କୋରୋନା ସଙ୍କଟ ଭିତରେ ସାରା ଦେଶରେ ନବୀନ ପ୍ରଥମେ ଆଣିଥିଲେ ୨୨ଶହ କୋଟି ଟଙ୍କାର ପ୍ୟାକେଜ । ଯେଉଁଥିରେ କୋଭିଡ ଯୋଦ୍ଧାଙ୍କ ସମେତ କୃଷି ଓ ଶ୍ରମିକଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ଆଉ ଏବେବି କୋରୋନା ମୁକାବିଲା ପାଇଁ ରାଜ୍ୟ ଲଢେଇ କରୁଥିବା ବେଳେ, ନବୀନ ସରକାର ଆଣିବାକୁ ଯାଉଛନ୍ତି ସ୍ୱତନ୍ତ୍ର ପ୍ୟାରେଜ-୨ ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ପ୍ରଥମେ ୫ ଜିଲ୍ଲାରେ ଲକଡାଉନ । ପରେ ଶ୍ରମିକମାନଙ୍କ ପାଇଁ ୩ ମାସର ମାଗଣା ରାସନ । ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ । ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ୪ ମାସ ପାଇଁ ଆଗୁଆ ଭତ୍ତା । ଡାକ୍ତରଙ୍କ ପାଇଁ ୪ମାସର ଦରମା ସହ ୫୦ ଲକ୍ଷର ଇନ୍ସ୍ୟୁରାନ୍ସ । ଏଥି ସହ ପ୍ରଥମେ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଆଣିବା ସହ ପ୍ରଥମେ କୋରୋନା ସଙ୍କଟ ଭିତରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଉ କେନ୍ଦ୍ରର କୋରୋନା ପ୍ୟାକେଜ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିପାରନ୍ତି ସ୍ୱତନ୍ତ୍ର ପ୍ୟାକେଜ-2 । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଥିବାରୁ ୧-୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଆସିପାରେ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ । ଯେଉଁଥିରେ ସ୍ପଷ୍ଟ ହେବ ରାଜ୍ୟର କେଉଁ ବର୍ଗର ଲୋକ କଣ କଣ ଫାଇଦା ପାଇବେ ।
କୋରାନା ସଙ୍କଟ ଭିତରେ କେନ୍ଦ୍ର ସରାକର ଘୋଷଣା କରିଛନ୍ତି ସ୍ୱତନ୍ତ୍ର ପ୍ୟାକେଜ୍ । ଯେଉଁଥିରେ କୃଷି ଓ ଶିଳ୍ପକୁ ଗୁରୁତ୍ୱ ଦିଆଯାଇଛି । ହେଲେ ରାଜ୍ୟର କେଉଁ ବର୍ଗର ଲୋକ କଣ କଣ ଫାଇଦା ପାଇବେ ? ଯେଉଁଥିରେ ରାଜ୍ୟ ସରକାରଙ୍କ ଭୂମିକା ରହୁଛି ଗୁରୁତ୍ୱପୂର୍ଣ୍ଣ । କାରଣ ହିତାଧିକାରୀ ଚୟନ କରିବେ ରାଜ୍ୟ ସରକାର । ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ହେଉ କି ଏମଏସଏମଇ ସେକ୍ଟରକୁ ଋଣ ଦେବା କଥା । କେଉଁମାନେ କେତେ ପାଇବେ, ତାହାର ତାଲିକା ସ୍ଥିର କରିବେ ରାଜ୍ୟ ସରକାର । ଏଥି ସହ କେନ୍ଦ୍ର ସରକାର ଯେଉଁ ସ୍ଲାବ ସ୍ଥିର କରିଛନ୍ତି, କିଛି ଯୋଗ୍ୟ ହୀତାଧିକାରୀ ଆସୁ ନାହାନ୍ତି । ଯାହାଙ୍କୁ ରାଜ୍ୟ ସରକାର ଚିହ୍ନଟ କରିବେ । ଏମିତି କିଛି ଗ୍ୟାପ ମ୍ୟାନେଜମେଣ୍ଟ ପାଇଁ କେନ୍ଦ୍ରର ପ୍ୟାକେଜ ପରେ ରାଜ୍ୟର ପ୍ୟାକେଜ ଆସିବା ଦରକାର, ଏବଂ ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ଜାନକିଶ ବଡପଣ୍ଡା । ଯେଉଁଥିରେ କୃଷି ଓ ଶିଳ୍ପକୁ ପ୍ରାଧ୍ୟାନ୍ୟ ଦିଆଯିବା ସହ, ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ କାମ ଦେବା ପାଇଁ ସ୍ୱତନ୍ତ୍ର ଯୋଜନା ତିଆରି ହେବ ।
କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହିତାଧିକାରୀ ଚୟନ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କ । ଲଘୁ, ସୂକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗଙ୍କୁ ଋଣ ଦେବା କଥା ହେଉ କି ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା କଥା । ଏସବୁ ଯଦି ରାଜ୍ୟ ସରକାର ଠିକ ସମୟରେ ଲାଗୁ ନକରିବେ, ତାହେଲେ ଏତେ ବଡ ପ୍ୟାକେଜର କିଛିମାନେ ନାହିଁ । ପ୍ୟାକେଜ ଲୋକଙ୍କ ପାଖରେ ପହଁଞ୍ଚିବା ପାଇଁ ହେଲେ ରାଜ୍ୟ ସରକାରଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ । ଆଶା କରାଯାଉଛି ଖୁବଶୀଘ୍ର ନବୀନ ସରକାର ଆଉ ଗୋଟିଏ ପ୍ୟାକେଜ ଆଣିବେ । ଯେଉଁଥିରେ ରାଜ୍ୟରେ କେଉଁ ବର୍ଗର ଲୋକ କ'ଣ କ'ଣ ଫାଇଦା ପାଇବେ, ତାହାର ଚିତ୍ର ସ୍ପଷ୍ଟ ହେବ । ସେଥି ପାଇଁ ବ୍ଲୁ ପ୍ରଣ୍ଟ ପ୍ରସ୍ତୁତ ଚାଲିଛି । ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଆସିପାରେ ବୋଲି କହିଛନ୍ତି ବରିଷ୍ଠ ସମ୍ବାଦିକ ଦିଲ୍ଲୀପ ବିଶୋଇ ।
କୋରୋନା ସଙ୍କଟ ଭିତରେ ସାରା ଦେଶରେ ନବୀନ ପ୍ରଥମେ ଆଣିଥିଲେ ୨୨ଶହ କୋଟି ଟଙ୍କାର ପ୍ୟାକେଜ । ଯେଉଁଥିରେ କୋଭିଡ ଯୋଦ୍ଧାଙ୍କ ସମେତ କୃଷି ଓ ଶ୍ରମିକଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ଆଉ ଏବେବି କୋରୋନା ମୁକାବିଲା ପାଇଁ ରାଜ୍ୟ ଲଢେଇ କରୁଥିବା ବେଳେ, ନବୀନ ସରକାର ଆଣିବାକୁ ଯାଉଛନ୍ତି ସ୍ୱତନ୍ତ୍ର ପ୍ୟାରେଜ-୨ ।