Gujarat Assembly Election 2022: ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କଲେ ରାଜନୈତିକ ଦଳ
Advertisement

Gujarat Assembly Election 2022: ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କଲେ ରାଜନୈତିକ ଦଳ

Gujarat Assembly Election 2022: ସମୟ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିଜେପି, କଂଗ୍ରେସ, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଦଳ ସେମାନଙ୍କ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

Gujarat Assembly Election 2022: ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କଲେ ରାଜନୈତିକ ଦଳ

Gujarat Assembly Election 2022: ଚଳିତ ବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଗୁଜୁରାଟ ରାଜନୀତି। ସମୟ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିଜେପି, କଂଗ୍ରେସ, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଦଳ ସେମାନଙ୍କ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଗତ ୨୦୧୭ ନିର୍ବାଚନ ଫଳାଫଳ ବାବଦରେ କହିବାକୁ ଗଲେ ବିଜେପି ୯୯, କଂଗ୍ରେସ ୭୭ ସିଟ ହାତେଇଥିଲା। ଯାହାକି ସର୍ବାଧିକ ସିଟ୍ ରହିଥିଲା। ବିଗତ ୨ ଦଶନ୍ଧି ମଧ୍ୟରେ ବିଜେପି ଗତ ଥର  ସବୁଠାରୁ  କଠୋର ସଂଘର୍ଷ କରିଥିଲା। ଗୁଜୁରାଟର ମୋଟ ବିଧାନସଭା ଆସନ ସଂଖ୍ୟା ହେଉଛି ୧୮୨। ଏଠାରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୯୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଗତ ଥର ବିଜେପି  ସରକାର ଗଠନ ଲାଗି ଆବଶ୍ୟକୀୟ ବହୁମତ ଠାରୁ  ଅଧିକ ୭ ସିଟ୍ ପାଇଥିଲା। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ (Punjab Assembly Election 2022) ବିଜୟ ବାନା ଉଡ଼ାଇଥିବା ଆମ ଆଦମୀ ପାର୍ଟି (Aam Aadmi Party) ଆପ୍ (AAP) ଏବେ ଗୁଜୁରାଟ (Gujarat) ଦଖଲ କରିବାକୁ ଚେଷ୍ଟା କରୁଛି। ଏନେଇ ଦଳ ପକ୍ଷରୁ ୧୦ ଜଣ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହି ପ୍ରାର୍ଥଙ୍କ ତାଲିକାରେ ଆଦିବାସୀ (Tribes), ପଛୁଆ ବର୍ଗ (Backward Class) ଏବଂ ଅନୁସୂଚିତ ଜାତି (Scheduled Caste) ନେତା ସାମିଲ ଅଛନ୍ତି। ଦଳ ନିର୍ବାଚନ ଇସ୍ତାହାର ମାଧ୍ୟମରେ ବିଜେପି ଲାଗି ଅଭେଦ୍ୟ ଗଡ଼ ଭାବେ ଜଣାଶୁଣା ଗୁଜୁରାଟ ଦଖଲ କରିବାକୁ ଚାହୁଁଛି।   

Also Read: Gujarat Politics: ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବିଜେପି?

ଅନ୍ୟପଟେ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ (Gujarat Assembly Election 2022) ଲାଗି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା କରିଛି ସମାଜବାଦୀ ପାର୍ଟି (Samajwadi Party Gujarat State Executive)। ପ୍ରାୟ ୨୫ ସଚିବ ଏବଂ ୬୪ ଜଣ ସଦସ୍ୟଙ୍କୁ ସମାଜବାଦୀ ପାର୍ଟି ଗୁଜୁରାଟ ଶାଖା (Samajwadi Party Gujarat Unit) ଲାଗି ନିଯୁକ୍ତ କରାଯାଇଛି। ଏନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି  ବିଗତ ୨୫ ବର୍ଷ ଧରି ରାଜ୍ୟରେ କୃଷକ ଏବଂ ଯୁବକ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି।

Also Read: Arvind Kejriwal: ଗୁଜୁରାଟ ଲୋକଙ୍କ ପାଇଁ ତିନୋଟି ବଡ଼ ଘୋଷଣା କଲେ ଆପ ସଂଯୋଜକ

ଏହି ଯୁଦ୍ଧରେ କଂଗ୍ରେସ (Congress) ପଛରେ ପଡିନାହିଁ। ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏହାର ପ୍ରସ୍ତୁତିକୁ ଜୋରଦାର କରିଛି। ବର୍ତ୍ତମାନ ଗୁଜୁରାଟ କଂଗ୍ରେସ ଦଳୀୟ ସଙ୍ଗଠନ ଲାଗି ୭ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ନିଯୁକ୍ତ କକିଛି। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ବର୍ତ୍ତମାନ ଗୁଜୁରାଟ ରାଜନୀତିରେ (Gujarat politics) କଂଗ୍ରେସ ଅବସ୍ଥା ଭଲ ନାହିଁ। ବିଜେପି, କଂଗ୍ରେସ ଦୁର୍ବଳତାର ଫାଇଦା ଉଠାଇପାରେ। ବିରୋଧିଙ୍କୁ ଦୁର୍ବଳ ମନେ କରିବା ବିଜେପି ଲାଗି ଭୁଲ ସାବ୍ୟସ୍ତ ହୋଇପାରେ। କାରଣ ଗତ ୨୦୧୭ ନିର୍ବାଚନରେ ​​କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିଥିଲା ​​ଏବଂ ବିଜେପି ଜୋରଦାର ଝଟକା ପାଇଥିଲା। ଯଦିଓ ବିଜେପି ଏଥରର ବିଧାନସଭା ନିର୍ବାଚନରେ ଦଳୀୟ ବିଜୟ ନେଇ ଦାବି କରୁଛି। ମାତ୍ର ସମସ୍ତ ଦଳ ପାଇଁ ଏହି ନିର୍ବାଚନ ଏକ ଚ୍ୟାଲେଞ୍ଜ ହେବ। ହେଲେ ଏଠାରେ ଜନ ସମର୍ଥନ କାହାକୁ ମିଳିବ  ଏବଂ ବିଜେପି ଗଡ଼ କେଉଁ ଦଳ ଦଖଲ କରିବ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।