• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ପିଏମ ମୋଦିଙ୍କୁ ସାକ୍ଷାତ କଲେ ଏନସିପି ମୁଖ୍ୟ ଶରଦ ପାୱାର, ଜାଣନ୍ତୁ ଏହି ବୈଠକ ପଛର କାରଣ

ନିକଟ ଅତୀତରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରିତ (Union Cabinet expanded) ହୋଇଛି ଯେଉଁଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (former Maharashtra CM Devendra Fadnavis) ଙ୍କୁ ମୁଖ୍ୟ ଦାବିଦାର ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଫଡନାଭିସ୍ କେନ୍ଦ୍ର କ୍ୟାବିନେଟର ଏକ ଅଂଶ ହୋଇପାରିଲେ ନାହିଁ । ଏହାର ଅର୍ଥ ସ୍ପଷ୍ଟ ଯେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ କେବେ ଦେଖାଦେଉଛି ତ ବେଳେବେଳେ ବିଗିଡ଼ି ଯାଉଛି ।

ପିଏମ ମୋଦିଙ୍କୁ ସାକ୍ଷାତ କଲେ ଏନସିପି ମୁଖ୍ୟ ଶରଦ ପାୱାର, ଜାଣନ୍ତୁ ଏହି ବୈଠକ ପଛର କାରଣ

ନୂଆଦିଲ୍ଲୀ: ଜାତୀୟତାବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର (Nationalist Congress Party Chief Sharad Pawar) ଆଜି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ (PM Modi) ଙ୍କ ବାସଭବନରେ ଉଭୟ ନେତାଙ୍କ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା । ଏହି ସାକ୍ଷାତ ସକାଳ ୧୦:୩୦ ମିନିଟରେ ହୋଇଥିଲା । ଏହାପୂର୍ବରୁ ଗତକାଲି ଶରଦ ପାୱାର (NCP Chief Sharad Pawar) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defense Minister Rajnath Singh) ଓ ପୀୟୁଷ ଗୋୟଲ (Piyush Goyal) ଙ୍କୁ ଭେଟିଥିଲେ । ଏହି ବୈଠକଗୁଡ଼ିକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । ଏଭଳି ଆଲୋଚନା ଆରମ୍ଭ ହୋଇଛି ଯେ ବିଜେପି-ଏନସିପି (BJP-NCP) ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିପାରେ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଆଉ ଏକ ଉପହାର, ଏବେ ଏହି ଭତ୍ତାର ପରିମାଣ କରାଗଲା ବୃଦ୍ଧି

ପ୍ରଧାନମନ୍ତ୍ରୀ ମୋଦି-ଶରଦ ପାୱାରଙ୍କ ମଧ୍ୟରେ ବୈଠକର ଅର୍ଥ

ନିକଟ ଅତୀତରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରିତ (Union Cabinet expanded) ହୋଇଛି ଯେଉଁଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (former Maharashtra CM Devendra Fadnavis) ଙ୍କୁ ମୁଖ୍ୟ ଦାବିଦାର ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଫଡନାଭିସ୍ କେନ୍ଦ୍ର କ୍ୟାବିନେଟର ଏକ ଅଂଶ ହୋଇପାରିଲେ ନାହିଁ । ଏହାର ଅର୍ଥ ସ୍ପଷ୍ଟ ଯେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ କେବେ ଦେଖାଦେଉଛି ତ ବେଳେବେଳେ ବିଗିଡ଼ି ଯାଉଛି । ଶିବସେନା ସ୍ପଷ୍ଟ ଭାବେ କହିଛି ଯେ ବିଜେପି ଛାଡିଥିବା ସ୍ଥାନରେ ସେ ଛିଡା ହୋଇ ଅପେକ୍ଷା କରିଛି । ଅର୍ଥାତ୍ ଯେତେବେଳେ ବି ରାଜ୍ୟରେ ବିଜେପି-ଶିବସେନା ସରକାର ଗଠନ ହେବ, ସେତେବେଳେ ଏହା ସମାନ 50-50 ଫର୍ମୁଲା ହେବ । ଅର୍ଥାତ୍ ଦେବେନ୍ଦ୍ର ଫଡନାଭିସ୍ ଶିବସେନା ସହିତ ମେଣ୍ଟରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-LPG ଗ୍ରାହକଙ୍କ ପାଇଁ ଖୁସି ଖବର

ବର୍ତ୍ତମାନ ଯଦି ଆମେ ଏନସିପି ବିଷୟରେ ଆଲୋଚନା କରିବା, ତେବେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହୋଇପାରିବେ । ବୋଧହୁଏ ସେଥିପାଇଁ ସେ କେନ୍ଦ୍ର କ୍ୟାବିନେଟରେ ଯୋଗ ଦେଇନଥିଲେ । ଗତକାଲି ଶରଦ ପାୱାର ଦିଲ୍ଲୀରେ ଦୁଇଟି ବୈଠକ କରିଥିଲେ। ଗୋଟିଏ ପୀୟୁଷ ଗୋୟଲ ଓ ଅନ୍ୟଟି ରାଜନାଥ ସିଂଙ୍କୁ ଭେଟିଥିଲେ । ଆଜି ପିଏମ ମୋଦିଙ୍କୁ ଭେଟିଛନ୍ତି । ଏହାର ଅର୍ଥ କିଛି ଯୋଜନା ନିଶ୍ଚିତ ଚାଲିଛି । ଏନସିପି ସହିତ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିପାରେ ଏବଂ ଦେବେନ୍ଦ୍ର ଫଡନାଭିସ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ।