)
Nuapada By Election: ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ।
ନାମାଙ୍କନ ଦାଖଲ ପାଇଁ ତିନୋଟି ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରତ୍ୟକ ଦଳର ପ୍ରାର୍ଥୀଙ୍କ ସହ ଥିଲେ ଦଳର ବରିଷ୍ଠ ନେତୃବୃନ୍ଦ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସହ ବିଜେପି ସଭାପତି ମନମୋହନ ସାମଲ ଏବଂ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଦଳୀୟ ନେତା ଓ କର୍ମୀ ପହଞ୍ଚିଥିଲେ । ହଜାରେ ହଜାରେ ସଂଖ୍ୟାର ସମର୍ଥକଙ୍କ ଏବଂ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କ ସହ ଯାଇ ଘାସିରାମ ମାଝୀ ନାମାଙ୍କନ ଭରିଛନ୍ତି ।