Advertisement
photoDetails0hindi

ବିହାରରେ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାରେ ଅସମ୍ଭାଳ ଭିଡ଼, ଦେଖନ୍ତୁ ଫଟୋ

Bihar Assembly Election 2020: ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ଆରଜେଡି (RJD) ନେତା ତେଜସ୍ୱୀ ଯାଦବ (Tejashwi Yadav) ଙ୍କ ରାଲିରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । ତେଜସ୍ୱୀଙ୍କ ରାଲିରେ ଭିଡ଼ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

1/8

ନୂଆଦିଲ୍ଲୀ: Bihar Assembly Election 2020: ବିହାର ବିଧାନସଭା ନିର୍ବାଚନ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ହୋଇସାରିଛି । କିଏ କେଉଁ ପକ୍ଷରେ ରହି ରଣକ୍ଷେତ୍ରରେ ମୁକାବିଲା କରିବେ, ତାହା ମଧ୍ୟ ସ୍ଥିର ହୋଇଯାଇଛି । ବିହାରର ଏହି ମହାସଂଗ୍ରାମାକୁ ଜିତିବା ପାଇଁ ନିଜର ସମଗ୍ର ବଳ ସହ ମୈଦାନକୁ  ଓହ୍ଲାଇଛନ୍ତି ସମସ୍ତ ରାଜନୈତିକ ଦଳ । ଏଥିପାଇଁ ନିର୍ବାଚନୀ ସଭାରେ ପ୍ରତ୍ୟେକ ଦଳ ବହୁତ ପରିଶ୍ରମ କରୁଛନ୍ତି ।

2/8

ଷ୍ଟାର ପ୍ରଚାରକମାନଙ୍କ ନିର୍ବାଚନ ରାଲିରେ ଭିଡ଼ ଜମା କରିବାକୁ ଚାପ ରହିଛି । ଏଭଳି ପରିସ୍ଥିତିରେ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ଆରଜେଡି (RJD) ନେତା ତେଜସ୍ୱୀ ଯାଦବ (Tejashwi Yadav) ଙ୍କ ରାଲିରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । ତେଜସ୍ୱୀଙ୍କ ରାଲିରେ ଭିଡ଼ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆରଜେଡି ନେତାମାନେ କହିଛନ୍ତି ଯେ, ଏହା ଏକ ପରିବର୍ତ୍ତନର ସଙ୍କେତ ହୋଇଥିବାବେଳେ ତେଜସ୍ୱୀ ଲୋକଙ୍କ ଏହି ଭିଡ଼କୁ ଦେଖି ବହୁତ ଉତ୍ସାହିତ ଅଛନ୍ତି ।

3/8

ମଙ୍ଗଳବାର ଭୋଜପୁରାର ବିଧାନସଭାରେ ତେଜସ୍ୱୀ ଯାଦବ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ଏଠାରେ ସେ ମହାମେଣ୍ଟ (Grand Alliance) ର ପ୍ରାର୍ଥୀ ମନୋଜ ମଞ୍ଜିଲଙ୍କ ପାଇଁ ଭୋଟ୍ ମାଗିଥିଲେ । ସଭାରେ ଜନତାଙ୍କୁ ଦେଖି ତେଜସ୍ୱୀ ଯାଦବ ଖୁସିରେ ଗଦଗଦ ଥିବାର ନଜରକୁ ଆସିଥିଲେ । ଲୋକ ଭର୍ତ୍ତି ମୈଦାନ ସହ ଦଳୀୟ ପତାକା ସହିତ ରଙ୍ଗୀନ ଦେଖାଯାଉଥିଲା । ସଭାକୁ ଆସିଥିବା ଲୋକଙ୍କ ଉତ୍ସାହ ମଧ୍ୟ ଦେଖାଯାଉଥିଲା । ସତେ ଯେପରି ମୋବାଇଲରୁ ତେଜସ୍ୱୀ ଯାଦବଙ୍କ ଫଟୋ ଉଠାଇବା ପାଇଁ ଏକ ପ୍ରତିଯୋଗିତା ଲାଗିଥିଲା ।

4/8

ଗାୟାର ଗୁରୁଆ ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବାକୁ ଆସିଥିବା ତେଜସ୍ୱୀ ଯାଦବଙ୍କୁ ଏଠାରେ ଲୋକମାନେ ଜୋରଦାର ସ୍ୱାଗତ କରିଥିଲେ । ଲୋକଙ୍କ ଉତ୍ସାହ ଏଠାରେ ଦେଖାଯାଉଥିଲା । ତେଜସ୍ୱୀ ଏହି ସାଧାରଣ ସଭା ବିଷୟରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମହାମେଣ୍ଟର ସଭାରେ ଲୋକଙ୍କ ସମାବେଶ ଲୋକଙ୍କ ପାଇଁ ଭିଡ଼ ହୋଇପାରେ, କିନ୍ତୁ ମୋ ପାଇଁ ଏହା ବିହାରର କୋଟି କୋଟିର ଆକାଂକ୍ଷା, ସ୍ୱପ୍ନ ଏବଂ ଆଶା, ଯାହାକୁ ପୂରଣ କରିବାକୁ ପଡିବ । ଏଠାରେ ତେଜସ୍ୱୀ ଯାଦବ ଆରଜେଡି ପ୍ରାର୍ଥୀ ବିନୟ କୁମାରଙ୍କ ସପକ୍ଷରେ ଭୋଟ୍ ଦେବାକୁ ଅପିଲ କରିଥିଲେ ।

5/8

ବୌଦ୍ଧ ଧର୍ମର ଅନୁଗାମୀମାନଙ୍କ ଆସ୍ଥାର ମୂଖ୍ୟ ସ୍ଥାନ ବୋଧଗୟା ଠାରେ ତେଜସ୍ୱୀଙ୍କୁ ନେଇ ଜନସାଧାରଣଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଥିଲା ।​ ଏଠାରେ ମୈଦାନ ସହିତ ଲୋକମାନେ ଘରର ଛାତ ଉପରେ ତେଜସ୍ୱୀ ଯାଦବଙ୍କୁ ଶୁଣୁଥିବାର ନଜର ଆସିଥିଲେ । 

ଅଧିକ ପଢ଼ନ୍ତୁ:-ତାଇୱାନକୁ ଦଖଲ କରିବାକୁ ପ୍ରସ୍ତୁତି କରୁଛି ଚୀନ ! ମୁତୟନ କଲା ହାଇପରସୋନିକ୍ ମିସାଇଲ

6/8

ତେଜସ୍ୱୀ ଯାଦବଙ୍କ ଦ୍ୱାରା ଗାୟାର ବେଲାଗଞ୍ଜ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ମଧ୍ୟ ଭାରି ଜନସମାଗମ ହୋଇଥିଲା । ଏଠାରେ ତେଜସ୍ୱୀ ମହାମେଣ୍ଟର ପ୍ରାର୍ଥୀ ସୁରେନ୍ଦ୍ର ଯାଦବଙ୍କ ସମର୍ଥନରେ ଭୋଟ୍ ମାଗିଥିଲେ । 

ଅଧିକ ପଢ଼ନ୍ତୁ:-ସମ୍ୱିତ ପାତ୍ରଙ୍କୁ ନେଇ ଏ କ'ଣ କହିଗଲେ କଂଗ୍ରେସ ପ୍ରବକ୍ତା

7/8

ନିକଟରେ ତେଜସ୍ୱୀଙ୍କ ଏକ ରାଲିର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ତେଜସ୍ୱୀ  ହେଲିକପ୍ଟର ଆଡକୁ ଯାଉଥିବାର ଦେଖାଯାଏ ଏବଂ ତାଙ୍କ ଚାରିପାଖରେ ବହୁତ ଭିଡ଼ ଜମିଥାଏ । ଭିଡିଓଟି ଜମୁଇର ବୋଲି କୁହାଯାଉଛି । ଏଠାକାର ଜଣେ ପ୍ରାର୍ଥୀଙ୍କ ସମର୍ଥନରେ ରାଲି କରିବାକୁ ତେଜସ୍ୱୀ ଆସିଥିଲେ ।

8/8

ତେଜସ୍ୱୀଙ୍କ ରାଲିରେ ତାଙ୍କ ସମର୍ଥକମାନେ ମୈଦାନ ଆଖପାଖରେ ନିର୍ମିତ ଘର ଛାତ ଉପରେ ବସିଥିବା ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି । ବିଶେଷ କରି ପ୍ରତ୍ୟେକ ରାଲିରେ ରୋଜଗାର ପ୍ରସଙ୍ଗରେ ତେଜସ୍ୱୀ ନୀତିଶ ସରକାର (Nitish Government) ଙ୍କୁ ଟାର୍ଗେଟ କରୁଛନ୍ତି ।