• ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CMଙ୍କ ସମୀକ୍ଷା
  • କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
  • ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ରୂପରେଖ ଚୂଡ଼ାନ୍ତ
  • କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ୨ଟି କମିଟି କରାଯାଇଛି
  • ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
  • ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଲଗାଇଲେ ରାଜ୍ୟ ସରକାର
  • ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ
  • ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା କୋହଳ
  • ବନ୍ଦ ରହିବ ବସ୍‌ ପରିବହନ, ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

ପଛୁଆ ବର୍ଗଙ୍କୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି। 

ପଛୁଆ ବର୍ଗଙ୍କୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଭୁବନେଶ୍ୱର: ଓବିସି କାର୍ଡକୁ ନେଇ ମୁହାଁମୁଁହିଁ ହୋଇଛନ୍ତି ଶାସକ ବିଜେଡି ଆଉ ବିରୋଧି ବିଜେପି। ରାଜ୍ୟରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋରଦାର ସମାଲୋଚନା କରିଛନ୍ତି । ବିଗତ ୩ ଦଶନ୍ଧି ଧରି ଓବିସି, ଏସଇବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କାହିଁକି ରାଜ୍ୟ ଦେଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ। ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ ବୋଲି ଦାବି ରଖିଛନ୍ତି ସେ। 

ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଉପରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଅନ୍ୟାନ୍ୟ ପଛୁଆ ବର୍ଗ-ଓବିସି (Other Backward Class-OBC) ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପରେ ସବୁ ଅଧିକାର ମିଳିଯିବ। ମାସେ ଦେଢମାସ ପାଇଁ କାହିଁକି ବ୍ୟସ୍ତ ବିବ୍ରତ ହେଉଛି ବିଜେପି। ସେପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି।

Also Read: ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି

ଓବିସି ବର୍ଗ ଚିହ୍ନଟ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ ଜୋରଦାର କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ରାଜ୍ୟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଛି। ମଣ୍ଡଳ କମିଶନଙ୍କ ସୁପାରିଶ ପରେ ଦେଶର ବିଭିନ୍ନ ରାଜ୍ୟରେ ଓବିସି ସହ ସାମାଜିକ ଏବଂ ଶିକ୍ଷାକ୍ଷେତ୍ରରେ ପଛୁଆ-ଏସଇବିସି (Socially Educationally Backward Class-SEBC) ବର୍ଗଙ୍କୁ ଚାକିରି ସହ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଲାଗୁ କରିନଥିବା ସେ ଅଭିଯୋଗ କରିଛନ୍ତି। 

Also Read: ଗଠନ ହେଲା ଓବିସି କମିଶନ

 

ସେହିପରି ରାଜ୍ୟ ଓବିସି କମିଶନଙ୍କ ସାନି ସର୍ଭେକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ୧୯୯୩ ମସିହାରୁ ରାଜ୍ୟରେ ୨୧୦ ପଛୁଆ ଜାତିଙ୍କ ବାବଦରେ ତଥ୍ୟ ରହିଛି। ୨୦୧୭ ମସିହା ଯାଏଁ ଏଥିରେ ସଂଶୋଧନ ହୋଇନି। ହେଲେ ରାଜ୍ୟ ପାଖରେ ପଛୁଆ ଜାତିଙ୍କ ବାବଦରେ କୌଣସି ତଥ୍ୟ ନଥିବା ଭଳି ବିଭ୍ରାନ୍ତ କରାଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହା ବାଦ ୨ ବର୍ଷ ତଳେ ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଓଡିଶାରେ କାର୍ଯ୍ୟକାରୀ କରାଯାଇ ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Also Read: ଓବିସି ରାଜନୀତି: ବିଜେଡ଼ିକୁ ଘେରିଲେ ବିରୋଧୀ

ସେପଟେ କଂଗ୍ରେସ ଧର୍ମେନ୍ଦ୍ରଙ୍କ ସହ ସହମତ ହେବା ସହ କହିଛି ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ରାଜ୍ୟ ସରକାର ଲାଗୁ କରନ୍ତୁ। ସେପଟେ ବିରୋଧିଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଓବିସି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିହ୍ନଟ ହେବା ପରେ ସବୁ ଅଧିକାର ମିଳିବ। ଏପରିକି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କହିବା କଥା ଓବିସି କମିଶନ ଗଠନ କରିଛି କିଏ। ଓବିସି ପ୍ରସଙ୍ଗକୁ ନେଇ ରାଜନୀତିକରଣ ନହେଉ। ଯଦି ଆନ୍ତରିକତା ଅଛି ସୁପ୍ରିମକୋର୍ଟରେ ସଂରକ୍ଷଣ ପାଇଁ ଲଢେଇ କରନ୍ତୁ।

Also Read: ପଛୁଆ ବର୍ଗ କମିଶନ ସଂଶୋଧନ ବିଲ-୨୦୨୦: ଶାସକ-ବିରୋଧୀ ମୁହାଁମୁହିଁ

 ଚଳିତ ୨୦୨୧ ଜନଗଣନା ସମୟରେ ସାମାଜିକ ଏବଂ ଶିକ୍ଷାକ୍ଷେତ୍ରରେ ପଛୁଆ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଓଡିଶା ସରକାର ଅନୁରୋଧ କରିଥିଲେ। ଫଳରେ ଏମାନଙ୍କ ସ୍ଥିତି ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ଆସିପାରିବ ଏବଂ ଏହା ମାଧ୍ୟମରେ ସରକାର ସେମାନଙ୍କ ବିକାଶ କରିପାରିବେ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ କେନ୍ଦ୍ର ସରକାର ଏହା ଉପରେ କିଛି ଠୋସ ପଦକ୍ଷେପ ନେଲେ ନାହିଁ। ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ପଛୁଆ ବର୍ଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ବର୍ଗର ଲୋକଙ୍କ ସାମାଜିକ, ଶୈକ୍ଷିକ ସ୍ଥିତି ଉପରେ ସର୍ବେକ୍ଷଣ ପାଇଁ ରାଜ୍ୟ ସରକାର ଓଡିଶା ପଛୁଆ ବର୍ଗ କମିଶନଙ୍କୁ ଅନୁମତି ଦେଇଛନ୍ତି। ଅନୁସୂଚିତ ଜାତି, ଜନଜାତି ବିଭାଗ ତଥା ପଛୁଆ ବର୍ଗ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।