ଚାଷୀ ପ୍ରସଙ୍ଗକୁ ନେଇ ସଂସଦ ଅଚଳ; ସମଧାନର ରାସ୍ତା ଦେଖାଇଲେ ସ୍ୱାମୀ
Advertisement

ଚାଷୀ ପ୍ରସଙ୍ଗକୁ ନେଇ ସଂସଦ ଅଚଳ; ସମଧାନର ରାସ୍ତା ଦେଖାଇଲେ ସ୍ୱାମୀ

ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ସମସ୍ୟାର ସମାଧାନ କିପରି ହେବ ତାହାର ସୂତ୍ର ବାହାର କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। 

ଚାଷୀ ପ୍ରସଙ୍ଗକୁ ନେଇ ସଂସଦ ଅଚଳ; ସମଧାନର ରାସ୍ତା ଦେଖାଇଲେ ସ୍ୱାମୀ

ନୂଆଦିଲ୍ଲୀ: କୃଷି ଆଇନ ୨୦୨୦ ବିରୁଦ୍ଧରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ଏବେ ଏହାର ପ୍ରଭାବ ବର୍ତ୍ତମାନ ସଂସଦରେ ଚାଲିଥିବା ବଜେଟ ଅଧିବେସନରେ ଅନୁଷ୍ଠିତ ହୋଇଛି। ଏ ପ୍ରସଙ୍ଗରେ ସରକାରଙ୍କୁ ସଂସଦରେ ଘେରିଛନ୍ତି ବିରୋଧି। 

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସରକାର ବିରୋଧିଙ୍କ ସହ ଚର୍ଚ୍ଚା କରିବାକୁ ପ୍ରସ୍ତୁତ କରିବାକୁ ଅଛନ୍ତି ବୋଲି ଜଣାଇ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ସେହି ୩ଟି କୃଷି ଆଇନକୁ ହଟାଇବା ଲାଗି କଂଗ୍ରେସ ନେତୃତ୍ୱାଧିନ ବିରୋଧି ଦଳ ଦାବି କରିଥିଲେ। 

କୃଷି ଆଇନ ବିରୁଦ୍ଧରେ କଂଗ୍ରେସ, ଟିଏମସି, ଡିଏମେକେ ଆଦି ବିରୋଧି ଦଳର ସଦସ୍ୟ ନିଜ ଆସନ ଛାଡି ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ସମ୍ମୁଖରେ ନାରାବାଜି କରିଥିଲେ। ଯେଉଁଥିପାଇଁ ବଜେଟ  ଅଧିବେଶନରେ ସଂସଦର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏତିକିରେ ଥମିନଥିଲା ବିରୋଧି ସଦସ୍ୟଙ୍କ ନାରାବାଜି। ଶିବସେନା ସହ ଶିରୋମଣି ଅକାଳୀ ଦଳ ସାଂସଦ କୃଷି ଆଇନ ବିରୁଦ୍ଧରେ ନାରାବାଜି କରିଥିଲେ।    

Alsop Read: Farmer Protest Updates: ହିଂସାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ୟୁପି ସରକାର, ବର୍ଡର ଖାଲି କରିବାକୁ ନିର୍ଦ୍ଦେଶ

 

ଲୋକସଭା ବାଚସ୍ପତି ଓମ ବିର୍ଲା ବିରୋଧି ସଦସ୍ୟଙ୍କୁ ସେମାନଙ୍କ ଆସନରେ ବସିବାକୁ କହିଥିଲେ। ସଂସଦରେ ହଙ୍ଗମା ମଧ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିଥିଲେ। ସମସ୍ତ ସଦସ୍ୟଙ୍କୁ ପର୍ଯ୍ୟାପ୍ତ ସମୟ ଦେବ ବୋଲି ସେ କହିଥିଲେ। ଗୃହର ସଭ୍ୟ ଯେଉଁ ପ୍ରସଙ୍ଗ ଉଠାଇବା ପାଇଁ ଚାହିଁବେ ସେଥିଲାଗି ସେମାନଙ୍କୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ଜଣାଇଥିଲେ। ଗତ ଥର ବିରୋଧି ସଦସ୍ୟ କହିଥିଲେ ଗୃହରେ   ପ୍ରଶ୍ନକାଳ ଆରମ୍ଭ ନହୋଇ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏଥର ବଜେଟ ଅଧିବେଶନରେ ପ୍ରଶ୍ନକାଳ ଚାଲିଛି। ପ୍ରଶ୍ନକାଳ ସରିବା ପରେ କୌଣସି ପ୍ରସଙ୍ଗରେ  ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ ବାଚସ୍ପତି।  

ରାଜ୍ୟସଭାରେ କଂଗ୍ରେସ ନେତୃତ୍ୱାଧିନ ବିଭିନ୍ନ ବିରୋଧି ଦଳର ସଦସ୍ୟ ମଙ୍ଗଳବାର ଦିନ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହାକୁ ନେଇ ନେଇ ଚାଲିଥିବା ହଙ୍ଗମା କାରଣରୁ ଗୃହକାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ସଦସ୍ୟଙ୍କୁ କହିଛନ୍ତି ସେମାନେ ଗୋଟିଏ ଦିନ ପରେ ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା କରିପାରିବେ। 

ଶୂନ୍ୟ କାଳ ଆରମ୍ଭରେ ରାଜ୍ୟସଭା ଅଧ୍ୟକ୍ଷ କହିଥିଲେ ଚାଷୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ତାଙ୍କୁ ବିରୋଧି ଦଳର ନେତା ଗୁଲାମ ନବୀ ଆଜାଦ, ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରାୟ, ଡିଏମକେ ସଭ୍ୟ ତିରୁଚି ଶିବ, ବାମ ଦଳ ସଦସ୍ୟ ସଦସ୍ୟ ଇ କରିମ ଏବଂ ବିନୟ ବିଶ୍ୱମ କହିଥିଲେ। ସେମାନଙ୍କୁ ଛାଡି ଆରଜେଡି ସାଂସଦ ମନୋଜ ଝା, ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ର, ଏସପି ସାଂସଦ ରାମ ଗୋପାଳ ଯାଦବ ପ୍ରମୁଖ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯିବାକୁ ଥିବା ଅଭିଭାଷଣ ପରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ ଜଣାଇଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ବିରୋଧି ସଦସ୍ୟ ଗୃହ ତ୍ୟାଗ କରିଥିଲେ।

Alsop Read:  ଆନ୍ଦୋଳନରୁ ଓହରିଲେ ୨ କୃଷକ ସଙ୍ଗଠନ; ରାକେଶ ଟିକେତଙ୍କ ଆତ୍ମହତ୍ୟା ଧମକ

ସଂସଦର ବଜେଟ ଅଧିବେଶନ ବେଳେ ଗୃହକାଯ୍ୟ ପ୍ରଭାବିତ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏନେଇ ସେ କହିଛନ୍ତି ପ୍ରଶ୍ନକାଳ ରଖିବାକୁ ବିରୋଧି ସଦସ୍ୟ ଦାବି ରଖିଥିଲେ। ବର୍ତ୍ତମାନ ସେମାମେ ଏଥିରେ ଭାଗ ନେଉନାହାଁନ୍ତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଦସ୍ୟ ନିଜର ପ୍ରସଙ୍ଗ ଉଠାଇପାରେ। ବିରୋଧି ସଦସ୍ୟଙ୍କ କହିବା କଥା ଦେଶର ଅନ୍ନତାଟାଙ୍କ ସମସ୍ୟାକୁ ଗୃହରେ ଆଲୋଚନା ହେବା ଆବଶ୍ୟକ। ଏହାର ଜବାବ ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ସାଧାରଣ ଜନତାଙ୍କ ସହ ଜଡିତ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବା ଆବଶ୍ୟକ।   

Alsop Read: ଖାଲି ହେଉଛି ଧାରଣାସ୍ଥଳ; ରଦ୍ଦ ହେବ କୃଷକଙ୍କ ସଂସଦ ମାର୍ଚ୍ଚ!

ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧିରି ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ସମସ୍ୟାର ସମାଧାନ କିପରି ହେବ ତାହାର ସୂତ୍ର ବାହାର କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ଯଦି ଏହାକୁ କାର୍ଯ୍ୟକାରୀ କରାଯାଏ ତାହେଲେ ସରକାର ଏବଂ ଆନ୍ଦୋଳନ କୃଷକଙ୍କ ମଧ୍ୟରେ ଚାଲିଥିବା ଚାଲିଥିବା ଛକାପଞ୍ଝା ଶେଶ ହୋଇପାରେ।

ମଙ୍ଗଳବାର ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି କହିଛନ୍ତି କୃଷକ ଆନ୍ଦୋଳନକୁ କିପରି ବନ୍ଦ କରାଯିବ ତାହାର ରାସ୍ତା ବାହର କରିବାକୁ ମୋତେ ମୋ ଦଳର ସାଂସଦ କହିଥିଲେ। ମୁଁ ପରାମର୍ଶ ଦେଇଥିଲି ସମସ୍ତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ଏପରି ହେବା ଉଚିତ ଯେ ସେହି ଆଇନକୁ କେବଳ ସେହି ରାଜ୍ୟରେ ଲାଗୁ କରାଯିବ ଯେଉଁ ରାଜ୍ୟରେ ସେଠାକାର ପ୍ରାଦେଶିକ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ସମ୍ମତି ଜଣାଇବେ। ଏଥିରେ ସମସ୍ତ ସାଂସଦ ସହମତ ହୋଇଥିଲେ।

Alsop Read: କୃଷକ ଆନ୍ଦୋଳନରେ ଫାଟ; ୩୦୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍

କୃଷକ ଆନ୍ଦୋଳନକୁ ନେଇ ବିଜେପି ସାଂସଦ ସୂବ୍ରମଣ୍ୟମ ସ୍ୱାମୀ ନିଜ ଦଳର ସରକାରଙ୍କୁ ବାରମ୍ବାର ଚେତାଇବାରେ ଲାଗିଛନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରୀୟ  ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ପରେ ସେ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।