TMC କୁ ଫେରିବେ ମୁକୁଲ ରାୟ!
Advertisement

TMC କୁ ଫେରିବେ ମୁକୁଲ ରାୟ!

ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଜୁନ ୨ରେ ମୁକୁଲ ରାୟଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । ସେବେଠାରୁ ରାଜନୈତିକ ସମୀକରଣ ବଦଳିପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା ।

TMC କୁ ଫେରିବେ ମୁକୁଲ ରାୟ!

କୋଲକାତା: ତୃଣମୂଳ କଂଗ୍ରେସ (TMC) ଛାଡି ବିଜେପି (BJP) ରେ ଯୋଗ ଦେଇଥିବା ମୁକୁଲ ରାୟ (Mukul Roy) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଭେଟିବା ପାଇଁ କୋଲକାତାରେ ଟିଏମସି ମୁଖ୍ୟାଳୟରେ ପହଞ୍ଚିଛନ୍ତି । ମମତା ବାନାର୍ଜୀଙ୍କୁ ଭେଟିବା ପୂର୍ବରୁ ହିଁ ମୁକୁଲ ରାୟଙ୍କ ଟିଏମସିକୁ ଫେରିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି ।

ଅଧିକ ପଢ଼ନ୍ତୁ:-ବିଜେପିରେ ଯୋଗଦେବା ମାତ୍ରେ ଜିତିନ ପ୍ରସାଦଙ୍କୁ ମିଳିବାକୁ ଯାଉଛି ଏହି ବଡ଼ ଉପହାର!

ମୁକୁଲ ରାୟଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ ଅଭିଷେକ ବାନାର୍ଜୀ 

ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଜୁନ ୨ରେ ମୁକୁଲ ରାୟଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । ସେବେଠାରୁ ରାଜନୈତିକ ସମୀକରଣ ବଦଳିପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା ।

ପଶ୍ଚିମବଙ୍ଗ ବିଜେପି ବୈଠକରେ ସାମିଲ ହୋଇ ନଥିଲେ ମୁକୁଲ ରାୟ 

ନିକଟ ଅତୀତରେ କୋଲକାତାରେ ପଶ୍ଚିମବଙ୍ଗ ବିଜେପି ଦ୍ୱାରା ଡକାଯାଇଥିବା ବୈଠକରେ ମୁକୁଲ ରାୟ ମଧ୍ୟ ଯୋଗ ଦେଇନଥିଲେ । ତେବେ ବିଗତ ଦିନରେ ମୁକୁଲ ରାଏ ଟିଏମସି ଯିବାର କଳ୍ପନାକୁ ଖାରଜ କରି ନିଜକୁ ବିଜେପିର ସିପାହୀ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ:-ରାମଦେବ ମଧ୍ୟ ଲଗାଇବେ କୋରୋନା ଟିକା, କହିଲେ-ଆମର ଲଢ଼େଇ ଡାକ୍ତରଙ୍କ ସହ ନୁହେଁ...

ବିଜେପିରେ ଯୋଗଦେବା ପୂର୍ବରୁ ଟିଏମସି ସାଧାରଣ ସମ୍ପାଦକ ଥିଲେ ମୁକୁଲ ରାଏ 

ଏଠାରେ କହି ରଖୁଛୁ ଯେ ମୁକୁଲ ରାୟ ବିଜେପିରେ ଯୋଗଦେବା ପୂର୍ବରୁ ଟିଏମସିର ସାଧାରଣ ସମ୍ପାଦକ ଥିଲେ । ମୁକୁଲ ରାୟ ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ବିଜେପିର ରାଜ୍ୟସଭା ସଦସ୍ୟ ଅଛନ୍ତି । ନିକଟ ଅତୀତରେ ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଛି ।

ଅନେକ ନେତା ମମତାଙ୍କ କ୍ୟାମ୍ପକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ଟିଏମସିର ବହୁ ପୂର୍ବତନ ନେତା ଗତ କିଛି ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶିବିରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୋନାଲି ଗୁହା ଏବଂ ପ୍ରଦୀପ ବିଶ୍ୱାସଙ୍କ ସମେତ ବହୁ ବିଶିଷ୍ଟ ନେତା ଅଛନ୍ତି । ଅନ୍ୟ କେତେକ ନେତା ମଧ୍ୟ ଟିଏମସି ନେତୃତ୍ୱକୁ ସଙ୍କେତ ଦେଉଛନ୍ତି ଯେ ସେମାନେ ତୃଣମୂଳକୁ ଫେରିବାକୁ ଚାହୁଁଛନ୍ତି ।