• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

PPCC ଅଧ୍ୟକ୍ଷ ହେଲେ Sidhu; ଗ୍ରହଣ କରିବେ ତ CM Amarinder?

ସିଦ୍ଧୁଙ୍କୁ ସଭାପତି କରିବାକୁ ନେଇ ଦଳରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦବାଇବା ଲାଗି ପ୍ରୟାସ କରିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ। 

PPCC ଅଧ୍ୟକ୍ଷ ହେଲେ Sidhu; ଗ୍ରହଣ କରିବେ ତ CM Amarinder?

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ମୁକାବିଲାରେ ବାଜି ମାରିନେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ତାଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସିଦ୍ଧୁଙ୍କ ପୂର୍ବରୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସୁନୀଲ ଜାଖଡଙ୍କୁ ତାଙ୍କ ପଦରୁ ହଟାଯାଇଛି।         

କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ (Congress National General Secretary) କେସି ବେଣୁଗୋପାଳଙ୍କ (KC Venugopal) ଦ୍ୱାରା ଜାରି ହୋଇଥିବା ପାର୍ଟି ସର୍କ୍ୟୁଲାର ମୁତାବକ ସୁନୀଲ ଜାଖଡଙ୍କୁ (Sunil Jakhar) ରାଜ୍ୟ କଂଗ୍ରେସ ସଭାପତି (Punjab Congress President) ପଦରୁ ହଟାଯାଇ ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (Punjab Pradesh Congress Committee) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସଙ୍ଗତ ସିଂହ ଗିଲାଜିୟାଁ, ସୁଖବିନ୍ଦର ସିଂହ ଡୈନୀ, ପବନ ଗୋଏଲ, କୁଲଜିତ ସିଂହ ନାଗରାଙ୍କୁ ପଞ୍ଜାବ କଂଗ୍ରେସ କାର୍ଯ୍ୟକାରୀ ସଭାପତି (Punjab Congress Working President) ଭାବେ ନିଯୁକ୍ତ  ହୋଇଛନ୍ତି।  

Also Read: Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?

ବିଦାୟୀ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କୁ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ। ରାଜ୍ୟ କଂଗ୍ରେସ କମିଟି କାର୍ଯ୍ୟକାରୀ (Punjab Congress Committee) ସଭାପତି ନିଯୁକ୍ତ ହେବା ପରେ କୁଲଜିତ ସିଂହ ନାଗରାଙ୍କୁ ଦଳର ସିକ୍କିମ, ନାଗାଲାଣ୍ଡ, ତ୍ରିପୁରା ପ୍ରଭାରୀ ପଦରୁ ଅବ୍ୟାହତି ଦିଆଯାଇଛି। ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ (Punjab Assembly Elelction 2022) ପର୍ବରୁ ପଞ୍ଜାବ କଂଗ୍ରେସ କମିଟିରେ ହୋଇଥିବା ଏହି ସାଙ୍ଗଠନିକ ପରିବର୍ତ୍ତନ ମୁଖ୍ୟମନ୍ତ୍ରୀ (Punjab Chief Minister) କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ (Punjab CM Amarinder Singh) ଲାଗି ଏକ ଝଟକା ସଦୃଶ୍ୟ।   

Also Read: ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି

ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିବାକୁ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜ୍ୟ ରାଜନୀତିରେ କ୍ୟାପ୍ଟେନ ସାହେବ ଭାବେ ଜଣାଶୁଣା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଏନେଇ ସେ କହିଛନ୍ତି ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନରେ ଏଭଳି ପରିବର୍ତ୍ତନ ଦଳ ଲାଗି ମହଙ୍ଗା ପଡି଼ପାରେ। ସିଦ୍ଧୁଙ୍କୁ ସଭାପତି କରିବାକୁ ନେଇ ଦଳରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦବାଇବା ଲାଗି ପ୍ରୟାସ କରିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ (Punjab Congress Incharge) ହରିଶ ରାୱତ (Harish Rawat)। 

Also Read: Navjot Singh Sidhu ହେବେ Punjab Congress ମୁଖ୍ୟ!

ଅନ୍ୟପଟେ ସଭାପତି ଭାବେ ନିଯୁକ୍ତ ହେବା ପୂର୍ବର ବିଦାୟୀ ସଭାପତି ସୁନୀଲ ଜାଖଡ, ଦଳୀୟ ସାଂସଦ ବିଧାୟଙ୍କ ସହ ଦଳର ଅସନ୍ତୁଷ୍ଟ ନେତାଙ୍କୁ ଭେଟି ସେମାନଙ୍କୁ ମନାଇବାରେ ଲାଗିଥିଲେ ସିଦ୍ଧୁ। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ସମର୍ଥନରେ ଏକ ବୟାନ ଜାରି ଦଳର ୧୦ ବିଧାୟକ କହିଛନ୍ତି କ୍ୟାପ୍ଟେନ ସାହେବ ହେଉଛନ୍ତି ଲୋକଙ୍କ ନେତା।  

Also Read: ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ଦିଲ୍ଲୀସ୍ଥିତ ବାସଭବନରେ ୯ ଜଣ କଂଗ୍ରେସ ସାଂସଦଙ୍କୁ ଭେଟିଛନ୍ତି ଦଳର ବରିଷ୍ଠ ନେତା ପ୍ରତାପ ସିଂହ ବାଜୱା (Pratap Singh Bajwa)। ଏହି ଅବସରରେ ସେ କହିଥିଲେ ଆସନ୍ତା ବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ  ନେତୃତ୍ୱରେ ଲଢାଯିବ। ଦଳରେ କୌଣସି ଗୋଷ୍ଠୀ ବିବାଦ ନାହିଁ। ଦଳୀୟ ସଙ୍ଗଠନରେ କାହାକୁ କେଉଁ ଦାୟିତ୍ୱ ମିଳିବ ସେ ନିଷ୍ପତ୍ତି କେନ୍ଦ୍ରୀୟ ନେତୃବୃନ୍ଦ ନେବେ। ତାଙ୍କର ନିଷ୍ପତ୍ତିକୁ ଦଳ ନେତା କର୍ମୀଙ୍କୁ ସ୍ୱୀକାର କରିବାକୁ ହେବ।