)
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୁଇଦିନ ଧାଁ ଧପଡ଼ ହୋଇଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପୁରସ୍କାର ସ୍ୱରୂପ ପ୍ରଶଂସା ମିଳିଛି। ମାତ୍ର ଗୋଟିଏ ଶବ୍ଦ ହେଲେବି ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ମୁଖ୍ୟମନ୍ତ୍ରୀଙ୍କୁ ଗୋଲ୍ଡ ମେଡାଲ୍ ସଦୃଶ ହୋଇଛି। ଯେଉଁଭଳି ଭାବେ ରାଜ୍ୟରେ ରାଜନୀତିକ ହଟ ଚମଟ ଚାଲିଛି ଆଉ ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ନେତା ବି ତାଙ୍କର ଶତ୍ରୁ ହେବା ପାଇଁ ବାଟ ଖୋଜୁଛନ୍ତି, ସେଠାରେ ଦେଶର ପ୍ରଧାନ ସେବକଙ୍କ ରାଜ୍ୟର ମୁଖ୍ୟ ସେବକଙ୍କୁ ଏ ପ୍ରଶଂସା ସମସ୍ତଙ୍କ ମୁହଁ ବନ୍ଦ କରିଦେବ ବୋଲି ଚର୍ଚ୍ଚା ହେଉଛି।
ପ୍ରଧାନମନ୍ତ୍ରୀ ରାଜ୍ୟରେ ପ୍ରାୟ ୨ ଘଣ୍ଟା ରହିଥିଲେ ସତ କିନ୍ତୁ ଏ ଦୁଇଘଣ୍ଟାର ରହଣୀକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ପ୍ରଶାସନ ମୁଣ୍ଡରେ ଏକ ଚଡ଼କ ପଡ଼ିଥିଲା। ଆଉ ଏ ଚଡ଼କର ଦୁଇଟି କାରଣ ଥିଲା। ଗୋଟିଏ ଥିଲା ଦୈବିକ କାରଣ ଆଉ ଗୋଟିଏ ହେଲା ମନ୍ୟୁଷ୍ୟକୃତ।
ଦୈବୀ କାରଣ ସମ୍ପର୍କରେ ଆପଣ ପରିଚିତ। କାରଣ ଗସ୍ତ ପ୍ରଥମେ ବ୍ରହ୍ମପୁରରେ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ବଙ୍ଗୋପସାଗରରେ ଲଘୁଚାପ ଓ ତଦଜନିତ ବର୍ଷା ଏମିତି ସମସ୍ୟା ସୃଷ୍ଟି କରିବ ବୋଲି କେହି ଜାଣି ନଥିଲେ। କାରଣ ଏହି ବର୍ଷାର ଆଶଙ୍କା ଏମିତି ରହିଥିଲା ଯେ ଶେଷ ମୁହୂର୍ତ୍ତରେ ଝାରସୁଗୁଡ଼ାରେ ଦେଶର ପ୍ରଥମ ସ୍ୱଦେଶୀ ୪ ଜି ଟେକ୍ନୋଲୋଜିକୁ ଉଦ୍ଘାଏଟନ କରାଯିବ। ପୁଣି ଏଥିରେ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ୧୦୦ରୁ ଅଧିକ ଗାଁ ଯୋଗ ଦେବେ। କିନ୍ତୁ ସମୟର ଅଭାବ ଏବଂ ବ୍ୟବସ୍ଥା ପ୍ରସ୍ତୁତିରେ ଅଫିସରମାନଙ୍କର ଯେଉୋ ଆଚରଣ ତାହାକୁ ନେଇ ମୁଖ୍ୟମନ୍ତ୍ରୀ ଟେନ୍ସ।ନ୍ରେୟ ରହିଥିଲେ। ଦୁଇଦିନ ପୂର୍ବରୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଞ୍ଚ ତିଆରିରୁ ଆରମ୍ଭ କରି ଲୋକଙ୍କ ଯୋଗଦାନକୁ ସୁରୁଖୁର କରିବାକୁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀ। ଏଥିଲାଗି ତାଙ୍କୁ ବିଳମ୍ବିତ ରାତି ଯାଏ କାମ କରିବାକୁ ପଡ଼ିଥିଲା। ବାରମ୍ବାର ଇଭେଣ୍ଟ ସ୍ଥାନକୁ ପରିଦର୍ଶନ କରିବାକୁ ଯିବାକୁ ହୋଇଥିଲା। ତା ଭିତରେ ଆଉ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଥିଲା। ସେଇଟି ହେଲେ ଦଳୀୟ ନେତାଙ୍କ ଅସହଯୋଗ। ଯେମିତି ମୁଖ୍ୟମନ୍ତ୍ରୀ ପରୀକ୍ଷା ଦେଉଛନ୍ତି ସେଭଳି ଦେଖିବାକୁ ମିଳିଥିଲା। ହେଲେ ଜଣେ ସୁସ୍ଥ ଓ ଶକ୍ତ ମାନସିକତାର ମୁଖ୍ୟମନ୍ତ୍ରୀ କେବେ ହାର ମାନିବା ଲୋକ ନୁହଁନ୍ତି। ନଦିଜକୁ ଦିଆଯାଇଥିବା ଦାୟିତ୍ୱକୁ ଯେମିତି ସୁଚାରୁ ରୂପେ ସମାପନ ହେବ ସେଥିଲାଗି ଧ୍ୟାନ ଦେଇଥିଲେ। କୁହାଯାଏ କିଛି ନେତା ଏଥିରେ ମୁଖ୍ୟମନ୍ତ୍ରୀ କେମିତି ବିଫଳ ହେବେ ତାେହାକୁ ଅନାଇ ବସିଥିଲେ। ଏପରିକି ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା କିଛି ବ୍ୟକ୍ତି ଏଥିଲାଗି ଉଦ୍ୟମ କରିଥିଲେ। ପୁଣି ପଶ୍ଚିମ ଓଡ଼ିଶାର ତଥାକଥିତ ଜଣେ ପୁରୁଖା ନେତାଙ୍କୁ ସଭା ଆୟୋଜନରୁ ଦୂରରେ ରଖାଯାଇଥିବାରୁ ଚିନ୍ତା ବଢ଼ିଥିଲା। କାରଣ ଏହି ନେତାଙ୍କର ମନ୍ତ୍ରିମଣ୍ଡଳ ଓ ପ୍ରଶାସନରେ ଯଥେଷ୍ଟ ପ୍ରଭାବ ରହି ଆସିଛି। ପୁଣି କେନ୍ଦ୍ରୀୟ ନେତାଙ୍କର ବି ତାଙ୍କ ସହ ସମ୍ପର୍କ ଭଲ ରହିଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତରେ ତାଙ୍କର ଉପସ୍ଥିତି ରହିବା ଉଚିତ ବୋଲି ତାଙ୍କ ସମର୍ଥକମାନେ କହୁଥିବା ବେଳେ ବିଜେପି ନେତୃତ୍ୱ କିନ୍ତୁ ତାଙ୍କୁ ରାଜ୍ୟ ଭିତରେ ବି ରହିବାକୁ ଦେଇ ନଥିଲେ। ଏହା ମଧ୍ୟ ଏକ ବଡ଼ ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜ ହୋଇଥିଲା।
ହେଲେ ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରଚେଷ୍ଟା ଏବଂ ନିଷ୍ଠା କାମକୁ ସଫଳ ରୂପାୟନ କରିଥିଲା। ଆଉ ଗୁଣ ଚିହ୍ନେ ଗୁଣିଆ ଭଳି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଅନୁଭବ କରିଛନ୍ତି। କାରାଣ ଯେଉଁ ପ୍ରତିବନ୍ଦ।କ ସବୁ ସେ ଭୋଗିଛନ୍ତି ତାହା ମୋହନଙ୍କ ସମସ୍ୟା ଆଗରେ କିଛି ନୁହେଁ କହିଲେ ଚଳେ। ଦଳ ଭିତରେ ଓ ଦଳ ବାହାରେ ପ୍ରତିବନ୍ଧକ ଭୋଗିବା ପ୍ରଧାନମନ୍ତ୍ରୀଙ୍କ ରୁମେ ରୁମେ ଅନୁଭବ ହୋଇଛି। ଏଣୁ ମୁଖ୍ୟମନ୍ତ୍ରୀ କିଭଳି ସମସ୍ୟା ଏବେ ଭୋଗୁଥିବେ ତାହାକୁ ସେ ଜାଣି ଏପରି ମନ୍ତବ୍ୟ ଟିଏ ଦେଇଥିବା କୁହାଯାଉଛି। ମାତ୍ର ଗୋଟିଏ ଶବ୍ଦର ଏ ପ୍ରଶଂସା ହୁଏତ ବିରୋଧୀଙ୍କ ପାଇଁ ଉଚିତ ଜବାବ ଥିବ। କାରଣ ବିଜ୍ଞ ରାଜନେତାମାନେ ଏଥିରୁ ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତ ବୁଝିପାରୁଥିବେ। ବୁଝିପାରୁଥିବେ ଯେ, ମୋହନ ହେଉଛନ୍ତି ବିଜେପିର କେନ୍ଦ୍ରୀୟ ପସନ୍ଦ। ତାଙ୍କୁ ୫ ବର୍ଷ ଆଗରୁ ଚଙ୍କାଇବା ସମ୍ଭବ ନୁହେଁ। ଆଉ ଯଦି କିଏ ଏକଥା ବୁଝି ନପାରିବ, ତାହାର ଆଗକୁ ସର୍ବନାଶ ଲେଖା ହେବ କିଛି ନୂଆ କଥା ହେବ ନାହିଁ।