ଦଳୀୟ ପ୍ରଚାର କରିବାକୁ ପହଞ୍ଚିଥିଲେ ତାରକା ପ୍ରଚାରକ; ଅଚାନକ ଗାଏବ ହୋଇଯାଇଥିଲେ ପ୍ରାର୍ଥୀ
Advertisement

ଦଳୀୟ ପ୍ରଚାର କରିବାକୁ ପହଞ୍ଚିଥିଲେ ତାରକା ପ୍ରଚାରକ; ଅଚାନକ ଗାଏବ ହୋଇଯାଇଥିଲେ ପ୍ରାର୍ଥୀ

ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ଜନସମର୍ଥନ ଜୁଟାଇବାକୁ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ବିଭିନ୍ନ ଦଳର ତାରକା ପ୍ରଚାରକ।

ଦଳୀୟ ପ୍ରଚାର କରିବାକୁ ପହଞ୍ଚିଥିଲେ ତାରକା ପ୍ରଚାରକ; ଅଚାନକ ଗାଏବ ହୋଇଯାଇଥିଲେ ପ୍ରାର୍ଥୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସରିଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ଆଉ ଆସନ୍ତା ସୋମବାର ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବା ଦଳୀୟ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ଜନସମର୍ଥନ ଜୁଟାଇବାକୁ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ବିଭିନ୍ନ ଦଳର ତାରକା ପ୍ରଚାରକ।    

ଏହିକ୍ରମରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଫେବୃଆରୀ ୧୦ ତାରିଖ ଗୁରୁବାର ରାମପୁର (Rampur) ଗସ୍ତରେ ଆସିଥିଲେ କଂଗ୍ରେସ ମହାସଚିବ (Congress General Secretary) ପ୍ରିୟଙ୍କା ଗାନ୍ଧୀ (Priyanka Gandhi)। ମାତ୍ର ପ୍ରଚାର ବେଳେ ଦଳୀୟ ପ୍ରାର୍ଥୀଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ କଂଗ୍ରେସ ନେତ୍ରୀ। ଏହି କାରଣରୁ ତାଙ୍କୁ ନିର୍ବାଚନୀ ସଭା କରିବା ବେଳେ ମଞ୍ଚ ଉପରେ ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା।   

Also Read: UP Election 2022: ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ନେତ୍ରୀ

ଜିଲ୍ଲାର ମିଲକ ଆସନରୁ (Milak Assembly Constituency) ନିର୍ବାଚନ ଲଢୁଥିବା ଦଳୀୟ ବିଧାୟକ ପ୍ରାର୍ଥୀ ଏକଲବ୍ୟ ବାଲ୍ମିକୀଙ୍କ (Eklavya Valmiki) ଲାଗି ପ୍ରଚାର କରିବାକୁ ଗୁରୁବାର ରାମପୁର ଆସିଥିଲେ ପ୍ରିୟଙ୍କା ଗାନ୍ଧୀ। ମାତ୍ର ପଚାର ବେଳେ ଦଳୀୟ ପ୍ରାର୍ଥୀ ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିଥିଲେ। ଦଳୀୟ ପ୍ରାର୍ଥୀଙ୍କ ଅନୁପସ୍ଥିତକୁ ନେଇ କଂଗ୍ରେସ ମହାସଚିବ ପ୍ରଶ୍ନ କରି କହିଥିଲେ ସେ କୁଆଡେ ପଳାଇଲେ?  

କିଛି ସମୟ ପରେ ସଭାମଞ୍ଚ ଠାରେ କଂଗ୍ରେସ ପ୍ରାର୍ଥୀ ଏକଲବ୍ୟ ବାଲ୍ମିକୀ। ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଖିବା ପରେ ସେ ତାଙ୍କ ଆଶୀର୍ବାଦ ନେଇଥିଲେ। ରାମପୁର ଠାରେ ପହଞ୍ଚିବା ପରେ ପ୍ରଥମେ ପ୍ରିୟଙ୍କା ଗାନ୍ଧୀଙ୍କୁ ରାମପୁର ଆସନର ଦଳୀୟ  ପ୍ରାର୍ଥୀ ନାବେଦ ମିଆଁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରିୟଙ୍କା ଗାନ୍ଧୀ ଏକଲବ୍ୟ ବାଲ୍ମିକୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ହେଲେ ତାଙ୍କର ରୋଡ୍ ସୋ ମିଲକ ପରିବର୍ତ୍ତେ ରାମପୁର ଆସନରେ ଅନୁଷ୍ଠିତ ହେବାର ଥିଲା। ଅନ୍ୟପଟେ ମିଲକ ଆସନର ପ୍ରାର୍ଥୀଙ୍କୁ ରାମପୁର ସହରକୁ ଆସି ତାଙ୍କ କନଭୟ ସହିତ ଯିବାର ଥିଲା। 

Also Read: UP Poll 2022: ଟିକେଟ ପାଇବା ପାଇଁ ଏପରି ଷଡ଼ଯନ୍ତ୍ର କରିଥିଲେ କଂଗ୍ରେସ ନେତ୍ରୀ

ଦଳୀୟ ପ୍ରଚାର କରିବା ଅବସରରେ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ରାସ୍ତାରେ ଜଣେ ଦୋକାନୀଙ୍କୁ ତାଙ୍କର ଦଳର ନିର୍ବାଚନ ଇସ୍ତାହାର ବାବଦରେ କହୁଥିବାର ନଜର ଆସୁଛନ୍ତି। ରାମପୁର ଆସନର ଦଳୀୟ ପ୍ରାର୍ଥୀଙ୍କ ଲାଗି ଦ୍ୱାର ଦ୍ୱାର ବୋଲି ପ୍ରଚାର କରିଛନ୍ତି ସେ।

Also Read: UP Election 2022: ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚାରେ କଂଗ୍ରେସ

ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହେବା ଅବସରରେ ପ୍ରତିକ୍ରିୟା ରଖି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କଂଗ୍ରେସ ଏହା ବିଶ୍ୱାସ କରେ ଯେ ଉତ୍ତର ପ୍ରଦେଶର ଲୋକଙ୍କୁ ଏକ ଯୋଗ୍ୟ ସରକାର ଆବଶ୍ୟକ। ଯାହା ବିକାଶ ଏବଂ  ଜନକଲ୍ୟାଣକୁ ଏହାର ଏଜେଣ୍ଡାର କେନ୍ଦ୍ରରେ ରଖିବ। ରାଜ୍ୟବାସୀଙ୍କୁ ଏପରି ରାଜନୈତିକ ବ୍ୟବସ୍ଥାର ଆବଶ୍ୟକତା ରହିଛି ଯାହା ସେମାନଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିପାରିବ। ଏଥିପାଇଁ ଉତ୍ତର ପ୍ରଦେଶ କଂଗ୍ରେସ ଉନ୍ନତି ବିଧାନ ଏହାର ରାସ୍ତା ପ୍ରସ୍ତୁତ କରିବ।