ତାରାଙ୍କ ପାଇଁ କଂଗ୍ରେସରେ ବଢ଼ିଲା ଅଡୁଆ, PCCକୁ କଲେ ଚ୍ୟାଲେଞ୍ଜ୍
Advertisement

ତାରାଙ୍କ ପାଇଁ କଂଗ୍ରେସରେ ବଢ଼ିଲା ଅଡୁଆ, PCCକୁ କଲେ ଚ୍ୟାଲେଞ୍ଜ୍

ଜିଲ୍ଲା ସଭାପତିଙ୍କୁ ନ ଜଣାଇ PCC ସଭାପତି ନିଜ ମନମୁତାବକ କାମ କରୁଛନ୍ତି। ସେ ସଭାପତି ପଦ ପାଇଁ ଅଯୋଗ୍ୟ ବୋଲି ମଧ୍ୟ ତାରା କହିଥିଲେ। ଆଜି ପ୍ରେସମିଟ କରି ଓଡିଶା PCC ପ୍ରସେମିଟ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।

ଫାଇଲ ଫଟୋ

ଭୁବନେଶ୍ୱର: ଗତ କିଛି ଦିନ ହେବ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ଚର୍ଚ୍ଚାରେ ଅଛନ୍ତି। ଦଳୀୟ ନେତୃତ୍ୱକୁ ଟାର୍ଗଟ କରି ଏବେ ସେ ଦଳର ଟାର୍ଗେଟ ପାଲଟି ଯାଇଛନ୍ତି। ପୂର୍ବତନ ବିଧାୟକ କୈଳାଶ କୁଲଶିକା କଂଗ୍ରେସରେ ପୁନଃ ଯୋଗା ଦେବା ପରେ କୋରାପୁଟ କଂଗ୍ରେସରେ କେଁ ବାହାରିଛି। ଜିଲ୍ଲା ସଭାପତିଙ୍କୁ ନ ଜଣାଇ PCC ସଭାପତି ନିଜ ମନମୁତାବକ କାମ କରୁଛନ୍ତି। ସେ ସଭାପତି ପଦ ପାଇଁ ଅଯୋଗ୍ୟ ବୋଲି ମଧ୍ୟ ତାରା କହିଥିଲେ। ଆଜି ପ୍ରେସମିଟ କରି ଓଡିଶା PCC ପ୍ରସେମିଟ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।

PCC କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ତାରାଙ୍କ ଅଶାଳୀନ ମନ୍ତବ୍ୟକୁ କମ୍ପରମଇଜ କରାଯିବନହିଁ। କଂଗ୍ରେସର ସବୁ ନେତା ଏହାକୁ ତୀବ୍ର ଘୃଣା କରୁଛୁ। ସେ ଅଭିଭକ୍ତ କୋରାପୁଟରେ ଆଧିପତ୍ୟ ଜାହିର କରିବା ଅଭ୍ୟାସ ଛାଡ଼ନ୍ତୁ।
କୋରାପୁଟରେ ତାରା ସମସ୍ତ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରୁଛନ୍ତି। ଆଦିବାସୀ ନେତାଙ୍କୁ ଛାଡି କୋରାପୁଟରେ ରାଜନୀତି ସମ୍ଭବ ନୁହେଁ। କଂଗ୍ରେସରେ କିଏ ରହିବ କିଏ ନ ରହିବ ତାହାର ପିସିସି ନିଷ୍ପତି ନେବେ। କାହାର ଏକଛତ୍ରବାଦ ଶାସନ ଚଳିବ ନାହିଁ।

Also Read: BJP ପୋଷ୍ଟରରେ Congress ନେତାଙ୍କ ଫଟୋ; ସରଗରମ ରାଜ୍ୟ ରାଜନୀତି

ସେପଟେ ପ୍ରଦୀପଙ୍କୁ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ଉତ୍ତର ଦେଇ କହିଛନ୍ତି, 'ଆଦିବାସୀଙ୍କ ପାଇଁ କାମ କରୁଥିଲେ ସେ ଦୁଇ ଦୁଇ ଥର ନିଜ ସଂସଦୀୟ କ୍ଷେତ୍ରରେ ହାରିଛନ୍ତି କେମିତି? କୋରାପୁଟ ଜିଲ୍ଲାର ନେତାଙ୍କୁ ପଚରାଯାଉ ମୁଁ କାହାକୁ ବିରୋଧ କରିଛି। ଆଗକୁ ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଚାରିଆଡେ ବୁଲି ବୁଲି ମିଟିଂ କରିବି। ଚ୍ୟାଲେଞ୍ଜ କରୁଛି ପିସିସିଙ୍କୁ ମୋ ସହ ଲଢ଼ିଲେ ପାରିବେନାହିଁ। ଆମେ ଚାନ୍ଦା ନେବା ନେତା ନୁହେଁ। ମୁଁ ସଚୋଟ ନଥିଲେ ଏତେ ଥର ବିଧାୟକ ହେଇ ଜିତିନଥାନ୍ତି। ପ୍ରଭାରୀ ଆସିଲେ ମୁଁ ମୋର ଉତ୍ତର ରଖିବି।'