• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପଶ୍ଚିମ ଓଡି଼ଶାକୁ ଅବହେଳା ବିରୋଧରେ ବିଜେପିର ଗଣଧାରଣା

ଗତକାଲି ସମ୍ବଲପୁରର ବୁର୍ଲା ଠାରେ ଏହି ସମସ୍ୟା ନେଇ ବିଜେପି ଆନ୍ଦୋଳନ କରିଛି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ମେରୁଦଣ୍ଡ କୁହାଯାଉଥିବା ଭୀମସାର ଅବହେଳା ପ୍ରତିବାଦର ସ୍ୱର ବିଧାନସଭାରେ ଦେଖାଇବ ବିଜେପି ବୋଲି ଦଳ ଷୋଷଣା କରିଛି ।

ପଶ୍ଚିମ ଓଡି଼ଶାକୁ ଅବହେଳା ବିରୋଧରେ ବିଜେପିର ଗଣଧାରଣା
ପଶ୍ଚିମ ଓଡି଼ଶାକୁ ଅବହେଳା ବିରୋଧରେ ବିଜେପିର ଗଣଧାରଣା

ସମ୍ବଲପୁର: ଭୀମସାର ସହ ପଶ୍ଚିମ ଓଡିଶାକୁ ଅବହେଳା ବିରୋଧରେ ବିଜେପିର ଗଣଧାରଣା ସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ। କାର୍ଯ୍ୟକ୍ରମରେ ଯୋଗଦେଲେ ପଶ୍ଚିମ ଓଡିଶାର ଟାଣୁଆ ବିଜେପି ନେତା। ପଶ୍ଚିମାଞ୍ଚଳର ସ୍ୱାସ୍ଥ୍ୟ ଓ ବିଭିନ୍ନ ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବିରେ ଗର୍ଜିଲା ବିଜେପି। ଗତକାଲି ସମ୍ବଲପୁରର ବୁର୍ଲା ଠାରେ ଏହି ସମସ୍ୟା ନେଇ ବିଜେପି ଆନ୍ଦୋଳନ କରିଛି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ମେରୁଦଣ୍ଡ କୁହାଯାଉଥିବା ଭୀମସାର ଅବହେଳା ପ୍ରତିବାଦର ସ୍ୱର ବିଧାନସଭାରେ ଦେଖାଇବ ବିଜେପି ବୋଲି ଦଳ ଷୋଷଣା କରିଛି ।

ବୁର୍ଲା ଭୀମସାର ମେଡ଼ିକାଲକୁ ଚରମ ଅବହେଳା, ପଶ୍ଚିମାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରିଛି ବିଜେପି (BJP) । ପଶ୍ଚିମାଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ଭୀମସାରରେ ଯଥାଶୀଘ୍ର ଏକମୋ ମେସିନ ଲଗେଇବା ଓ ଅନ୍ୟାନ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଜନିତ ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବିରେ ବିଜେପି ପକ୍ଷରୁ ଗତକାଲି ସ୍ଥାନୀୟ ବୁର୍ଲା ଦିନଦାୟଲ ଉପାଧ୍ୟାୟ ମାର୍କେଟ କମ୍ପ୍ଲେକ୍ସ ଠାରେ ଏକ  ଗଣଧାରଣା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

Also Read: ଲୋକଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ସ୍ୱପ୍ନେର ଚାଷୀ: ବିନା ପାଣି ଓ ସାରରେ ଫଳାଉଛନ୍ତି ପରିବା

ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରି ନାଏକ (Nauri Nayak) ଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବିଜେପି ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ରକ୍ଷିତ ପରିଚାଳନା କରିଥିଲେ। ଏହି ଆନ୍ଦୋଳନ ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜରିଆରେ ଦିଆଯାଇଥିବା ଦାବିପତ୍ରକୁ ଭୀମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର  ଓ ତହସିଲଦାର ଲକ୍ଷ୍ମଣ ଅମାତ ଗ୍ରହଣ କରିଥିଲେ।

ଆନ୍ଦୋଳନରେ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା ପ୍ରାର୍ଥୀ, ନିର୍ବାଚିତ ପ୍ରତିନିଧି, ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ବାରମ୍ବାର ରାଜ୍ୟ ବିଜେଡି ସରକାର ଭୀମସାରକୁ ଅବହେଳା ପ୍ରଦର୍ଶନ କରିଵା ଯାରି ରଖିଥିବା ବେଳେ ଆଗାମୀ ଦିନରେ ଏଥିପାଇଁ ଯୋରଦାର ଆନ୍ଦୋଳନ କରିବା ପାଇଁ ଦଳ ଚେତାବନୀ ଦେଇଛି। ଏହା ସହ ଦଳର ସବୁ ବିଧାୟକ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ବିଜେପି କହିଛି।

Also Read: ଖୋଲିଲା ସମଲେଶ୍ୱରୀ ମନ୍ଦିର, ସପ୍ତାହକୁ ଗୋଟିଏ ଦିନ ବନ୍ଦ

ଅପର ପକ୍ଷରେ ଭୀମସାର (VIMSAR) ନିର୍ଦ୍ଦେଶକ କହିଛନ୍ତି ଯେ, ଏଠାରେ ଏକମୋ ମେସିନ ଲଗେଇବା ପାଇଁ ଭିତ୍ତିପ୍ରସ୍ତର ନାହିଁ। ଏ ବାବଦରେ ସରକାରକୁ ଜଣାଇ ଥିବାଭୀମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି। ବିଜେପି ଏବେ ଭୀମସାରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନହେବା ଯାଏ ରାଜ୍ୟ ସରକାର ବିରୋଧରେ ଲଡେଇ ଯାରି ରହିବ ବୋଲି ଚେତାବନୀ ଦେଇଛି।