• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

'ପୂଜା ପୂର୍ବରୁ ମୂର୍ତ୍ତି ବିସର୍ଜନ'

ଅଜିତଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି। 

'ପୂଜା ପୂର୍ବରୁ ମୂର୍ତ୍ତି ବିସର୍ଜନ'
ଫାଇଲ ଫଟୋ

ଭୁବନେଶ୍ୱର: ପରଲୋକରେ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଆଜି ଅପରାହ୍ଣରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଅଜିତଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି। 

ଗତ ୧୦ ତାରିଖରେ କୋରୋନା ପଜିଟିଭ୍ (C0vid19 positive) ଚିହ୍ନଟ ହୋଇ ଥିବା ନେଇ ନିଜେ ଅଜିତ ମଙ୍ଗରାଜ ସ୍ପଷ୍ଟ କରିଥିଲେ। ନିଜ ଫେସବୁକ ପେଜରେ ସେ କୋରୋନା ଆକ୍ରାନ୍ତ ହେବା ସହ ଚିକିତ୍ସିତ ହେଉଥିବା ସୂଚନା ଦେଇଥିଲେ। ଦୁଇ ଦିନ ତଳେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲ ଯାଇ ଅଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ଆସିଥିଲେ। କିନ୍ତୁ ଆଜି ହଠାତ କଂଗ୍ରେସ ନେତା ଅଜିତଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Also Read: CBSE Board Exam 2021: ଦଶମ ପରୀକ୍ଷା ରଦ୍ଦ, ବାତିଲ ହେଲା ଦ୍ୱାଦଶ

ସେପଟେ ଅଜିତ (Ajit Mangaraj) ଙ୍କ ପରଲୋକରେ ପିପିଲିବାସୀ (Pipili) ଓ ଓଡିଶା କଂଗ୍ରେସ ମ୍ରିୟମାଣ ହୋଇ ପଡିଛି। ଦଳ କହିଛି ଯେ, ଅଜିତଙ୍କ ଦେହାନ୍ତ ପିପିଲିବାସୀ ଓ କଂଗ୍ରେସ ପାଇଁ ଏକ ବଡ କ୍ଷତି। ପୂଜା ପୂର୍ବରୁ ମୂର୍ତ୍ତି ବିସର୍ଜନ ହୋଇଛି। ଅଜିତ ଜଣେ ନିର୍ମାୟା, ନିରିହ ଓ ଲଢୁଆ ନେତା ଥିଲେ। 'ବୋଧେ ପ୍ରଭୁ ଜଗନ୍ନାଥ ଚାହୁଁ ନଥିଲେ, ସେ ନିର୍ବାଚନ ଲଢନ୍ତୁ' ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି (Tara Prasad Bahinipati) କହିଛନ୍ତି। 

ସେପଟେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, 'ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।' କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଅଜିତଙ୍କ ଅମର ଅତ୍ମାର ସଦଗତି କାମନା କରିଛନ୍ତି।

Also Read: Pipili By Election : ରଣ ପୂର୍ବରୁ ହତିଆର ଛାଡି ହତାଶ କଂଗ୍ରେସ

ଅନ୍ୟପଟେ ପିପିଲି ଉପନିର୍ବାଚନ (Pipili by poll) ତାରିଖ ପାଖେଇ ଆସୁଛି। ଆସନ୍ତା ୧୭ ତାରିଖ ଦିନ ମତଦାନ ତାରିଖ ଚୂଡାନ୍ତ ହୋଇଛି। ଆଉ ଭୋଟ ପଡିବାର ମାତ୍ର ୩ ଦିନ ପୂର୍ବରୁ ଜଣେ ପ୍ରାର୍ଥୀଙ୍କ ଦେହାନ୍ତ ହେବା ନିହାତି ଭାବେ ଚିନ୍ତାର ବିଷୟ। ତେବେ ପିପିଲିରେ ମତଦାନକୁ ନେଇ ନିର୍ବାଚନ କମିଶନ (Election commission) କଣ ପଦକ୍ଷେପ ନେବେ ତାହାରି ଉପରେ ସମସ୍ତଙ୍କ ନଜର ଅଛି। କିନ୍ତୁ କମିଶନ ନିର୍ବାଚନ ତାରିଖ ଘୁଞ୍ଚାଇ ପାରନ୍ତି ଏବଂ କଂଗ୍ରେସ (Congress) ନୂଆ ମୁହଁ ଖୋଜିବାକୁ ସମୟ ପାଇବ ବୋଲି ଆଶା କରାଯାଉଛି।

୨୦୧୯ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ପାଟକୁରାରେ ମତଦାନ ୨୯ ଏପ୍ରିଲରେ ହାବାର ଥିଲା। କିନ୍ତୁ ୨୦ ଏପ୍ରିଲରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ହୋଇଥିଲା। ଫଳରେ ପାଟକୁରା ନିର୍ବାଚନ ତାରିଖକୁ ମେ ୧୯ ଯାଏଁ ଘୁଞ୍ଚାଯାଇଥିଲା। ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଉ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ତଥା ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୯୨୦ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ହୋଇଥିଲେ।