ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସାମିଲ ହେବା ପାଇଁ ନବୀନଙ୍କୁ ଆଜି ଛତିଶା ନିଯୋଗ ସେବାୟତ ଆମନ୍ତ୍ରଣ କରିଥିବା ସମୟରେ ସେ ସାଦରେ ଗ୍ରହଣ କରିଛନ୍ତି ।
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୁନ୍ ୨୨ ତାରିଖ ଦିନ ମୁମ୍ବାଇ ସ୍ଥିତ କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ହେବେ ନବୀନ
ଆଜି ଏ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି ନବୀନ
ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ବୋଲି ସ୍ପଷ୍ଟ କରିଛନ୍ତି ନବୀନ ।
ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ନବୀନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ସୂଚନା ରହିଛି
ଏହି ଅବସରରେ ନବୀନ ଲେଖିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଓଡ଼ିଆ ଭାଇଭଉଣୀଙ୍କ ଶୁଭକାମନା ମୁଁ ଚାହୁଁଛି ।
ଶୀଘ୍ର ଫେରି ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି ବୋଲି ନବୀନ ଲେଖିଛନ୍ତି ।
ट्रेन्डिंग फोटोज़