Advertisement
Article Detail0/zeeodisha/odisha2954013

ନୂଆପଡ଼ା ଆଖି: ମନମୋହନ ଓ ସୁଜାତାଙ୍କ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ଏବେ  ଓଡ଼ିଶା ରାଜନୀତି କହିଲେ ନୂଆପଡ଼ା ଆଡ଼କୁ ଆଖି ଉଠିଯାଏ। ପଶ୍ଚିମ ପ୍ରାନ୍ତରେ ଥିବା ଏହି ଜିଲ୍ଲାଟି ଗୋଟିଏ ନିର୍ବାଚନ ମଣ୍ଡଳୀ। ଆସନ୍ତା ୧୧ ତାରିଖରେ ଏହା ପୁଣିଥରେ ନିର୍ବାଚନ ପାଇଁ ଭୋଟ ଦେବ। ଏଥିଲାଗି ସାରା ରାଜ୍ୟର ରାଜନୀତି ସରଗରମ ହୋଇଛି। କଂଗ୍ରେସ ନିଜର ପ୍ରାର୍ଥୀ ବଦଳାଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜର କରିଛି। ଆଉ  ବିଜେଡି ଅନୁକମ୍ପା ମୂଳ

  • ପୂର୍ବ ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକ ରାଜନୀତିରେ କେବେ ପୂରଣ ହୋଇପାରେ ନାହିଁ।  ଅର୍ଥାତ୍‍ ଭୋଟରଙ୍କ ମୁଡ୍‍ ସ୍ୱିଙ୍ଗ୍ ହେବାଟା ଥୟ। କ୍ଷଣକ୍ଷଣକେ ବଦଳୁଥିବା ରାଜନୀତିକ ପରିବେଶରେ ଏହି ସର୍ତ୍ତ କେବେ ପୂରଣ ହୋଇ ପାରିବ ନାହିଁ। ଏହାକୁ ତିନି ଦଳ ବେଶ୍‍ ଭଲ ଭାବେ ଜାଣନ୍ତି ତଥାପି ଆଶା କରନ୍ତି ନିଜ ହିସାବରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ । ସେଥିପାଇଁ ଜମେ ନିର୍ବାଚନ ପରିବେଶ। ଏଥର ବି ସମାନ ପରିସ୍ଥିତି ହେବା ସ୍ୱଭାବିକ। 

Trending Photos

ନୂଆପଡ଼ା ଆଖି: ମନମୋହନ ଓ ସୁଜାତାଙ୍କ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ଏବେ  ଓଡ଼ିଶା ରାଜନୀତି କହିଲେ ନୂଆପଡ଼ା ଆଡ଼କୁ ଆଖି ଉଠିଯାଏ। ପଶ୍ଚିମ ପ୍ରାନ୍ତରେ ଥିବା ଏହି ଜିଲ୍ଲାଟି ଗୋଟିଏ ନିର୍ବାଚନ ମଣ୍ଡଳୀ। ଆସନ୍ତା ୧୧ ତାରିଖରେ ଏହା ପୁଣିଥରେ ନିର୍ବାଚନ ପାଇଁ ଭୋଟ ଦେବ। ଏଥିଲାଗି ସାରା ରାଜ୍ୟର ରାଜନୀତି ସରଗରମ ହୋଇଛି। କଂଗ୍ରେସ ନିଜର ପ୍ରାର୍ଥୀ ବଦଳାଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜର କରିଛି। ଆଉ  ବିଜେଡି ଅନୁକମ୍ପା ମୂଳକ ଭୋଟ ପାଇଁ ବିଜୟୀ ହେବ ବୋଲି ଆଶା କରୁଥିଲେ ବି କିଛି ଅଲଗା ସମୀକରଣ ଆଡ଼କୁ ମନ ବଳାଇଥିବା ସୂଚନା ମିଳୁଛି। ଅପରପକ୍ଷେ ବିଜେପି ବି ଚାହିଁଛି ଏହି ଆସନରୁ ନିଜର ଆଉ ଜଣେ ନେତାଙ୍କୁ ବିଜୟୀ କରାଇ ବିଧାନସଭାରେ ସଂଖ୍ୟା ବଢ଼ାଇବ। ଏଭଳି ପରିସ୍ଥିତିରେ ବିଜୟ କାହାର ଏବଂ ଲଢ଼େଇ କେମିତି ତାହା ଏକ ରୋଚକ ବିଷୟ ହୋଇଛି।

ନୂଆପଡ଼ାରେ ୨୦୨୪ ନିର୍ବାଚନରେ ରାଜେନ୍ଦ୍ର ସିଂହ ଢୋଲକିଆ ନିର୍ବାଚନ ଜିତିଥିଲେ। ତାଙ୍କୁ ଟକ୍କର ଦେଇଥିଲେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝି।   ୧୦ ହଜାର ୮୮୧ ଭୋଟ ପଛରେ ପଡ଼ିଥିବାରୁ ତାଙ୍କର ପରାଜୟ ହୋଇଥିଲା। ବିଜେପି ଏଠାରେ ତୃତୀୟ ନମ୍ବର ଆଉ କଂଗ୍ରେସ ଚତୁର୍ଥ ନମ୍ବରରେ ରହିଥିଲ। ସେତେବେଳେ  ପିସିସି ସଭାପତି ପ୍ରାର୍ଥୀ ହୋଇଥିଲେ ବି ଲୋକ ତାଙ୍କୁ ସମର୍ଥନ କରି ନଥିଲେ।

ଏଥର କିନ୍ତୁ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ବଦଳାଇଛି। ସ୍ୱାଧିନ ପ୍ରାର୍ଥୀ ଘାସିରାମଙ୍କୁ ଆଣି ନିଜର ଭୋଟ ପ୍ରତିଶତ ବଢ଼ାଇବାକୁ ଚାହିଁଛି। ଯଦି ପୂର୍ବ ସମୀକରଣ ସେହିପରି ରହେ ଏବଂ ଭୋଟରଙ୍କ ମୁଡ୍‍ ସ୍ୱିଙ୍ଗ୍‍ ନ ହୁଏ ତେବେ କଂଗ୍ରେସର ଭୋଟ ବି ଘାସିରାମଙ୍କୁ ମିଳିବା ସମ୍ଭାବନାକୁ ଏଡ଼ାଯାଇ ନପାରେ। ଗତଥର କଂଗ୍ରେସ ପ୍ରାର୍ଥୀ ୧୫ ହଜାର ୫୦୧ ଭୋଟ ପାଇଥିଲେ। ଏଣୁ ଏ ଭୋଟକୁ ମିଶାଇଲେ ତାହା ବିଜେଡି ଭୋଟକୁ ଅନେକ ପଛରେ ଛାଡ଼ି ବିଜୟ ମୁକୁଟ ପିନ୍ଧାଇବ। ହୁଏ ତ ଏହି ଆଶା କରିଥାଇପାରନ୍ତି କଂଗ୍ରେସ ନେତୃତ୍ୱ।

Add Zee News as a Preferred Source

କିନ୍ତୁ ପୂର୍ବ ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକ ରାଜନୀତିରେ କେବେ ପୂରଣ ହୋଇପାରେ ନାହିଁ।  ଅର୍ଥାତ୍‍ ଭୋଟରଙ୍କ ମୁଡ୍‍ ସ୍ୱିଙ୍ଗ୍ ହେବାଟା ଥୟ। କ୍ଷଣକ୍ଷଣକେ ବଦଳୁଥିବା ରାଜନୀତିକ ପରିବେଶରେ ଏହି ସର୍ତ୍ତ କେବେ ପୂରଣ ହୋଇ ପାରିବ ନାହିଁ। ଅର୍ଥାତ୍‍ ଯଦି କଂଗ୍ରେସ ଏହି ସର୍ତ୍ତକୁ ଆଧାର କରି ବିଜୟ ମୁକୁଟ ପିନ୍ଧିବ କହୁଛି ତାହା ଆଗକୁ ଦଳ ପାଇଁ ନିରାଶା ଆଣିପାରେ।

ଦ୍ୱିତୀୟ କଥା ହେଉଛି ବିଜେଡିର ଅନୁକମ୍ପାମୂଳକ ଭୋଟ। ରାଜେନ୍ଦ୍ରଙ୍କ ପରିବାରକୁ ଭୋଟଙ୍କ ଅନୁକମ୍ପା ସହାୟତା ମିଳିବ ବୋଲି  ସମସ୍ତ ରାଜନୀତିକ ବିଶେଷଜ୍ଞ ଆଲୋଚନା କରନ୍ତି। ପୂର୍ବରୁ ମଧ୍ୟ ଏହା ଅନେକ ସମୟରେ ପ୍ରମାଣିତ ହୋଇଛି। ହେଲେ ବିଜେଡି ଏଯାଏ ନିଜର ପ୍ରାର୍ଥୀ ଘୋଷଣା କରିପାରୁ ନାହିଁ। ସଭାପତି ଦୂରରୁ ରାଜେନ୍ଦ୍ରଙ୍କ ପୁଅ ଜୟଙ୍କ ଉପରେ ଭରସା କରି ନପାରି ଅନ୍ୟ ସମୀକରଣ ଚିନ୍ତା କରୁଥିବା କୁହାଯାଉଛି।  ଏହି ସମୀକରଣରେ ନବୀନଙ୍କ ସହାୟକ ଭୈରବ କାର୍ତ୍ତିକେୟଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ନାକୁ ବି ନେଇ ଚର୍ଚ୍ଚା ହେଉଛି। ସେ ଆସିଲେ ଦଳରେ ଚାଲିଥିବା ବିଶୃଙ୍ଖଳାକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି। ଯେହେତୁ ନୂଆପଡ଼ା ଏକ ବିଜିତ ଆସନ ଏବଂ ଏ ଆସନରେ ପରାଜୟ ଦଳ ଉପରେ ସାଂଘାତିକ ହେବ ନାହିଁ ଏଣୁ ସୁଜାତାଙ୍କୁ ଏଠାରେ ଉଦ୍‍ଘାଟନ କରିବାକୁ ଚିନ୍ତା କରୁଥାଇପାରନ୍ତି ନବୀନ-ପାଣ୍ଡିଆନ୍‍ ଯୋଡ଼ି।

ଅପରପକ୍ଷେ ବିଜେପିରେ ବି ସେଇ ଅବସ୍ଥା। ଯେମିତି ୨୦୨୪ ନିର୍ବାଚନରେ କଂଗ୍ରେସ ସଭାପତି ଏ ଆସନରୁ ପ୍ରାର୍ଥୀ ହେବାକୁ ହାଇଁପାଇଁ ହେୁଥିଲେ ଠିକ୍‍ ସେହିପରି ବିଜେପି ରାଜ୍ୟ ସଭାପତି ଏବେ ନୂଆପଡ଼ାକୁ ବଡ଼ ସୁଯୋଗ ଭାବେ ଗ୍ରହଣ କରିଥିବା କୁହାଯାଉଛି। ଏହା ହେଲେ ରାଜ୍ୟ ରାଜନୀତିରେ ତାଙ୍କ ପ୍ରଭାବ ବଢ଼ିବ। କାରଣ ବିଜେପିର ୨୦୨୪ ନିର୍ବାଚନ ବିଜୟ ପଛରେ ମନମୋହନଙ୍କ ସାଂଗଠନିକ କାର୍ଯ୍ୟକୁ ପ୍ରଶଂସା କରାଯାଉଛି।  ଯଦି ସେ ହାରି ନଥାଆନ୍ତେ ତେବଳେ ହୁଏତ ଆଜି ମୁଖ୍ୟମନ୍ତ୍ରୀ ଥାଆନ୍ତେ। କିନ୍ତୁ  ବିଧିର ବିଧାନ ଅଲଗା ଥିଲା ଏଣୁ ସେ ପରାଜିତ ହେଲେ। ଏବେ ନୂଆପଡ଼ାରେ ଯେହେତୁ ବିଜେଡିର କିଛି ଠିକ ଠିକଣା ମିଳୁ ନାହିଁ ମନମୋହନ ଏହାକୁ ସୁଯୋଗ ଭାବେ ଗ୍ରହଣ କରୁଥିବା କୁହାଯାଉଛି। ଅପରପକ୍ଷେ ଏ ନିର୍ବାଚନରେ ଜିତିବା ବା ହାରିବା ବିଜେପିକୁ ବିଧାନସଭାରେ କୌଣସି ଲାଭ-କ୍ଷତି ଦେବ ନାହିଁ।

ଏଭଳି ଏକ ସ୍ଥିତିରେ ନୂଆପହ଼ା ବିନା ଆଶା ଓ ଆଶଙ୍କାରେ ତ୍ରିମୁଖୀ ଲଢ଼େଇରେ ପରିଣତ ହେବାକୁ ଯାଉଛି। ଆଉ ଯଦି ଚର୍ଚ୍ଚିତ ନାମଗୁଡ଼ିକ ପ୍ରାର୍ଥୀ ତାଲିକାକୁ ଆସନ୍ତି ତେବେ ଏ ନିର୍ବାଚନ ରାଜ୍ୟର ସବୁଠାରୁ ହାଇପ୍ରୋଫାଇଲ୍‍ ବି ହୋଇପାରେ।  

About the Author