)
ଭୁବନେଶ୍ୱର: ରାଜ୍ୟର ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ସରଗରମ ହୋଇଥିବା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପୋଷ୍ଟ ଏହି ଚର୍ଚ୍ଚାକୁ ଅଧିକ ବଢାଇଛି । ବର୍ଦ୍ଧିତ ଦରମାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ନବୀନ ପୋଷ୍ଟ କରିଛନ୍ତି ଯେ, ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବାକୁ ମୁଁ ନିଷ୍ପତ୍ତି ନେଇଛି । ମୋ ଦରମା ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ବୋଲି ନବୀନ ଉଲ୍ଲେଖ କରିଛନ୍ତି । ନବୀନ ଲେଖିଛନ୍ତି, ୨୫ ବର୍ଷରୁ ଅଧିକ ସମୟ ଧରି ମୁଁ ଓଡ଼ିଶାବାସୀଙ୍କ ସ୍ନେହ, ପ୍ରେମ ଏବଂ ସମର୍ଥନ ପାଇ ଆସିଛି। ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଗଭୀର ଭାବେ କୃତଜ୍ଞ। ପୂର୍ବରୁ, ଆମର ପରିବାର କଟକରେ ଥିବା ଆମର ପୈତୃକ ସମ୍ପତ୍ତି 'ଆନନ୍ଦ ଭବନ' ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ସମାନ ଭାବରେ ମୁଁ ବିରୋଧୀ ଦଳ ନେତା ଭାବେ ବର୍ଦ୍ଧିତ ଦରମା ଏବଂ ଭତ୍ତା ଦାନ କରିବାକୁ ଚାହୁଁଛି ।
I have been blessed by the love, affection and support of the people of #Odisha for the past more than 25 years. I am highly indebted to the people of Odisha and their love towards me and my late father Biju Patnaik.
Previously our family decided to donate its ancestral… pic.twitter.com/XAzIxvbxwA
— Naveen Patnaik (@Naveen_Odisha) December 13, 2025