ଆଗକୁ ନିର୍ବାଚନ; ରାଜ୍ୟ କଂଗ୍ରେସର ଉଠିଲା ସାଙ୍ଗଠନିକ ପରିବର୍ତ୍ତନ
Advertisement

ଆଗକୁ ନିର୍ବାଚନ; ରାଜ୍ୟ କଂଗ୍ରେସର ଉଠିଲା ସାଙ୍ଗଠନିକ ପରିବର୍ତ୍ତନ

ଦଳ କିପରି ସୁଦୃଢ ହେବସ ଏବଂ ଲୋକଙ୍କ ବିଶ୍ବାସଭାଜନ ହେବ ସେନେଇ ପ୍ରସ୍ତୁତ ହୋଇଛି ରଣନୀତି। ଏପରିକି ରାଜ୍ୟରେ ପିସିସି ପରିବର୍ତ୍ତନ ସପକ୍ଷରେ ନେତାଏ ଯୁକ୍ତି ବାଢିଲେଣି।

ଆଗକୁ ନିର୍ବାଚନ; ରାଜ୍ୟ କଂଗ୍ରେସର ଉଠିଲା ସାଙ୍ଗଠନିକ ପରିବର୍ତ୍ତନ

ମଳୟ ରଞ୍ଜନ ମହାନ୍ତି. ଭୁବନେଶ୍ୱର: କଂଗ୍ରେସକୁ ଘାରିଛି ସଙ୍ଗଠନ ସଜାଡିବା ଚିନ୍ତା। ଏଥିପାଇଁ ଦଳରେ ଆରମ୍ଭ ହୋଇଛି କସରତ। ଦିଲ୍ଲୀରୁ ରାଜ୍ୟ ଶାଖା ପର୍ଯ୍ୟନ୍ତ ଦଳୀୟ ପଦାଧିକାରୀ ପରିବର୍ତ୍ତନ ଲାଗି ସବୁଠି ଉଠିଛି ସ୍ବର। ଏଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାହା ସ୍ଥିର ହୋଇନଥିବା ବେଳେ ରାଜ୍ୟରେ କିନ୍ତୁ ଉଠିଲାଣି ସାଙ୍ଗଠନିକ ପରିବର୍ତ୍ତନର ସ୍ବର। ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି ଜାତୀୟ ସହିତ ରାଜ୍ୟରେ ଦଳୀୟ ସଙ୍ଗଠନର ପୁନର୍ବିନ୍ୟାସ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। 

ଦଳ କିପରି ସୁଦୃଢ ହେବସ ଏବଂ ଲୋକଙ୍କ ବିଶ୍ବାସଭାଜନ ହେବ ସେନେଇ ପ୍ରସ୍ତୁତ ହୋଇଛି ରଣନୀତି। ଏପରିକି ରାଜ୍ୟରେ ପିସିସି ପରିବର୍ତ୍ତନ ସପକ୍ଷରେ ନେତାଏ ଯୁକ୍ତି ବାଢିଲେଣି। ସମୟ ଅନୁସାରେ ହାଇକମାଣ୍ଡ ପିସିସି ସଭାପତି ପରିବର୍ତ୍ତନ କରୁଛନ୍ତି ଆଗାମୀ ଦିନରେ ମଧ୍ୟ ରାଜ୍ୟରେ ଏହା ହୋଇପାରେ ଦଳୀୟ ନେତା ପୂର୍ବାନୁମାନ କରିଛନ୍ତି। ସେପଟେ କଂଗ୍ରେସର ପୁନର୍ଗଠନକୁ ସ୍ବାଗତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। 

Also Read: Also Read: ନିଜ ଫାସରେ ନିଜେ ଫସିଲେ ପିସିସି ସଭାପତି!

 

ରାଜ୍ୟରେ ସାଙ୍ଗଠନିକ ଅଦଳବଦଳ ହେବ କି ନାହିଁ ତାହା ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି ନିରଞ୍ଜନ କହିଛନ୍ତି। କେବଳ ସେତିକି ନୁହେଁ ଜାନୁଆରୀ ୩୧ ସୁଦ୍ଧା ଜିଲ୍ଲା ଓ ବ୍ଲକସ୍ତରରେ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି। ଏପରିକି ଏହା ପରେ ପିସିସି କମିଟି ଗଠନ ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଆଗକୁ ପିପିଲି ଉପନିର୍ବାଚନ ସହ ପଞ୍ଚାୟତ, ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନେତୃତ୍ୱକୁ ନେଇ ସ୍ପଷ୍ଟ ଚିତ୍ର ଆସୁନଥିବାରୁ ଦଳର ରାଜନୈତିକ କାର୍ଯ୍ୟକ୍ରମ ଜୋରଦାର ହୋଇପାରୁନି।