)
ଭୁବନେଶ୍ୱର: ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଆରମ୍ଭ ହୋଇଛି । ଘଟଣାକୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
କେବଳ ସେତିକି ନୁହେଁ, ସେହିପରି ଭଦ୍ରକ ଅରଞ୍ଜିରେ ମା'ର ମୃତ୍ୟୁ ପରେ କିସ୍ତି ଟଙ୍କା ପାଇଁ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଏସଏଚଜିର ମହିଳାମାନେ ନିସ୍ତୁକ ମାଡ଼ ମାରିବା ପରି ଘଟଣାକୁ ନେଇ ନବୀନ କହିଛନ୍ତି ଯେ, ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ। ବିଜୁ ଜନତା ଦଳର ସରକାର ସମୟରେ ମିଶନ ଶକ୍ତି ଜରିଆରେ ମା'ମାନେ ସଫଳତାର ସିଡ଼ି ଚଢୁଥିଲେ ଏବଂ ନିଜର ପରିଚୟ ସୃଷ୍ଟି କରୁଥିଲେ।
ବିଜେପି ସରକାରରେ ମା'ମାନେ ସବୁଠୁ ଅସୁରକ୍ଷିତ ହୋଇପଡିଛନ୍ତି ଏବଂ ବିକାଶ ଠପ୍ ହୋଇଛି ବୋଲି ନବୀନ କହିଛନ୍ତି । ଦିନକୁ ଦିନ ଓଡ଼ିଶାରେ ମହିଳାମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ପରି ଘଟଣା ସମସ୍ତଙ୍କୁ ବିଚଳିତ କରିଦେଉଛି। ସରକାର ନିଦରୁ ଉଠନ୍ତୁ, ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନବୀନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ କହିଛନ୍ତି ।
ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ।
ସେହିପରି ଭଦ୍ରକ ଅରଞ୍ଜିରେ ମା'ର ମୃତ୍ୟୁ ପରେ କିସ୍ତି ଟଙ୍କା ପାଇଁ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଏସଏଚଜିର ମହିଳାମାନେ ନିସ୍ତୁକ ମାଡ଼ ମାରିବା ପରି ଘଟଣା ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ। ବିଜୁ ଜନତା ଦଳର ସରକାର…
— Naveen Patnaik (@Naveen_Odisha) November 23, 2025