• ତୃତୀୟ ଟି-୨୦ରେ ବାଜି ମାରିଲା ଶ୍ରୀଲଙ୍କା
  • ଶେଷ ମ୍ୟାଚ୍ ସହ ସିରିଜ୍ ହାତେଇଲା ସିଂହଳୀ ଟିମ୍
  • ୨-୧ରେ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ
  • ପାଠ ପାଇଁ ନୂଆ ନୀତି
  • ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ
  • ଖେଳରେ ଖେଳରେ ପିଲା ପଢ଼ିବେ ପାଠ
  • ସତ୍ୟନାରାୟଣଙ୍କୁ ଏନସିବି ଡିଜି ଅତିରିକ୍ତ ଦାୟିତ୍ୱ ପ୍ରଦାନ
  • ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ
  • ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିପାରିଛି ସଂସଦର ଉଭୟ ସଦନ
  • ଦେଶୀ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗ

Political Violence: ପରିସ୍ଥିତି ବାବଦରେ କେନ୍ଦ୍ରକୁ ଅବଗତ କରାଇଲେ WB Governor

ରାଜନୈତିକ ହିଂସାକାଣ୍ଡ ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ବାବଦରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ଅବଗତ କରାଇ ସାରିଛନ୍ତି ରାଜ୍ୟପାଳ। 

Political Violence: ପରିସ୍ଥିତି ବାବଦରେ କେନ୍ଦ୍ରକୁ ଅବଗତ କରାଇଲେ WB Governor

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସରିବା ପରେ ମଧ୍ୟ ରାଜ୍ୟରେ ଥମିବାର ନାଁ ଧରୁନାହିଁ ରାଜନୈତିକ ହିଂସାକାଣ୍ଡ। ଏହି ପ୍ରସଙ୍ଗକୁ କେନ୍ଦ୍ର କରି  ବିଗତ କିଛି ବର୍ଷ ଧରି ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଟିଏମସି ଏବଂ ବିରୋଧି ବିଜେପି। ରାଜନୈତିକ ହିଂସାକାଣ୍ଡକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି।  

ରାଜନୈତିକ ହିଂସାକାଣ୍ଡ (Political Violence) ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ବାବଦରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ଅବଗତ କରାଇ ସାରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ (West Bengal Governor)  ଜଗଦୀପ ଧନକଡ଼ (Jagdeep Dhankhar)। ଏହି କ୍ରମରେ ପଶ୍ଚିମବଙ୍ଗ ନିର୍ବାଚନ ସରିବା ପରେ ଜୁନ ୧୯ ତାରିଖ ଶନିବାର ଦିଲ୍ଲୀରେ (Delhi) କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହଙ୍କୁ (Amit Shah) ଭେଟିଛନ୍ତି ସେ। 

Also Read: Political Violence ଘଟଣାରେ ଥରୁଛି West Bengal; ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ Governor

କେନ୍ଦ୍ରମନ୍ତ୍ରୀ ଶାହଙ୍କ ସହ ହୋଇଥିବା ଭେଟଘାଟକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ। ଦିଲ୍ଲୀ ଗସ୍ତ ଅବସରରେ ପ୍ରତିକ୍ରିୟା ରଖି ରାଜ୍ୟପାଳ ଧନକଡ଼ କହିଛନ୍ତି ନିର୍ବାଚନ ପ୍ରକ୍ରିୟା ଶେଷ ପରେ ମଧ୍ୟ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଜାରି ରହିଛି। ରାଜନୀତିରେ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତାର ପ୍ରତିଶୋଧ ନେବାକୁ ଯାଇ ପ୍ରତିଶୋଧାତ୍ମକ ହିଂସାକାଣ୍ଡ ଘଟିଚାଲିଛି। ହିଂସା ବଦଳରେ ଶାନ୍ତି ରକ୍ଷା କରିବା ଲାଗି ମୁଁ ସମସସ୍ତଙ୍କୁ ନିବେଦନ କରୁଛି। ଆଇନ କାନୁନ ମଧ୍ୟରେ ସୀମିତ ରହିବାକୁ ମୁଁ ପୋଲିସ ବଳକୁ ଅପିଲ କରୁଛି।

Also Read: ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ଲକ ଡାଉନ ଲାଗୁ ହେବା ସମୟରେ ମୁଁ ରାଜ୍ୟର ରାଜନୈତିକ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲି। ଗସ୍ତ ସମୟରେ ବିଭିନ୍ନ ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ପାଇଥିଲା। ମୁଁ କେବେ ନିର୍ବାଚନ ସରିବା ପରେ ଘଟିଥିବା ଏଭଳି ଘଟଣା ଦେଖିନାହିଁ। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ସାହାସ ଜୁଟାଇବା ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଆଉ ଏହି କାମ ପାଇଁ ସେମାନଙ୍କୁ ରାଜନୈତିକ ହିଂସାକାଣ୍ଡ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡୁ଼ଛି।   ଅନେକ ଲୋକଙ୍କୁ ହତ୍ୟା କରାଯିବା ସହ ଅନେକ ଘରକୁ ନିଆଁ ଲଗାଇ ପୋଡି ଦିଆଯାଇଛି। 

Also Read: Political Violence: ବିଗତ ୩ ବର୍ଷରେ ପଶ୍ଚିମବଙ୍ଗରେ ଯାଇଛି ଏତିକି ଜୀବନ

ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ରାଜନୈତିକ ହିଂସାକାଣ୍ଡରେ ପ୍ରଭାବିତ ହୋଇଥିବା ପୀଡିତ ଲୋକଙ୍କ ଲୁହ ପୋଛିବାକୁ ମୁଁ ନିବେଦନ କରୁଛି। ଦାଦାବଟି ନଦେଲେ ଲୋକେ ନିଜର ବ୍ୟବସାୟ କରି ପାରୁନାହାଁନ୍ତି। ଗଣାମାଧ୍ୟମ ଏବଂ ମାନାଧିକାର ସଙ୍ଗଠନକୁ ମୁଁ ନିବେଦନ କରୁଛି ସେମାନେ ନିଜ କାମ ସହ ଲୋକଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହୁଅନ୍ତୁ।