ବିହାର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବିଜେପିର ଷ୍ଟାର କ୍ୟାମ୍ପେନର ସାଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Trending Photos
)
ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ଆଉ ମାତ୍ର ୧୨ ଦିନ । ଏଥର କୌଣସି ମୂଲ୍ୟରେ ବିହାର ହାତେଇବାକୁ ବିଜେପି ତାର ରଣନୀତି ପ୍ରସ୍ତତ କରିଛି । ଆଉ ଏଥିପାଇଁ ଦଳର ଷ୍ଟାର କ୍ୟାମ୍ପେନର ଭାବେ ପିଏମ ମୋଦି ଦଳ ପାଇଁ ପ୍ରଚାର କରିବେ ।
ବିହାର ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ୧୨ଟି ରାଲି ହେବ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭର୍ଚୁଆଲ ରାଲି କରିବାକୁ ନିଷ୍ପତ୍ତି ନିଆଯାଇଛି । ମାତ୍ର ୪ ଦିନରେ ୧୨ ନିର୍ବାଚନ ମଣ୍ଡଳୀରେ ମୋଦିଙ୍କ ଜନସମ୍ବାଦ କାର୍ଯ୍ୟକ୍ରମ ରହିଛି । ଯାହାର ସୂଚନା ଦେଇଛନ୍ତି ବିହାର ବିଧାନସଭା ନିର୍ବାଚନର ଦାୟିତ୍ୱ ନେଇଥିବା ଦେବେନ୍ଦ୍ର ଫଡନାଭିସ ।
ଆସନ୍ତା ୨୩ ତାରିଖରୁ ପ୍ରଧାମନ୍ତ୍ରୀଙ୍କ ପ୍ରଚାର ଆରମ୍ଭ ହେବ । ପ୍ରଥମ ଦିନ ସସାରାମ, ଗୟା ଓ ଭାଗଲପୁରବାସୀଙ୍କୁ ସେ ଉଦବୋଧନ ଦେବେ । ଏହାପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ଅର୍ଥାତ ଅକ୍ଟୋବର ୨୮ ତାରିଖରେ ଦରଭଙ୍ଗା, ମୁଜାଫରପୁର ଓ ପାଟନାରେ ରାଲି ହେବ । ସେହିପରି ନଭେମ୍ବର ପହିଲାରେ ଛପରା, ପୂର୍ବ ଚମ୍ପରଣ ଓ ସମସ୍ତିପୁର, ନଭେମ୍ବର ୩ରେ ପଶ୍ଚିମ ଚମ୍ପରଣ, ଶାହାର୍ସା ଓ ଆରାରିଆରେ ମୋଦି ପ୍ରଚାର କରିବେ ।
ସୂଚନାଯୋଗ୍ୟ, ତଳିତ ଥର ୩ଟି ପର୍ଯ୍ୟାୟରେ ବିହାରରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୪୦, ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଓ ନଭମ୍ବର ୭ରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ପଡିବ । ୧୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ବାହାରିବ । ତେବେ କୋରୋନା ଆକ୍ରାନ୍ତ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।