National Herald Case: ଜେରା ପରେ ପୁଣି ଥରେ ଇଡି ସାମ୍ନାରେ ହାଜର ହେବେ ସୋନିଆ ଗାନ୍ଧୀ
Interrogation to Sonia Gandhi: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ଜୁଲାଇ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
Interrogation to Sonia Gandhi: ଜୁଲାଇ ୨୧ ତାରିଖ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସଭାପତି ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ୨ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପରେ ତାଙ୍କ ଅନୁରୋଧ କ୍ରମେ ଜେରାକୁ ବନ୍ଦ କରାଯାଇଛି। କାରଣ କୋରୋନା ସଂକ୍ରମିତ ହେବା ପରେ ସେ ଏବେ ସୁସ୍ଥ ନାହାଁନ୍ତି। Z+ ସୁରକ୍ଷା ମଧ୍ୟରେ ଗୁରୁବାର ମଧ୍ୟାହ୍ନରେ କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଅବଦୁଲ କଲାମ ମାର୍ଗର ବିଦ୍ୟୁତ ଲେନ ଠାରେ ଅବସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ କଂଗ୍ରେସ ଅଧ୍ୟକ୍ଷା ସଭାପତି ସୋନିଆ ଗାନ୍ଧୀ।
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ଜୁଲାଇ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗୁରୁବାର ଦିନ ତଦନ୍ତକାରୀ ସଂସ୍ଥା ପ୍ରାୟ ୨ ଘଣ୍ଟା ଧରି ସୋନିଆ ଗାନ୍ଧୀଙ୍କୁ ଜେରା କରିଥିଲା। ତାଙ୍କର ଅନୁରୋଧ ପରେ ଦ୍ୱିତୀୟ ରାଉଣ୍ଡ ପର୍ଯ୍ୟନ୍ତ ଅଧିକ ପଚରାଉଚରା ଜାରି ରହିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିଆ ଗାନ୍ଧୀଙ୍କୁ କହିଛି ଯେ ତାଙ୍କୁ ଆଉ ଜେରା କରାଯିବ ନାହିଁ ଏବଂ ସେ ଯାଇପାରନ୍ତି।
ସୋନିଆ ଗାନ୍ଧୀଙ୍କୁ ଜେରା ବେଳେ ୨ ଜଣ ଏମ୍ସ ଡାକ୍ତର ଏବଂ ଗୋଟିଏ ଆମ୍ବୁଲାନ୍ସ ଉପସ୍ଥିତ ରହିଥିଲେ। ଯାହାଫଳରେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ତୁରନ୍ତ ତାଙ୍କୁ ଚିକିତ୍ସିତ କରାଯାଇ ପାରିବ। ୨ ଥର ପ୍ରିୟଙ୍କା ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ଜେରା କରାଯାଉଥିବା ପ୍ରକୋଷ୍ଠକୁ ଆସିଥିଲେ। ଜେରା କରିବା ସମୟରେ ୨ ଘଣ୍ଟା ମଧ୍ୟରେ ପ୍ରାୟ ପ୍ରାୟ ୨୫ ପ୍ରଶ୍ନ ସୋନିଆ ଗାନ୍ଧୀଙ୍କୁ ପଚାରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସମସ୍ତ ପ୍ରଶ୍ନର ଭିଡିଓ ରେକର୍ଡିଂ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟ ଜେରା ସମ୍ପର୍କରେ କଂଗ୍ରେସ ଏକ ଭିନ୍ନ ପ୍ରତିକ୍ରିୟ ରଖିଇଛି।
କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୋନିଆ ଗାନ୍ଧୀଙ୍କୁ କୁହାଯାଇଛି ବର୍ତ୍ତମାନ କୌଣସି ପ୍ରଶ୍ନ ନାହିଁ। ଆପଣ ଯାଇ ପାରନ୍ତି। ହେଲେ ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆପଣଙ୍କର ଯେତେ ପ୍ରଶ୍ନ ଅଛି ଆପଣ ପଚାରି ପାରନ୍ତି। ମୁଁ ରାତି ପର୍ଯ୍ୟନ୍ତ ରହିବାକୁ ପ୍ରସ୍ତୁତ ଅଛି। ମୋତେ ଏହା ସ୍ପଷ୍ଟ କରିଦେବାବାକୁ ଚାହୁଁଛି ଯେ ଜେରା ବନ୍ଦ କରିବାକୁ ସୋନିଆ ଗାନ୍ଧୀ କୌଣସି ଅନୁରୋଧ କରିନାହାଁନ୍ତି। କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି ଯେ ସେ କୋରୋନା ସଂକ୍ରମିତ ହୋଇଥିବାରୁ ତାଙ୍କୁ ଔଷଧ ସେବନ କରିବା ଆବଶ୍ୟକତା ରହିଛି। ପରବର୍ତ୍ତୀ ପର୍ଯ୍ୟାୟ ଜେରା ପାଇଁ ସେ କେଉଁ ସମୟରେ ଉପସ୍ଥିତ ରହିବେ ତାଙ୍କୁ ତାଙ୍କୁ ଆଗୁଆ ଜଣାଇ ଦିଆଯିବା ଆବଶ୍ୟକ।
ଜୟରାମ ରମେଶ କହିଛନ୍ତି ଯେ ଗୁରୁବାର କିମ୍ବା ଶୁକ୍ରବାର ଦିନ ତାଙ୍କୁ ଜେରା କରିବା ଲାଗି କିଛି ନାହିଁ ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ଜେରା ପାଇଁ ସେ ସୋମବାର ଆସିବାକୁ ପ୍ରସ୍ତୁତ ଅଛନ୍ତି। ପ୍ରଥମେ ସୋନିଆ ଗାନ୍ଧୀଙ୍କୁ ଜୁଲାଇ ୨6 ତାରିରେ ଜେରା ପାଇଁ ଡକାଯାଇଥିଲା ମାତ୍ର ତାଙ୍କ ଅନୁରୋଧ କ୍ରମେ ୨୫ ଜୁଲାଇରେ ଜେରା କରାଯିବ।
Also Read: National Herald Case: ଜେରା ପରେ ସୋନିଆ ଗାନ୍ଧୀଙ୍କୁ ଛାଡିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ