Advertisement
Article Detail0/zeeodisha/odisha990621
Zee OdishaOdisha Politicsପିପିଲି ଉପ-ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉପରେ ବର୍ଷିଲେ BJP, Congress

ପିପିଲି ଉପ-ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉପରେ ବର୍ଷିଲେ BJP, Congress

ଏନସିଆରବି ରିପୋର୍ଟକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି। ଓଡିଶାର ବିଜେଡି ସରକାର ମା’କୁ ସମ୍ମାନର ଡିଣ୍ଡିମ ପିଟୁଛନ୍ତି, କିନ୍ତୁ ଏନସିଆରବି ରିପୋର୍ଟ ତଥ୍ୟ କହୁଛି ଓଡ଼ିଶାରେ ମହିଳା ସବୁଠାରୁ ଉପେକ୍ଷିତ। ମହିଳାଙ୍କ ଉପରେ ଅତ୍ୟାଚାର ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବଢିଛି ବୋଲି ଦଳ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। 

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: କେଇଟା ଦିନ ପରେ ପିପିଲିରେ ଭୋଟ ହେବ। ଆଉ ଏହି ନିର୍ବାଚନ ମାହୋଲକୁ ସରଗରମ କରିଛି କେନ୍ଦ୍ରୀୟ ରିପୋର୍ଟ। ଉଭୟ  BJP, Congressକୁ ଏହି ରିପୋର୍ଟ ଏବେ ରାଜ୍ୟ ସରକାରଙ୍କ ଉପରେ ଆକ୍ରାମକ ହେବା ପାଇଁ ଖୋରାକ ଯୋଗାଇଛି। ମହିଳାଙ୍କ ସୁରକ୍ଷାକୁ ନେଇ ବିଜେପି ଓ ପଛୁଆ ବର୍ଗର ବିକାଶ ପ୍ରସଙ୍ଗରେ କଂଗ୍ରେସ ଟାର୍ଗେଟ କରିଛି।

ଏନସିଆରବି ରିପୋର୍ଟକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି। ଓଡିଶାର ବିଜେଡି ସରକାର ମା’କୁ ସମ୍ମାନର ଡିଣ୍ଡିମ ପିଟୁଛନ୍ତି, କିନ୍ତୁ ଏନସିଆରବି ରିପୋର୍ଟ ତଥ୍ୟ କହୁଛି ଓଡ଼ିଶାରେ ମହିଳା ସବୁଠାରୁ ଉପେକ୍ଷିତ। ମହିଳାଙ୍କ ଉପରେ ଅତ୍ୟାଚାର ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବଢିଛି ବୋଲି ଦଳ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। 

Also Read: କିଏ ଦୁର୍ନୀତିଖୋର? ଆରୋପ ପ୍ରତ୍ୟାରୋପ ଜାଲରେ ଛନ୍ଦି ହୋଇଛନ୍ତି BJD-Congress

Add Zee News as a Preferred Source

ଦୋଷୀଙ୍କୁ ଦଣ୍ଡ ଦେବା ମାତ୍ର ୯%, ତେଣୁ ଅଧିକ ଅପରାଧ ପାଇଁ ସେମାନେ ସାହସ ପାଉଛନ୍ତି। ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛି। ଅଧିକାଂଶ ଅପରାଧୀ ଶାସକ ଦଳର ନେତା କିମ୍ବା ଶାସକ ଦଳର ସମର୍ଥକ। ତେଣୁ ପୋଲିସ ଉପରେ ଚାପ ପକାଯାଉଛି। ୨୦୧୯ରେ ୧.୨୧ ପ୍ରତିଶତ ଅପରାଧିକ ମାମଲା ଓ ୨୦୨୦ରେ ୧.୩୪ ପ୍ରତିଶତ ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଛି। ଗଣଦୁଷ୍କର୍ମ ଏ ବର୍ଷ ୨୦ଟି ହେଇଛି, ୩୦ ହଜାର ୭୭୫ ମହିଳା ଅପହରଣ ହୋଇଥିବା ବେଳେ କ୍ରାଇମ୍ ରେଟ୍ ଜାତୀୟ ହାର ଠାରୁ ୪ ଗୁଣ ଅଧିକା ରହିଛି ବୋଲି ବିଜେପି କହିଛି।

କୋଭିଡ ସମୟରେ ମହିଳା ବିରୋଧୀ ଅପରାଧ ସାରା ଦେଶରେ କମିଥିବା ବେଳେ ଓଡ଼ିଶାରେ ୧୦% ବଢିଛି। ଓଡ଼ିଶାରେ ଗତବର୍ଷ ତୁଳନାରେ ୭୬% ସାଇବର ଅପରାଧ ବଢିଛି। ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ କ୍ଷେତ୍ରରେ ୬୦% ଅପରାଧ ବଢିଛି। ସ୍ୱିଗି ବୟ ଭଳି ଅଯଥା କାମରେ ଲାଗି ପୋଲିସ ଯାତ୍ରା କରୁଛି କିନ୍ତୁ ପ୍ରକୃତ ଅପରାଧର ତଦନ୍ତ କରୁନି। ୧୫ ବର୍ଷର ପିଲା ରାଜଧାନୀ ଡ୍ରେନରେ ଭାସି ଜୀବନ ହରାଉଛି କିନ୍ତୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିନାହାନ୍ତି। ଏହାକୁ ଦଳ ନିନ୍ଦା କରୁଛି, ଆଗକୁ ମହିଳା ଅତ୍ୟାଚାର ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି।

Also Read: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସେପଟେ କଂଗ୍ରେସ, ଅନୁସୂଚୀତ ଜାତି ଓ ଜନଜାତି ବିରୋଧି ଏବଂ ୨୦୧୪ ମସିହାରୁ ଟି.ଏ.ସି, ଉପଦେଷ୍ଟା ବୋର୍ଡ ଏବଂ ଭିଜିଲାନନ୍ସ ମନିଟରିଂ କମିଟି ଗଠନ ହୋଇନଥିବା ଦଳ ଅଭିଯୋଗ କରିଛି। ଓଡ଼ିଶା ଜନସଂଖ୍ୟାର ୪୦ ଭାଗ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି। ସଂବିଧାନର ଧାରା ୪୬ ମୁତାବକ ଏହି ବର୍ଗର ସାମାଜିକ, ଆର୍ଥିକ ଓ ଶୌକ୍ଷିକ ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ନର୍ଦ୍ଦେଶ ରହିଛି। ଏତଦ୍ ବ୍ୟତୀତ ୧୪୭ ଗୋଟି ବିଧାନସଭା ଆସନ ମଧ୍ୟରୁ ଓଡ଼ିଶାର ୫୭ ଗୋଟି ବିଧାୟକ ଏବଂ ୨୧ ଗୋଟି ଲୋକସଭା ଆସନରୁ ୮ ଗୋଟି ସାଂସଦ ଏହି ବର୍ଗରୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟର ୩୦ ଗୋଟି ରାଜସ୍ୱ ଜିଲ୍ଳାରେ ୩୦ ଜିଲ୍ଳା ମଙ୍ଗଳ ଅଧିକାରୀ ଓ ୩୧୪ ଗୋଟି ବ୍ଲକରେ ଡବ୍ଳୁ.ଇ.ଓ ଙ୍କ ସମେତ ୨୨ ଗୋଟି ଆଇ.ଟି.ଡି.ଏ ବିଭିନ୍ନ ଆଦିବାସୀ ଅଧ୍ୟୁସିତ ଜିଲ୍ଳାରେ କାର୍ଯ୍ୟରତ ବୋଲି ଦଳ କହିଛି।

କଂଗ୍ରେସ ଗଣମାଧ୍ୟମ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଜନସଂଖ୍ୟାର ୪୦ ଭାଗ ଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗରର ସାମଗ୍ରିକ ବିକାଶ ପାଇଁ ଗଦା ଗଦା ଯୋଜନା ହେଉଛି। କିନ୍ତୁ ଏମାନଙ୍କର ବିକାଶ ହୋଇପାରୁନାହିଁ। ଯୋଜନାର ଅର୍ଥ ବାଟମାରଣା ହେଉଛି। ଏହାର ସମୀକ୍ଷା କରି ପ୍ରତିକାରାତ୍ମକ ପଦକ୍ଷେପ ପାଇଁ ରହିଥିବା ଟି.ଏ.ସି, ଅନୁସୂଚୀତ ଜାତି କଲ୍ୟାଣ ବୋର୍ଡ ଓ ଭିଜିଲାନ୍ସ ମନିଟରିଂ କମିଟି ଗୁଡ଼ିକୁ ସରକାର ଦୀର୍ଘ ବର୍ଷ ହେବ ଗଠନ କରୁନଥିବା ଦଳ ଅଭିଯୋଗ କରିଛି।

 

 

About the Author