Tara Prasad Bahinipati: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନିବେଦନର ବିଚାର ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଜାରି ରହିଛି । ତେବେ ପ୍ରଥମାର୍ଦ୍ଧରେ ଏନେଇ କୌଣସି ନିଷ୍କର୍ଷ ବାହାରି ନପାରିବାରୁ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି।
Trending Photos
)
Tara Prasad Bahinipati (ଭୁବନେଶ୍ଵର) ୧୩/୩: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନିବେଦନର ବିଚାର ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଜାରି ରହିଛି । ତେବେ ପ୍ରଥମାର୍ଦ୍ଧରେ ଏନେଇ କୌଣସି ନିଷ୍କର୍ଷ ବାହାରି ନପାରିବାରୁ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି।
ଆଜି ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଶ୍ରୀ ବାହିନୀପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ । ଶ୍ରୀ କାଡାମ କହିଥିଲେ ଯେ ବାଚସ୍ପତିଙ୍କ ଚେୟାର ପ୍ରତି କଂଗ୍ରେସ ଦଳର ପୂର୍ଣ୍ଣ ସମ୍ମାନ ରହିଛି । ରାଜ୍ୟର ମହିଳା ସୁରକ୍ଷା ପ୍ରସଙ୍ଗକୁ ସେଦିନ ଆମେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲୁ । ଚେୟାରଙ୍କୁ ଅସମ୍ମାନ ଆମର ଉଦ୍ଦେଶ୍ୟ ନଥିଲା । ମାତ୍ର ସଂସଦୀୟ ମନ୍ତ୍ରୀ ସରକାରୀ ଦଳର ବିଧାୟକଙ୍କୁ ଗୃହର ମଧ୍ୟଭାଗକୁ ଆସିବା ପାଇଁ ଉସୁକାଇଥିଲେ । ଯାହାଫଳରେ ଏପରି ଅଘଟଣା ଘଟିଗଲା । ଶ୍ରୀ ବାହିନୀପତି ଜଣେ ଭଦ୍ର, ମେଳାପୀ ଲୋକ ଅଟନ୍ତି। ଏଣୁ ଶ୍ରୀ ବାହିନୀପତିଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶର ପୁନର୍ବିଚାର କରିବାକୁ ଶ୍ରୀ କାଡାମ ନିବେଦନ କରିଥିଲେ । ଏହି ନିବେଦନ ଉପରେ ପୁନର୍ବିଚାର କରିବା ପାଇଁ ବାଚସ୍ପତି ଗୃହକୁ ୧୨ଟା ୩୬ରୁ ୧ଟା ୦୬ ଯାଏଁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ମାତ୍ର ବୈଠକ ଜାରି ରହିଥିବା ବେଳେ କୌଣସି ନିଷ୍ପତ୍ତି ହୋଇନପାରିବାରୁ ଗୃହକୁ ୪ଟା ଯାଏଁ ମୁଲତବୀ ରଖାଯାଇଛି।