Odisha Election 2024: ଭୁବନେଶ୍ଵର, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଗତକାଲି ଶେଷ ହୋଇସାରିଛି। ଆସନ୍ତା ଜୁନ ୧ତାରିଖରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ଅପେକ୍ଷା। ଏଥିପାଇଁ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରାଯାଇଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗସିଂହପୁର ଓ ଯାଜପୁର ଲୋକସଭା ଆସନକୁ ଅପେକ୍ଷା କରାଯାଇଛି। ଏଥିପାଇଁ ବିଭିନ୍ନ ଦଳର ନେତା ଓ କର୍ମୀ ସେଠାରେ ଡେରା ପକାଇଛନ୍ତି। ନିଜ ନିଜ ପ୍ରାର୍ଥିଙ୍କୁ କିପରି ଜିତାଇବେ ସେଥିପାଇଁ ଭୋଟରଙ୍କୁ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ତେବେ ମୟୂରଭଞ୍ଜ ଲୋକସଭା ଆସନରୁ ୭ଟି ନିର୍ବାଚନ ମଣ୍ଡଳୀର ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା ଓ ମୋରଡ଼ା ନିର୍ବାଚନ ମଣ୍ଡଳୀ ରହିଛି। ସେହିପରି ବାଲେଶ୍ଵର ଲୋକସଭା ଆସନରୁ ବଡ଼ସାହି, ଜନେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ଵର ସଦର, ରେମୁଣା, ନୀଳଗିରି ରହିଛି। ଭଦ୍ରକ ଲୋକସଭାରେ ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ଧାମନଗର, ବାସୁଦେବପୁର, ଚାନ୍ଦବାଲି ରହିଛି। କେନ୍ଦ୍ରାପଡ଼ା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ରହିଛି। ଜଗସିଂହପୁର ଲୋକସଭା ଆସନରେ ନିଆଳି, ପାରାଦ୍ଵୀପ, ତିର୍ତ୍ତୋଲ, ବାଲିକୁଦା - ଏରସମା, ଜଗସିଂହପୁର, କାକଟପୁର, ନିମାପଡ଼ା ରହିଛି। ସେହିପରି ଯାଜପୁର ଲୋକସଭା ଆସନରୁ ବିଂଝାରପୁର, ବଡ଼ଚଣା, ବରି, ସୁକିନ୍ଦା, କୋରେଇ, ଧର୍ମଶାଳା ଓ ଯାଜପୁର ରହିଛି


COMMERCIAL BREAK
SCROLL TO CONTINUE READING