କଂଗ୍ରେସରେ କେଁ! ଟାଣୁଛନ୍ତି କେଜ୍ରିୱାଲ, ଢଳୁଛନ୍ତି ନବଜୋତ ସିଂ ସିଦ୍ଧୁ
Advertisement

କଂଗ୍ରେସରେ କେଁ! ଟାଣୁଛନ୍ତି କେଜ୍ରିୱାଲ, ଢଳୁଛନ୍ତି ନବଜୋତ ସିଂ ସିଦ୍ଧୁ

କଂଗ୍ରେସ (Congress) ନେତା ନବଜୋତ ସିଂ ସିଦ୍ଧୁ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ଟ୍ୱିଟ୍ କରି ଆମ୍ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି।

 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଖୋଦ୍ ପଞ୍ଜାବର କଂଗ୍ରେସ ସରକାରରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି। କଂଗ୍ରେସ (Congress) ନେତା ନବଜୋତ ସିଂ ସିଦ୍ଧୁ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ଟ୍ୱିଟ୍ କରି ଆମ୍ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି।

ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଆଜି ଟୁଇଟ୍ କରି କହିଛନ୍ତି, 'ଆମର ବିରୋଧୀ AAP ମୋର ଭିଜନ ଓ ପଞ୍ଜାବ ପାଇଁ କରିଥିବା କାମକୁ ଚିହ୍ନିଛି। ୨୦୧୭ ପୂର୍ବରୁ ଡ୍ରଗ୍ସ, କୃଷକ ସମସ୍ୟା, ପଞ୍ଜାବର ଲୋକମାନେ ସମ୍ମୁଖୀନ ହେଉଥିବା ଦୁର୍ନୀତି ଏବଂ ବିଜୁଳି ସଙ୍କଟ ପ୍ରସଙ୍ଗଗୁଡ଼ିକ ମୋ ଦ୍ୱାରା ଉଠାଯାଇଥିଲା। ଆଜି ମୁଁ 'ପଞ୍ଜାବ ମଡେଲ୍' ଉପସ୍ଥାପନ କରିଛି। ସେମାନେ ଜାଣନ୍ତି ଯେ, ପଞ୍ଜାବ ପାଇଁ ପ୍ରକୃତରେ କିଏ ଲଢୁଛନ୍ତି।'

Also Read: 'ନେତା-ମନ୍ତ୍ରୀ ଦିଅନ୍ତୁ ନିଜ ବୈଧ, ଅବୈଧ ସନ୍ତାନଙ୍କ ତଥ୍ୟ'

ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲୁଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Aravind Kejriwal) ଙ୍କ ଆମ୍ ଆଦମୀ ପାର୍ଟି, କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ନଜର ରଖିଛନ୍ତି। ଆମ୍ ଆଦମୀ ପାର୍ଟି ମଧ୍ୟ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦଳ ଏକ ଦୃଢ ଦାବିଦାର ଖୋଜୁଛି। ଯଦି ସୁତ୍ରକୁ ବିଶ୍ୱାସ କରାଯାଏ, ତେବେ ଆପ୍ ନବଜୋତ ସିଂ ସିଦ୍ଧୁଙ୍କୁ ଦଳର ଚେହେରା କରିବାକୁ ଯାଉଛି।

fallback

କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ପଞ୍ଜାବ (Punjab) ରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜଣେ ଶିଖ୍ ହେବେ। ଏହା ପରେ ଯେତେବେଳେ କେଜ୍ରିୱାଲଙ୍କୁ ନବଜୋତ ସିଂ ସିଦ୍ଧୁଙ୍କ ବିଷୟରେ ପଚରାଗଲା, ସେତେବେଳେ ସେ କହିଥିଲେ ଯେ ସିଦ୍ଧୁଙ୍କୁ ସେ ବହୁତ ସମ୍ମାନ ସମ୍ମାନ କରନ୍ତି। ସେ କଂଗ୍ରେସର ଜଣେ ସମ୍ମାନିତ ନେତା। 

Also Read: ଯୋଗୀଙ୍କ ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦର ଆପତ୍ତି

ଅନ୍ୟପଟେ ଆପ୍ ସାଂସଦ ସଞ୍ଜୟ ସିଂ (Sanjay Singh) ମଧ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ପ୍ରସଂଶା କରିଛନ୍ତି। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି ଯେ, ଅକାଳି ଦଳର ଭ୍ରଷ୍ଟାର ବିରୋଧରେ ନବଜୋତ ସିଂ ସିଦ୍ଧୁ ଓ ତାଙ୍କ ପତ୍ନୀ ଲଗାତାର ଲଢେଇ କରୁଛନ୍ତି। ଉନ୍ନତ ଓ ବିକଶିତ ତଥା ଦେଶର ନଂ ୧ ପଞ୍ଜାବ ଗଠନ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।