ଏହି କାରଣରୁ ଏଥର ନୂଆ ବର୍ଷ ପାଳିବେନି ପିସିସି ସଭାପତି
Advertisement

ଏହି କାରଣରୁ ଏଥର ନୂଆ ବର୍ଷ ପାଳିବେନି ପିସିସି ସଭାପତି

ଏନେଇ କଂଗ୍ରେସ (Congress) ତରଫରୁ ସୂଚନା ପ୍ରଦାନ କରିଛି ।

ଏହି କାରଣରୁ ଏଥର ନୂଆ ବର୍ଷ ପାଳିବେନି ପିସିସି ସଭାପତି

ଭୁବନେଶ୍ୱର: ଚଳିତ ଥର ନୂଆ ବର୍ଷ ପାଳନ କରିବେ ନାହିଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ (PCC President Niranjan Patnaik) । ଏନେଇ କଂଗ୍ରେସ (Congress) ତରଫରୁ ସୂଚନା ପ୍ରଦାନ କରିଛି । ଦଳ କହିଛି ଯେ, "କେନ୍ଦ୍ର ସରକାର ପାରିତ କରିଥିବା କୃଷି ଓ କୃଷକ ବିରୋଧ ଆଇନର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ଶୀତ କାକରରେ ରାସ୍ତାରେ ପଡିରହି ଆନ୍ଦୋଳନ ଚଳାଇଛନ୍ତି । ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶାରେ ସମୟ ଅତିବାହିତ କରୁଥିବା ବେଳେ ସରକାର ଏପର୍ଯ୍ୟନ୍ତ ସେମାନଙ୍କର ଦାବିକୁ ଶୁଣି ନାହାଁନ୍ତି । ଏପରିକି ୪୦ରୁ ଉର୍ଦ୍ଧ୍ୱ ଚାଷୀ ମୃତ୍ୟୁବରଣ କଲେଣି ।" 

ଅଧିକ ପଢ଼ନ୍ତୁ:-ଆଜି ସାରା ରାଜ୍ୟରେ ଲାଗୁ ହେବ ନାଇଟ କର୍ଫ୍ୟୁ

"ଚାଷୀମାନେ ଦେଶର ମେରୁଦଣ୍ଡ । କଂଗ୍ରେସ ଦଳ ସର୍ବଦା କୃଷକମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସିଛି । ଏଭଳି ଦୁଃଖଦ ସମୟରେ ସେମାନଙ୍କ ପ୍ରତି ସମର୍ଥନ ଓ ସମବେଦନା ଜଣାଇବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଆସନ୍ତାକାଲି ୨୦୨୧ ନୂଆବର୍ଷ ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।"