ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣା: ସିବିଆଇ ତଦନ୍ତ ଦାବି କଲା ବିଜେପି ଯୁବମୋର୍ଚ୍ଚା
Advertisement

ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣା: ସିବିଆଇ ତଦନ୍ତ ଦାବି କଲା ବିଜେପି ଯୁବମୋର୍ଚ୍ଚା

ବିଜେପି ରାଜ୍ୟ ଯୁବମୋଚ୍ଚା ସଭାପତି ଇରାଶିସ ଅଭିଯୋଗ କରିଛନ୍ତି ଯେ, ବିରଞ୍ଚି ନାରାୟଣ ସାହୁଙ୍କ ଗିରଫଦାରୀ ଘଟଣାରେ ବହୁ ବଡବଡିଆ ଅଧିକାରୀଙ୍କ ସଂପୄକ୍ତି ଥିବା ସହ ଏହି ଦୁର୍ନୀତିର ଚେର ବହୁ ଉପର ପର୍ଯ୍ୟନ୍ତ ଲାଗି ରହିଥିବାରୁ ଏହାର ବିଚାର ବିଭାଗୀୟ ତଦନ୍ତ ସହ ସିବିଆଇ ତଦନ୍ତ ହେଲେ ଆହୁରି ବଡବଡିଆଙ୍କ ଏହି ଲିଙ୍କରେ ସାମିଲ ଥିବା ଜଣାପଡିବ। 

 ସୌ- ସୋସିଆଲ ମିଡିିଆ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ ଘଟଣାରେ ଆହୁରି ବଡବଡିଆ ଅଧିକାରୀ ସଂପୄକ୍ତି ଥିବାରୁ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ଯୁବ ମୋଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ।

ବିଜେପି ରାଜ୍ୟ ଯୁବମୋଚ୍ଚା ସଭାପତି ଇରାଶିସ ଅଭିଯୋଗ କରିଛନ୍ତି ଯେ, ବିରଞ୍ଚି ନାରାୟଣ ସାହୁଙ୍କ ଗିରଫଦାରୀ ଘଟଣାରେ ବହୁ ବଡବଡିଆ ଅଧିକାରୀଙ୍କ ସଂପୄକ୍ତି ଥିବା ସହ ଏହି ଦୁର୍ନୀତିର ଚେର ବହୁ ଉପର ପର୍ଯ୍ୟନ୍ତ ଲାଗି ରହିଥିବାରୁ ଏହାର ବିଚାର ବିଭାଗୀୟ ତଦନ୍ତ ସହ ସିବିଆଇ ତଦନ୍ତ ହେଲେ ଆହୁରି ବଡବଡିଆଙ୍କ ଏହି ଲିଙ୍କରେ ସାମିଲ ଥିବା ଜଣାପଡିବ। ତେଣୁ ଏହି ଦୁର୍ନୀତି ଲିଙ୍କ ଘଟଣାର ସଠିକ ତଦନ୍ତ କରାଯିବା ପାଇଁ  ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା (BJP yuva morcha) ସଭାପତି ଦାବି କରିଛନ୍ତି ।

Also Read: Indian Politics: ପିତା-ପୁତ୍ର ମୁଖ୍ୟମନ୍ତ୍ରୀ ତାଲିକାରେ ଯୋଡିହେଲେ ଏହି ଦୁଇ ନେତା

ସୂଚନାଯୋଗ୍ୟ ଆୟବହିର୍ଭୁତ ସମ୍ପତି ମାମଲାରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (OSSC)  ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ (Biranchi narayan sahu) ଙ୍କୁ ଭିଜିଲନ୍ସ ଗିରଫ କରିଛି। ବିରଞ୍ଚିଙ୍କ ଘରେ ଚଢଉ କରି କୋଟି କୋଟି ଟଙ୍କା ସହ ବିପୁଳ ସୁନା ଗହଣା ଜବତ କରାଯାଇଛି। ବିଭିନ୍ନ ନିଯୁକ୍ତିରେ ବିରଞ୍ଚି ନାରାୟଣ ଦୁର୍ନିତି କରିଥିବା ଅଭିଯୋଗ ହେଉଛି।