• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି

ହେଲେ ହଠାତ ଓବିସି ବର୍ଗଙ୍କ ପାଇଁ ରାଜନୈତିକ ଦଳ ଚିନ୍ତିତ ହୋଇପଡିବାକୁ ଏବେ ଚର୍ଚ୍ଚା ଜୋର ଧରିଛି। ଆଉ କେଉଁ ଦଳ ବାସ୍ତବରେ ରାଜନୀତି ଉଦ୍ଦେଶ୍ୟ ନରଖି ଓବିସି ବର୍ଗଙ୍କ ପାଇଁ ଚିନ୍ତା କରୁଛି? କାହାକୁ ମିଳିବ ବଡ ବର୍ଗଙ୍କ ଆଶ୍ରୟ। ତାହାକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଉଠିଛି। 

ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି

ଚନ୍ଦନ ପାଇକରାୟ,ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇ ଯାଇଛି ଓବିସି ସଂରକ୍ଷଣ ରାଜନୀତି। ରାଜ୍ୟର ଅର୍ଦ୍ଧାଧିକ ଜନସଂଖ୍ୟା ଥିବା ଏହି ବର୍ଗଙ୍କ ପାଇଁ ଏବେ ସବୁ ଦଳର ଚିନ୍ତା ବଢିଯାଇଛି। ଓବିସି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଏବେ ସାମଗ୍ରିକ ଭାବେ ଦାବି ଉଠାଇଛନ୍ତି ରାଜ୍ୟର ସବୁ ଦଳ। ବିଜେଡି କାର୍ଯ୍ୟକାରିଣୀରେ ଓବିସି ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ହେଲେ ପରେ ଓବିସି ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଏହି ସଂରକ୍ଷଣ ରାଜନୀତିକୁ ଆହୁରୀ ସରଗରମ କରିଛି। ରାଜ୍ୟ ସରକାର ଓବିସି ସଂରକ୍ଷଣ ନେଇ କାର୍ଯ୍ୟ କରୁଥିବା କୁହାଯାଇଥିବେ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଜବାବ ରାଜ୍ୟ ସରକାରଙ୍କ ପାଖରେ ଏସିଇବିସି (SEBC) ବର୍ଗଙ୍କ ତାଲିକା ରହିଛି। କାହିଁକି ଏହାକୁ ଲାଗୁ କରୁ ନାହାନ୍ତି। ନବେ ଦଶକରୁ ମଣ୍ଡଳ କମିଶନ କରିଥିବା ସୁପାରିଶକୁ କାହିଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ। 

ଏ ପ୍ରସଙ୍ଗରେ ଶାସକ ବିଜେଡି ଜବାବ ରଖିଥିବା ବେଳେ ବିରୋଧି କଂଗ୍ରେସ କହିଛି ଓବିସି ସଂରକ୍ଷଣ ଲାଗୁ କରିବାକୁ ନେଇ କାହାର ଆନ୍ତରିକତା ନାହିଁ। ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ଅର୍ଥାତ ଓବିସି ବର୍ଗଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ଅଧାରୁ ଅଧିକ। ଅର୍ଥାତ ପାଖାପାଖି ୫୪ ପ୍ରତିଶତ। ଶିକ୍ଷା କ୍ଷେତ୍ର ଅଥବା ଚାକିରୀ ସବୁଥିରେ ଏବେ ଓବିସି ସଂରକ୍ଷଣ ନେଇ ରାଜନୀତି ଜୋର ଧରିଛି। କିଏ କହୁଛି ମଣ୍ଡଳ କମିଶନ ସୁପାରିଶକୁ ଲାଗୁ କରାଯାଉ ଆଉ କିଏ କହୁଛି ରାଜ୍ୟରେ ନବ ଦାସ କମିଶନ ଦେଇଖିବା ସୁପାରିଶକୁ ଲାଗୁ କରିଦେଲେ ସଂରକ୍ଷଣ ଜନିତ ସବୁ ସମାଧାନ ହୋଇଯିବ।

Also Read:କ୍ୟାବିନେଟ ନିଷ୍ପତ୍ତିକୁ ସମାଲୋଚନା କଲା ବିଜେପି

 

ହେଲେ ହଠାତ ଓବିସି ବର୍ଗଙ୍କ ପାଇଁ ରାଜନୈତିକ ଦଳ ଚିନ୍ତିତ ହୋଇପଡିବାକୁ ଏବେ ଚର୍ଚ୍ଚା ଜୋର ଧରିଛି। ଆଉ କେଉଁ ଦଳ ବାସ୍ତବରେ ରାଜନୀତି ଉଦ୍ଦେଶ୍ୟ ନରଖି ଓବିସି ବର୍ଗଙ୍କ ପାଇଁ ଚିନ୍ତା କରୁଛି? କାହାକୁ ମିଳିବ ବଡ ବର୍ଗଙ୍କ ଆଶ୍ରୟ। ତାହାକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଉଠିଛି। ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ନେଇ ରାଜନୀତି ସକ୍ରିୟ ହୋଇଉଠିଛି।  

ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ୯୦ ଦଶକରେ ମଣ୍ଡଳ କମିଶନ ପାସ କଲେ। ସାମାଜିକ ସ୍ଥିତିକୁ ଦେଖି ଆଜି ପର୍ଯ୍ୟନ୍ତ ଓବିସି ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇ ଆସୁଛି। ରାଜ୍ୟରେ ଥିବା ଓବିସି ବର୍ଗଙ୍କୁ ସମସ୍ତ ପ୍ରକାର ସଂରକ୍ଷଣ ବ୍ୟବସ୍ଥାରୁ ବଞ୍ଚିତ କରାଯାଇଛି। ୨ ବର୍ଷ ପୂର୍ବେ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ  ୧୦ ପ୍ରତିଶତ ସଂରକ୍ଷଣ ଦାୟିତ୍ୱ କେନ୍ଦ୍ର ସରକାର ନେଇଥିଲେ। ଯାହା ଦ୍ୱାରା ସମସ୍ତେ ଉପକୃତ ହେବେ।  

ଓବିସି ସଂରକ୍ଷଣ ଲାଗୁ ନେଇ କାହିଁକି ବିଳମ୍ବ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟ ନିକଟରେ ଏସଇବିସି ବର୍ଗ ତାଲିକା ରହିଛି। ଏହାକୁ କାର୍ଯ୍ୟକାରୀ କରାଯିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ହେଲେ ଏହାକୁ ଲାଗୁ କରିବା ପାଇଁ ରାଜନୈତିକ ଇଛା ଶକ୍ତିର ଅଭାବ ରାହିଛି। କାଳେ ଏହାର ଫାଇଦା ପ୍ରଧାନମନ୍ତ୍ରୀ ମୋଦି ନେଇଯିବେ ସେଥିପାଇଁ ଶାସକ ବିଜେଡି ଏହାକୁ ନେଇ ରାଜନୀତି କରୁଛି।

Also Read: ଓବିସି କମିଶନ ଗଠନକୁ ନେଇ ଆରମ୍ଭ ହେଲା ରାଜନୀତି

 

ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ଟ୍ୱିଟ ମାଧ୍ୟମରେ ଏହାର ଉତ୍ତର ରଖିଥିଲେ ବିଜେଡି ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର। ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିବା ପରେ ଏହାର ଉତ୍ତର ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ନବକୁମାର ଦାସ କମିଟିକୁ ଅବଲୋକନ କଲେ ଅନେକ ଦ୍ଵନ୍ଦ ଦୂର ହୋଇଯିବ। ଓଡ଼ିଶାରେ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ଯେଉଁ ଗାର ଟାଣି ଦିଆଯାଇଛି ନବ ଦାସ କମିଟିରେ ଏ ବାବଦରେ ଅବଲୋକନ କରାଯାଇଛି। ରାଜ୍ୟ ସରକାର ଚିନ୍ତା କରିବାର ଅବାଶ୍ୟକତା ରହିଛି। ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ଚିନ୍ତା କରୁଛନ୍ତି। 

ସେପଟେ କଂଗ୍ରେସ କହିବା ଅନୁସାରେ ଓବିସି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା କାହାର ଆନ୍ତରିକତା ନାହିଁ। ଆଗରୁ ମୁଖ୍ୟମନ୍ତ୍ରୀ ଚିଠି ଲେଖୁଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖୁଛନ୍ତି। ଏବେ ଖାଲି ଚିଠିଲେଖା ରାଜନୀତି ଚାଲିଛି। କେବେ ଲାଗୁ ହେବ ଓବିସି ସଂରକ୍ଷଣ ବ୍ୟବସ୍ଥା। ବାସ୍ତବରେ ରାଜନୈତିକ ଦଳର ଏଥିପ୍ରତି ଇଚ୍ଛାଶକ୍ତି ରହିଛି ନା ରାଜନୀତି ପଶାପାଲିରେ ଓବିସି ଏକ ମୋହରା ହେବା ତାହା ଆଗାମୀ ଦିନରେ ଜଣାପଡିବ।