• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

UPରେ ମୁହାଁମୁହିଁ ହେବେ ମୋଦି-ଓୱେସୀ

ଆସନ୍ତା ଉତ୍ତର ପ୍ରଦେଶ (Uttar Pradesh) ବିଧାନସଭା ନିର୍ବାଚନରେ ​​AIMIMର ପରିବେଶ କ’ଣ ହେବ? ଏହା ଜାଣିବା ପାଇଁ ଦଳର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ (Asaduddin Owaisi) ଏକ ଜବରଦସ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି।

UPରେ ମୁହାଁମୁହିଁ ହେବେ ମୋଦି-ଓୱେସୀ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଜୁଲାଇ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ସେ ୟୁପିର ପୁର୍ବାଞ୍ଚଳ ଯିବେ। କରୋନାର ଦ୍ୱିତୀୟ ଲହରର ବିନାଶ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ (narendra Modi) ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀ ଯାଉଛନ୍ତି। ସେପଟେ ସମାନ ଦିନରେ ପଶ୍ଚିମ ଉତ୍ତର ପ୍ରଦେଶରେ ଅସାଦୁଦ୍ଦିନ ଓୱେସୀଙ୍କ କାର୍ଯ୍ୟକ୍ରମ ଅଛି। ତେଣୁ ଓୱେସୀ ତାଙ୍କ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଥର୍ମୋମିଟରର ପାରା ଉଠାଇବାକୁ ଚେଷ୍ଟା କରିବେ।

ଆସନ୍ତା ଉତ୍ତର ପ୍ରଦେଶ (Uttar Pradesh) ବିଧାନସଭା ନିର୍ବାଚନରେ ​​AIMIMର ପରିବେଶ କ’ଣ ହେବ? ଏହା ଜାଣିବା ପାଇଁ ଦଳର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ (Asaduddin Owaisi) ଏକ ଜବରଦସ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି। କୁହାଯାଉଛି ଯେ ଓୱେସୀଙ୍କ ଏହି ଗସ୍ତ ପଶ୍ଚିମ ୟୁପିରେ ତାଙ୍କର ନିର୍ବାଚନ ପ୍ରଚାରର ଆରମ୍ଭ ହେବ। ଏହି ଗସ୍ତରେ ସେ ମୋରାଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଅପରାହ୍ନରେ ସମ୍ଭଲରେ ଅସାଦୁଦ୍ଦିନ ଓୱେସୀ ନମାଜ ପାଠ କରିବେ।

Also Read: ସଂଘ ମୁଖ୍ୟଙ୍କ ବୟାନକୁ ନେଇ ସରଗରମ ରାଜନୀତି; ଏପରି ଜବାବ ଦେଲେ ବିରୋଧି

ଉତ୍ତର ପ୍ରଦେଶକୁ ବିହାର ବନାଇବା ଉଦ୍ଦେଶ୍ୟରେ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଅଛନ୍ତି। ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିପୁଳ ଭୋଟରେ ​​ପୁନର୍ବାର ବିଜୟ ଲାଭ କରିଥିଲା। ପାଞ୍ଚ ଜଣ AIMIM ନେତା ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଓୱେସୀ, ୟୁପିରେ ମଧ୍ୟ ଏହି ସଫଳତାର ପୁନରାବୃତ୍ତି କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଏଥର ମଧ୍ୟ ସ୍ଲୋଗାନ ବଦଳାଇଛନ୍ତି। ଓୱିସୀ କହିଛନ୍ତି ଯେ, ଏହି ନିର୍ବାଚନରେ ​​MY ନୁହଁ Aରୁ Z ସମୀକରଣ ହେବ । MY ଅର୍ଥ ହେଉଛି ମୁସଲିମ-ଯାଦବ। ଓୱେସୀ ଏହି ସମୀକରଣକୁ ଭାଙ୍ଗି ନିଜ ରାଜନୈତିକ ଦଳ ପାଇଁ ସମ୍ଭାବନା ଖୋଜୁଛନ୍ତି। 

ଅସାଦୁଦ୍ଦିନ ଓୱେସୀଙ୍କ ବିଶ୍ୱାସ ଅଛି, ପାଶ୍ଚିମ ୟୁପିରେ AIMIM ଭଲ ପ୍ରଗଦର୍ଶନ କରିପାରିବ। ୟୁପିରେ ଏପରି ୧୩୦ଟି ବିଧାନସଭା ଆସନ ଅଛି ଯେଉଁଠାରେ ମୁସଲମାନମାନଙ୍କର ଭଲ ପ୍ରଭାବ ରହିଛି। ବିଜୟ ଏବଂ ପରାଜୟର ନିଷ୍ପତ୍ତି ନେବାରେ ସେମାନଙ୍କର ଏକ ନିର୍ଣ୍ଣାୟକ ଭୂମିକା ରହିଛି। ଜୁଲାଇ ୧୫ରେ, ଓୱେସୀ, ଦିଲ୍ଲୀରୁ ବାହାରି ଭାୟା ନୋଏଡା ହେଇ ସନ୍ଧ୍ୟାରେ ମୋରାଦାବାଦ ପହଞ୍ଚିବେ। ସେ ତାଙ୍କର ରୁଟ୍ ଏପରି କରିଥନ୍ତି ଯେ, ଏକାଥରେ ପଶ୍ଚିମ ୟୁପିର ଅନେକ ଜିଲ୍ଲାକୁ ସ୍ପର୍ଶ କରିବେ। 

Also Read: କଂଗ୍ରେସରେ କେଁ! ଟାଣୁଛନ୍ତି କେଜ୍ରିୱାଲ, ଢଳୁଛନ୍ତି ନବଜୋତ ସିଂ ସିଦ୍ଧୁ

ଅସାଦୁଦ୍ଦିନ ଓୱେସୀଙ୍କୁ ସ୍ୱାଗତ କରିବା ପାଇଁ ହାପୁରରୁ ମିରଟ, ସାହାରଣପୁର, ମୁଜାଫରନଗର, ବୁଲନ୍ଦଶହର, ସମ୍ଭଲ, ମୋରାଦାବାଦ ପରି ଅନେକ ସ୍ଥାନରେ ସ୍ୱାଗତ କରିବାକୁ ପ୍ରସ୍ତୁତି ଚାଲିଛି। ପଶ୍ଚିମ ୟୁପିରେ ଓୱେସିଙ୍କ ହାୱା ଅଛି ବୋଲି ସେ ଦେଖାଇବାକୁ ଚାହୁଛନ୍ତି। ଏହା ପୂର୍ବରୁ ସେ ୟୁପିର ପୂର୍ବାଞ୍ଚଳ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ ଅତ୍ୟନ୍ତ ବିବାଦୀୟ ଥିଲା। 

ପଛୁଆ ଜାତିର ନେତା ସୁହେଲଦେବ ରାଜଭାରଙ୍କୁ ହିନ୍ଦୁ ସମ୍ମାନର ପ୍ରତୀକ ଭାବରେ ଚିତ୍ରଣ କରି ବିଜେପି ନିର୍ବାଚନ ସୁବିଧା ଖୋଜୁଛି। ତେଣୁ ସାଲାର ମସୁଦଙ୍କ ବାହାନା କରି ଓୱେସୀ, ମୁସଲମାନ ଭୋଟରଙ୍କ ଉପରେ ନଜର ରଖିଛନ୍ତି। ୟୁପିର ଗତ ନିର୍ବାଚନରେ ​​AIMIM ୩୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଗୋଟିଏ ଛାଡି ବାକି ସମସ୍ତ ଆସନରେ ଦଳର ଜମାନତ ହାରଇଥିଲା।