ପଞ୍ଚିମବଙ୍ଗ ପାଇଁ ଓଡିଶାକୁ ଉପେକ୍ଷା! ଶଙ୍ଖ-ପଦ୍ମ ଏକାଠି, ଗୋଠଖଣ୍ତିଆ ହାତ
କମିଟିରେ ସୁରଟର ସରପଞ୍ଚ ଅଛନ୍ତି, କିନ୍ତୁ କଟକ ବିଧାୟକ ନାହାନ୍ତି। ପଶ୍ଚିମବଙ୍ଗର ଖେଳାଳି ସାମିଲ ଅଛନ୍ତି, କିନ୍ତୁ ଓଡ଼ିଶାର ନା ଖେଳାଳି ନା ବୁଦ୍ଧିଜିବୀ କାହାକୁ ସାମିଲ କରାଯାଇନାହିଁ। ଓଡ଼ିଶାର ରାଜ୍ୟପାଳଙ୍କୁ ମଧ୍ଯ ସାମିଲ କରାଯାଇନାହିଁ। ଓଡିଶାରୁ ୨୫ ଜଣଙ୍କୁ ଏହି କମିଟିରେ ସାମିଲ କରାଯାଉ ବୋଲି କଂଗ୍ରେସ ଦାବି କରିଛି।
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଗଠିତ କମିଟିକୁ ନେଇ କଂଗ୍ରେସ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। କମିଟିରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ସର୍ବ ଭାରତୀୟ ସ୍ତରରେ ୮୫ ଜଣ ସଦସ୍ୟ ଥିବବେଳେ ଓଡିଶାରୁ ମାତ୍ର ୩ ଜଣ ଅଛନ୍ତି। ପଶ୍ଚିମବଙ୍ଗରୁ ୨୬ ଜଣ ରହିଛନ୍ତି।
ରାଜନୈତିକ ଫାଇଦା ପାଇଁ ତଥା ସୁଭାଷ ଚନ୍ଦ୍ର ବୋଷ (Subash Chandra Bose) ଓଡ଼ିଶାର ନୁହଁନ୍ତି ବୋଲି ଦେଖାଇବାକୁ କେନ୍ଦ୍ର ସରକାର ଅପଚେଷ୍ଟା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଏହା ଏକ ଚାଲ ବୋଲି କଂଗ୍ରେସ କହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମିଟିରେ ସୁରଟର ସରପଞ୍ଚ ଅଛନ୍ତି, କିନ୍ତୁ କଟକ ବିଧାୟକ ନାହାନ୍ତି। ପଶ୍ଚିମବଙ୍ଗର ଖେଳାଳି ସାମିଲ ଅଛନ୍ତି, କିନ୍ତୁ ଓଡ଼ିଶାର ନା ଖେଳାଳି ନା ବୁଦ୍ଧିଜୀବୀ କାହାକୁ ସାମିଲ କରାଯାଇନାହିଁ। ଓଡ଼ିଶାର ରାଜ୍ୟପାଳଙ୍କୁ ମଧ୍ଯ ସାମିଲ କରାଯାଇନାହିଁ। ଓଡିଶାରୁ ୨୫ ଜଣଙ୍କୁ ଏହି କମିଟିରେ ସାମିଲ କରାଯାଉ ବୋଲି କଂଗ୍ରେସ ଦାବି କରିଛି।
Also Read: ନେତାଜୀ ଜୟନ୍ତୀରେ ଶଙ୍ଖନାଦ
ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଜାତୀୟ ରାଜନୀତି (National Politics)ରେ ତାଙ୍କର ପ୍ରଭାବ ଦେଖାନ୍ତୁ। ନେତାଜୀ ଜୟନ୍ତୀ ଅବସରରେ ଗଠିତରେ ଓଡିଆଙ୍କୁ ସାମିଲ ପାଇଁ ପ୍ରଧାନମନ୍ତ୍ରୀ (PM Modi) ଙ୍କ ଉପରେ ମୁଖ୍ୟମନ୍ତ୍ରୀ (Naveen Patnaik)ଚାପ ପକାନ୍ତୁ ବୋଲି କଂଗ୍ରେସ (Odisha Congress) ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି। ସେପଟେ କେନ୍ଦ୍ରର ନିଷ୍ପତ୍ତିକୁ BJD ସ୍ୱାଗତ କରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଧନ୍ୟବାଦ ଜଣାଇଛନ୍ତି। ଜାତୀୟ ସ୍ତରରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ତିନି ଜଣ ସ୍ଥାନ ପାଇବା ସ୍ୱାଗତଯୋଗ୍ୟ ବୋଲି ପଦ୍ମନାଭ କହିଛନ୍ତି।
ସେପଟେ BJP ଏ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛି। ନେତାଜୀଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଓଡିଶା ଉତ୍ସବ ମୁଖର ହେଉ। ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସ୍ୱାଗତ କରିବା ଉଚିତ। ନେତାଜୀଙ୍କ ସମ୍ମାନ ପ୍ରସଙ୍ଗରେ କଂଗ୍ରେସ ଏତେ ଦିନ କେଉଁଠି ଥିଲା ବୋଲି ବିଜେପି ପ୍ରଶ୍ନ କରିଛି। କଂଗ୍ରେସ ନେତାଜୀଙ୍କର ସମସ୍ତ କଥା ସାର୍ବଜନୀନ ନକରି ଘଣ୍ଟ ଘୋଡେଇକି ପାପ କରିଛନ୍ତି। ବର୍ତ୍ତମାନ ଅଧିକ ଅର୍ଜନ ନକରନ୍ତୁ। ମହାନାୟକଙ୍କୁ ସମ୍ମାନିତ କରିବାକୁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ତାହା ପ୍ରମାଣିତ ହେଉଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।