କୋଭିଡ ପରିଚାଳନାକୁ ନେଇ ଘୋର ଅସନ୍ତୋଷ: ବିଜେପି ପରେ ବର୍ଷିଲା କଂଗ୍ରେସ
Advertisement

କୋଭିଡ ପରିଚାଳନାକୁ ନେଇ ଘୋର ଅସନ୍ତୋଷ: ବିଜେପି ପରେ ବର୍ଷିଲା କଂଗ୍ରେସ

ଗ୍ରାମାଞ୍ଚଳରେ ୭୦ ପ୍ରତିଶତ କୋରୋନା (Coronavirus) ସଂକ୍ରମଣ ବୃଦ୍ଧି ପାଉଛି। ଏପ୍ରିଲ ୧୫ ତାରିଖରୁ ଗ୍ରାମାଞ୍ଚଳରେ ସଂକ୍ରମଣ ଭୟାଭୟ ପରିସ୍ଥିତି ସୃଷ୍ଟି ହେଲାଣି। ଏଭଳି ସ୍ଥଳେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡି ଯାଇଛି। 

ଡିଜାଇନ ଫଟୋ

ଭୁବନେଶ୍ୱର/ଗଜପତି: ବିଜେପି ପରେ କଂଗ୍ରେସର ଟାର୍ଗେଟରେ ନବୀନ ସରକାର। ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ। ବିଶେଷ କରି ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣ, ଡାକ୍ତର ଅଭାବ ଓ ଟିକାକରଣକୁ ଦଳ ପ୍ରସଙ୍ଗ କରିଛି। ଏବା ସହିତ ସ୍ୱର୍ଣ୍ଣଲତା ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ଗ୍ରାମାଞ୍ଚଳରେ ୭୦ ପ୍ରତିଶତ କୋରୋନା (Coronavirus) ସଂକ୍ରମଣ ବୃଦ୍ଧି ପାଉଛି। ଏପ୍ରିଲ ୧୫ ତାରିଖରୁ ଗ୍ରାମାଞ୍ଚଳରେ ସଂକ୍ରମଣ ଭୟାଭୟ ପରିସ୍ଥିତି ସୃଷ୍ଟି ହେଲାଣି। ଏଭଳି ସ୍ଥଳେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡି ଯାଇଛି। ପିଏଚସି ନୁହେଁ ସିଏଚସି ଗୁଡିକରେ ଡାକ୍ତର ନାହାନ୍ତି। ଭରଚୁଆଲ ମୋଡ଼ରେ ଚିକିତ୍ସା ଚାଲିଛି। ଏଭଳି କ୍ଷେତ୍ରରେ ରାଜ୍ୟ ସରକାର କାହିଁକି ଗ୍ରାମାଞ୍ଚଳରେ କୋଭିଡ଼ ନିୟନ୍ତ୍ରଣ କରିବାରେ ଏକ ମାସ ବିଳମ୍ବ କଲେ ବୋଲି କଂଗ୍ରେସ (Congress) କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ପ୍ରଶ୍ନ କରିଛନ୍ତି।

Also Read: ରାଜ୍ୟର କୋରୋନା ସ୍ଥିତିକୁ ନେଇ କ'ଣ କହୁଛନ୍ତି ବିରୋଧି?

ସେ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଥିଲେ ପ୍ରତ୍ୟେକ ଜୀବନ ମୂଲ୍ୟବାନ। କିନ୍ତୁ ଏଠି ଜଣେ ନବ ବିବାହିତା ଭୁବନେଶ୍ୱରରେ ୮ଟି ହସ୍ପିଟାଲ ବୁଲିବା ପରେ ବେଡ଼ ନ ପାଇ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ କଥାର ଉତ୍ତର ଦିଅନ୍ତୁ। ବାଲିଅନ୍ତାର ସ୍ଵର୍ଣ୍ଣଲତା ପାଳ ଯେତେବେଳେ ବାଲିଅନ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ ସେଠି କାହିଁକି ତାଙ୍କର ଟେଷ୍ଟିଂ କରାଗଲା ନାହିଁ?  ସରକାର କହୁଛନ୍ତି ସମସ୍ତ ମେଡିକାଲରେ ବେଡ଼ ଖାଲି ଅଛି। ତେବେ ୧୫ ତାରିଖରେ ସ୍ଵର୍ଣ୍ଣଲତା ପାଳ ମେଡିକାଲରୁ ମେଡିକାଲ ବୁଲିବା ବେଳେ ପ୍ରତ୍ୟେକ ହସ୍ପିଟାଲର ଆଇସିୟୁର ଷ୍ଟାଟସ କଣ ଥିଲା?

ଏହା ବ୍ୟତୀତ ପ୍ରଦୀପ ମାଝୀ (Pradeep Majhi) ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ସ୍ୱର୍ଣ୍ଣଲତା ହସ୍ପିଟାଲରୁ ହସ୍ପିଟାଲ ବୁଲିବା ବେଳେ କେଉଁ ହସ୍ପିଟାଲରେ କେତେ ବେଡ଼ ଅଧିକୃତ ହୋଇଥିଲା? ଯଦି ବେଡ଼ ଖାଲିଥିଲା ତେବେ ତାଙ୍କୁ କାହିଁକି ହସ୍ପିଟାଲମନେ ଫେରାଇ ଦେଲେ? ତେଣୁ ଏହି ମାମଲାରେ ହତ୍ୟା ମାମଲା ରୂଜୁ ହେବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଇସ୍ତଫା ଦିଆନ୍ତୁ ବୋଲି ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି (Odisha Congress Working President) ଦାବି କରିଛନ୍ତି।

Also Read: କୋରୋନା ଯୁଦ୍ଧ; ଫୋକସରେ ଗ୍ରାମାଞ୍ଚଳ, ସରକାର ନେଲେ ଏହି ପଦକ୍ଷେପ

କୌଣସି ରୋଗୀଙ୍କୁ ହସ୍ପିଟାଲ ଫେରାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କିଭଳି ଅବସ୍ଥାରେ ସ୍ଵର୍ଣ୍ଣଲତାଙ୍କୁ ଫେରାଇ ଦିଆଗଲା। ତେଣୁ କୋର୍ଟଙ୍କୁ ଅବମାନନା ମାମଲା ହେବା ଉଚିତ। ଭୁବନେଶ୍ୱର (Bhubaneswar) ରେ ଯଦି ଏମିତି ସ୍ୱାସ୍ଥ୍ୟ ବ୍ୟବସ୍ଥା ତେବେ ଗ୍ରାମାଞ୍ଚଳରେ କିଭଳି ସ୍ୱାସ୍ଥ୍ୟ ବ୍ୟବସ୍ଥା ତାହା ଅନୁମେୟ ବୋଲି ପ୍ରଦୀପ ମାଝି କହିଛନ୍ତି। 

ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ (Sura Rautray) ଙ୍କ କହିବା ହେଲା, ସର୍ବଦଳୀୟ ବୈଠକ ଡାକିଲେ ହେଲେ କହିବାକୁ ସୁଯୋଗ ଦେଲେନାହିଁ। ମୁଖ୍ୟମନ୍ତ୍ରୀ (Naveen Patnaik) ବିଧାୟକମାନଙ୍କ କଥା କିଛିଟା ରଖିଛନ୍ତି। ସରପଂଚମନ (Sarapanch) ଙ୍କୁ ଦାୟିତ୍ୱ ଦେଇଛନ୍ତି। ତେବେ ବେଡ଼ ବଢାଇବା ସହ କୋରୋନା ପରିଚଳନା ବ୍ୟାପକ କରିବା ଆବଶ୍ୟକ ରହିଛ। 

Also Read: ମହିଳାଙ୍କ ମୃତ୍ୟୁକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା

ଅନ୍ୟପଟେ ଗଜପତି ଜିଲ୍ଲାରେ ଚାଲିଥିବା ଟିକାକରଣ ପ୍ରକିୟାକୁ ନେଇ ପୂର୍ବତନ ପାରଳା ବିଧାୟକ କେ ସୁରିୟା ରାଓ ଅସନ୍ତୋଷ ପ୍ରକାଶ କଲେ।  ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲାରେ ଗ୍ରାମାଞ୍ଚଳର ପଞ୍ଚାୟତ ସ୍ତରରେ ଟିକାଦାନ କେନ୍ଦ୍ର କରିବା ପାଇଁ ଦାବି କରିବା ସହ ଟିକା ପାଇଁ ବାରମ୍ବାର ନିୟମ ବଦଳିବା ଫଳରେ ଦୂରଦୁରାନ୍ତର ଲୋକେ ଟିକା ପାଇଁ ଆସି ଫେରିଯିବା କଷ୍ଟ ସାଧ୍ୟ ଏବଂ କେନ୍ଦ୍ର ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଯୁବବର୍ଗଙ୍କୁ ଟିକା ଦେବା ପାଇଁ ଘୋଷଣା କରି ଟିକା ଦେଇନ ପାରିବା ନିନ୍ଦନୀୟ ଏସବୁ ଅବ୍ୟବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି।