• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

ସଂସଦରେ ହଙ୍ଗାମା ପାଇଁ କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ-ସେମାନଙ୍କୁ ଲାଗୁଛି...

ଏହି ବୈଠକରେ ପ୍ରଧାନମନ୍ତ୍ରୀ (PM Modi) କହିଛନ୍ତି ଯେ, "ସରକାର ପାଇଁ କୋରୋନା ମହାମାରୀ ରାଜନୀତି ନୁହେଁ ବରଂ ଏକ ମାନବୀୟ ପ୍ରସଙ୍ଗ ।"

ସଂସଦରେ ହଙ୍ଗାମା ପାଇଁ କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ-ସେମାନଙ୍କୁ ଲାଗୁଛି...

ନୂଆଦିଲ୍ଲୀ: Pegasus Spyware Scandal: ଲଗାତାର ଦ୍ୱିତୀୟ ଦିନ ପାଇଁ ପେଗାସସ୍ ଗୁଇନ୍ଦାଗିରି (Pegasus Snooping) ପ୍ରସଙ୍ଗରେ ସଂସଦରେ ଉତ୍ତେଜନା ଦେଖାଦେଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ବିରୋଧୀ କଂଗ୍ରେସ (Congress) ଉପରେ ଆକ୍ରମଣ କରି କହିଛନ୍ତି ଯେ, ସେମାନେ ଦାୟିତ୍ୱହୀନ ଭଳି ଆଚରଣ କରୁଛନ୍ତି । ଆଜି (ମଙ୍ଗଳବାର) ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (BJP) ର ସଂସଦୀୟ ଦଳର ଏକ ବୈଠକରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ଏହି ବୈଠକ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Union Parliamentary Affairs Minister Prahlad Joshi) କହିଛନ୍ତି ଯେ, "ବିରୋଧୀ ଦଳର ଆଚରଣକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ୱେଗ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଲୋକଙ୍କ ସହ ଜଡିତ ପ୍ରସଙ୍ଗ ଉଠାଇବା ପରିବର୍ତ୍ତେ କଂଗ୍ରେସ ଭାବୁଛି ଯେ କ୍ଷମତା ଓ ପ୍ରଧାନମନ୍ତ୍ରୀଙ୍କ ପଦ ହେଉଛି ସେମାନଙ୍କର ଅଧିକାର । ଆମେ ଦୁଇ ବର୍ଷ ଧରି ମହାମାରୀର ସାମ୍ନା କରୁଛୁ କିନ୍ତୁ କଂଗ୍ରେସ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ଆଚରଣ କରୁଛି ।"

ଅଧିକ ପଢ଼ନ୍ତୁ:-IOC, BPCL ଏବଂ HPCL ବ୍ୟତୀତ ଏହି ୭ଟି କମ୍ପାନୀ ବି ବିକିବେ ପେଟ୍ରୋଲ-ଡିଜେଲ, ସରକାର ଦେଲେ ମଞ୍ଜୁରୀ

ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ସଂସଦରେ ଏକ ସାର୍ଥକପୂର୍ଣ୍ଣ ବିତର୍କ ଚାହୁଁଛନ୍ତି । କିନ୍ତୁ ସଂସଦକୁ ବାଧା ଦେଇ କଂଗ୍ରେସ ଦାୟିତ୍ୱହୀନତାର ଆଚରଣ କରୁଛି ।"

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ସରକାର ପାଇଁ କୋରୋନା ମହାମାରୀ ରାଜନୀତି ନୁହେଁ ବରଂ ଏକ ମାନବୀୟ ପ୍ରସଙ୍ଗ ।"

ଯୋଶୀ କହିଛନ୍ତି, "ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  ୧୦୦ ବର୍ଷ ପରେ ପୃଥିବୀରେ ଏଭଳି ମହାମାରୀ ଆସିଛି । ଶହେ ବର୍ଷ ପୂର୍ବେ ଲୋକମାନେ ଭୋକରେ ମରୁଥିଲେ । କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ବହୁ ସଂଖ୍ୟାରେ ଲୋକଙ୍କୁ ରାସନ ମିଳୁଛି ଓ ଜଣେ ବି ବ୍ୟକ୍ତି ଭୋକିଲା ଶୋଉ ନାହାଁନ୍ତି । ଆମେ ଆମର ଦାୟିତ୍ୱକୁ ବୁଝି ଏହି କାର୍ଯ୍ୟ କରିଛୁ, ନା କି କାହାକୁ ଅନୁଗ୍ରହ ଦେଖାଇବା ପାଇଁ ।"

ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ: ଦେଶରେ ୧୨୫ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ

ପେଗାସସ୍ ପ୍ରସଙ୍ଗରେ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, "ସରକାରଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । ଏଥିରେ ସରକାରଙ୍କ କୌଣସି ସମ୍ପୃକ୍ତି ନାହିଁ କିନ୍ତୁ ଯଦି ବିରୋଧୀ ସଠିକ୍ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏହି ପ୍ରସଙ୍ଗ ଉଠାଇବାକୁ ଦିଅନ୍ତୁ । ଆଇଟି ମନ୍ତ୍ରୀ ଏହା ଉପରେ ଏକ ବିବୃତ୍ତି ଦେଇସାରିଛନ୍ତି ।"

ସଂସଦର ମୌସୁମୀ ଅଧିବେଶନ (monsoon session of Parliament) ର ଦ୍ୱିତୀୟ ଦିନରେ ପେଗାସସ୍ ଗୁଇନ୍ଦାଗିରି ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀମାନେ ଉଭୟ ଗୃହରେ ବିରୋଧ ଜାରି ରଖିଛନ୍ତି, ଯେଉଁଥିପାଇଁ ଗୃହର ପ୍ରକ୍ରିୟା ଅନେକ ଥର ସ୍ଥଗିତ କରାଯାଇଛି ।

ଅଧିକ ପଢ଼ନ୍ତୁ:-SBI ର ୪୪ କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର: ବ୍ୟାଙ୍କ ଆପଣଙ୍କ ଘରକୁ ପଠାଇବ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ, ଜାଣନ୍ତୁ କିପରି?