାରୁ ଚିନ୍ତିତ ଓ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାଙ୍କୁ ମନେଇବା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଏବଂ ପ୍ରଦେଶାଧ୍ୟକ୍ଷ ବିଷ୍ଣୁ ଦତ୍ତ ଶର୍ମା (Vishnu Dutt Sharma) ମୋର୍ଚ୍ଚା ସମ୍ଭାଳିଛନ୍ତି । କାର୍ଯ୍ୟକର୍ତ୍ତାଙ୍କ ସହ ସେମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଜାରି ରହିଛି ଏବଂ ଆଗାମୀ ଦୁଇ ଦିନ ଅବଶିଷ୍ଟ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବାକୁ ସ୍ଥିର ହୋଇଛି ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନର ଫଳାଫଳ ବଦଳାଇ ଦେବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ! ଜାଣନ୍ତୁ ବିଧାନସଭାର ଗଣିତ...

ଅନ୍ୟପକ୍ଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ବର୍ତ୍ତମାନ କେବଳ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chauhan) ଙ୍କ ସହ ଗସ୍ତ କରିବେ । ସେପ୍ଟେମ୍ବର ୭ରୁ ଦୁହେଁ ଗରିବ ଲୋକଙ୍କୁ ରାସନ ପାଇଁ ଯୋଗ୍ୟତା ସ୍ଲିପ୍ ବଣ୍ଟନ କରିବେ । ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପିକୁ କ୍ରମାଗତ ଭାବରେ ଫିଡବ୍ୟାକ୍ ବା ମତାମତ ମିଳୁଥିଲା ଯେ ସିନ୍ଧିଆ ଆସିବା ପରଠାରୁ ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପ୍ରଶ୍ନ ସହ ଅସନ୍ତୁଷ୍ଟ ଭାବନା ରହିଛି ।  ଏହା ଉପରେ ଦଳ କର୍ମୀଙ୍କ ସହ ଭେଟିବାର କାର୍ଯ୍ୟ ତୋମାର ଏବଂ ଭିଡିଙ୍କୁ ଦେଇଛନ୍ତି । ସେମାନଙ୍କ ବୈଠକରେ ଏହା ସାମ୍ନାକୁ ଆସିଛି ଯେ ଗ୍ୱାଲିଅର-ଚାମ୍ବଲ ଡିଭିଜନଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସମସ୍ତ ଉପନିର୍ବାଚନ ଆସନ ପର୍ଯ୍ୟନ୍ତ ସିନ୍ଧିଆଙ୍କ ଚର୍ଚ୍ଚା ରହିଛି । ତେବେ ଯେତେବେଳେ ସିନ୍ଧିଆ ଏବଂ ତାଙ୍କ ସମର୍ଥକ ଆସନ୍ତି, ସେତେବେଳେ ସେମାନଙ୍କ ଆଗରେ ବିଜେପି କର୍ମୀମାନେ ଅସହଜ ଅନୁଭବ କରନ୍ତି ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଏନଡିଏ ଦି ଫାଳ, ନୀତିଶଙ୍କ ବିରୋଧରେ ଚିରାଗଙ୍କ ବିଦ୍ରୋହ !

ନରେନ୍ଦ୍ର ସିଂ ତୋମାର ଏବଂ ଭିଡି ଶର୍ମାଙ୍କ ବୈଠକରେ ତୃଣମୂଳ କାର୍ଯ୍ୟକର୍ତ୍ତାଙ୍କୁ କଡ଼ା ନିର୍ଦ୍ଦେଶ ଦେବା ପରିବର୍ତ୍ତେ ମତାମତ ନିଆଯାଉଛି । ସେମାନଙ୍କର ସନ୍ଦେହ ଏବଂ ପ୍ରଶ୍ନର ସମାଧାନ କରାଯାଉଛି । ଏକ ସରଳ ପ୍ରଶ୍ନ ହେଉଛି ଯେ କଣ ସିନ୍ଧିଆ ସମର୍ଥକଙ୍କୁ ଟିକେଟ ମିଳିବ ? ଏହା ଉପରେ ତୋମାର ସେମାନଙ୍କୁ ବୁଝାଉଛନ୍ତି ଯେ ସିନ୍ଧିଆ ବର୍ତ୍ତମାନ ବିଜେପି ପରିବାରର ଏକ ଅଂଶ । 

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲା ଭାରତ

କାର୍ଯ୍ୟକର୍ତ୍ତାମାନେ ବୁଝିବା ଉଚିତ ଯେ ସରକାର ରହିବା ଆବଶ୍ୟକ, କେବଳ ସେତେବେଳେ ହିଁ ସେମାନେ ମୁଣ୍ଡ ଉଠାଇ ଚାଲିପାରିବେ । ବଡ ପ୍ରଶ୍ନ ଏହା ନୁହେଁ ଯେ ଟିକେଟ୍ କାହାକୁ ମିଳୁଛି ବରଂ ଲକ୍ଷ୍ୟ ରଖନ୍ତୁ ଯେ ବିଜେପି ମଜଭୁତ ହେଉ । ଯେତେବେଳେ ୨୦୦୮ ଏବଂ ୨୦୧୩ରେ ବିଜେପି ବିଧାନସଭା ନିର୍ବାଚନରେ ​​ଜିତିଥିଲା । ସେତେବେଳେ ପ୍ରଦେଶାଧ୍ୟକ୍ଷ ନରେନ୍ଦ୍ର ସିଂ ତୋମାର ଥିଲେ ।