'ପିଏମ ମୋଦି-ମମତା ବାନାର୍ଜୀ ହେଉଛନ୍ତି ଭାଇଭଉଣୀ'
Advertisement

'ପିଏମ ମୋଦି-ମମତା ବାନାର୍ଜୀ ହେଉଛନ୍ତି ଭାଇଭଉଣୀ'

ନିଜର ବୟାନବାଜି ମାଧ୍ୟମରେ ଉଭୟେ ପଶ୍ଚିମବଙ୍ଗବାସୀଙ୍କୁ ମୁର୍ଖ ବନାଇବାକୁ ଚାହୁଁଛନ୍ତି।

'ପିଏମ ମୋଦି-ମମତା ବାନାର୍ଜୀ ହେଉଛନ୍ତି ଭାଇଭଉଣୀ'

କୋଲକାତା: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜନୈତିକ ପାଣିପାଗ। ଆଉ ଏବେ ଏହା ମଧ୍ୟକୁ ପ୍ରବେଶ କରି ହଟଚମଟ ସୃଷ୍ଟି କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରବାଦ ଲୋକସଭା ସାଂସଦ ଅସାଦୁଦ୍ଦିନ ଓୱେସୀ। 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ରାଜ୍ୟର ଆସନସୋଲ (Asansol) ଠାରେ ଆୟୋଜିତ ହୋଇଥିବା ଏକ ସଭାକୁ ସମ୍ବୋଧିତ କରି ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ (All India Majlis-e-Ittehadul Muslimeen) ଏଆଇଏମଆଇଏମ ସୁପ୍ରିମୋ (AIMIM Supremo) ତଥା ହାଇଦ୍ରବାଦ ଲୋକସଭା ସାଂସଦ (Hyderabad Lok Sabha MP) ଅସାଦୁଦ୍ଦିନ ଓୱେସୀ (Asiduddin Owaisi) ପିଏମ ମୋଦିଙ୍କ (PM Modi) ସହ ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀଙ୍କୁ (Mamata Banerjee) ଟାର୍ଗେଟ କରିଛନ୍ତି।  

Also Read: 'ହିନ୍ଦୁସ୍ତାନ' ଶବ୍ଦ କହିବାକୁ ନେଇ ନାରାଜ ଓୱେସୀଙ୍କ ବିଧାୟକ; ବିଧାନସଭାରେ ଜୋରଦାର ହଙ୍ଗାମା

 

ପିଏମ ମୋଦି ଏବଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଏଆଇଏମଆଇଏମ ସୁପ୍ରିମୋ କହିଛନ୍ତି ସେମାନେ ହେଉଛନ୍ତି ଭାଇଭଉଣୀ। ଦୁଇ ଜଣଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ। ଉଭୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ନିଜର ବୟାନବାଜି ମାଧ୍ୟମରେ ଉଭୟେ ପଶ୍ଚିମବଙ୍ଗବାସୀଙ୍କୁ ମୁର୍ଖ ବନାଇବାକୁ ଚାହୁଁଛନ୍ତି। ରାଜ୍ୟରେ ବସବାସ କରୁଥିବା ମୁସଲମାନ ଲାଗି ଶାସକ ଟିଏମସି କ'ଣ କରିଛି ତାହାର ଜବାବ ରଖିବାକୁ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛନ୍ତି ଏଆଇଏମଆଇଏମ ସୁପ୍ରିମୋ।          

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଥର ମୈଦାନକୁ ଓହ୍ଲାଇଛି ଏଆଇଏମଆଇଏମ। ଦଳ ଏଥର ରାଜ୍ୟର ୧୩ ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ମୋଟ ୨୨ଟି ନିର୍ବାଚନମଣ୍ଡଳୀ ରହିଥିବା ମୁର୍ଶିଦାବାଦ (Murshidabad) ଜିଲ୍ଲାର ୧୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଛିଡା କରିଛି। ପଶ୍ଚିମବଙ୍ଗର କେବଳ ଏହି ଗୋଟିଏ ଜିଲ୍ଲାରେ ନିର୍ବାଚନ ଲଢୁଛି ଦଳ।   

Also Read: 'ବିଜେପିକୁ ରୋକିବା ପାଇଁ କଂଗ୍ରେସ ପାଖରେ ନାହିଁ ତାକତ'

ପଶ୍ଚିମବଙ୍ଗରେ ସର୍ବାଧିକ ସଂଖ୍ୟାଲଘୁ ଭୋଟର (Minority Voter) ମୁର୍ଶିଦାବାଦରେ ବସବାସ କରିଥାନ୍ତି। କେବଳ ଏହି ଜିଲ୍ଲାରେ ୭୦ ପ୍ରତିଶତ ସଂଖ୍ୟାଲଘୁ ସମ୍ପ୍ରଦାୟର ମତଦାତା ରହିଛନ୍ତି। ଅନ୍ୟପଟେ ସମଗ୍ର ରାଜ୍ୟରେ ମୁସଲମାନ (Muslim), ଖ୍ରୀଷ୍ଟିଆନ (Christian), ବୌଦ୍ଧ (Boudh) ଆଦିଙ୍କୁ ମିଶାଇ ୨୭-୩୦ ପ୍ରତିଶତ ସଂଖ୍ୟାଲଘୁ ଭୋଟର ଅଛନ୍ତି। ଏଠାରେ ଏପରି ୭୮ଟି ବିଧାନସଭା ଆସନ ରହିଛି ଯେଉଁଠି ୩୦-୯୪ ପ୍ରତିଶତ ଭୋଟର ମୁସଲମାନ ସମ୍ପ୍ରଦାୟର।  ଏପରି ଆସନରେ ନିର୍ବାଚନ ଲଢି ଜବରଦସ୍ତ ସଫଳତା ପାଇଛି ଏଆଇଏମଆଇଏମ। ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ଗତବର୍ଷ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଯେଉଁଠି ଦଳ ପ୍ରଥମ ଥର ନିର୍ବାଚନ ଲଢି ୫ ଆସନ ଅକ୍ତିଆର କରିଥିଲା।     

Also Read: 'ନୀତିଶଙ୍କୁ ହଟାଇ ନିଜର ମୁଖ୍ୟମନ୍ତ୍ରୀ ଚାହୁଁଛି ବିଜେପି, ଆରଏସଏ ଯୋଜନା ଅନୁସାରେ ହେଉଛି କାମ'

 

ଏଥରର ପଶ୍ଚିମବଙ୍ଗ ନିର୍ବାଚନରେ ଏଆଇଏମଆଇଏମ ସ୍ଥାନୀୟ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ-ଆଇଏସଏଫ (Indian Secular Front-ISF) ସହ ନିର୍ବାଚନୀ ମେଣ୍ଟ କରିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଆଇଏସଏଫ, ବାମଦଳ (Leftist) ଏବଂ କଂଗ୍ରେସକୁ ନେଇ ଗଠିତ ହୋଇଥିବା ସଂଯୁକ୍ତ ମୋର୍ଚ୍ଚା (Sanjukta Morcha) ମେଣ୍ଟରେ ସାମିଲ ହୋଇଥିଲେ ଆଇଏସଏଫ ମୁଖ୍ୟ ଆବ୍ବାସ ସିଦ୍ଦିକ।