'ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଧାନକିଣା'
Advertisement

'ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଧାନକିଣା'

କାଳିଆ ଯୋଜନା କେବେ ବନ୍ଦ ହେବନି ବୋଲି ମୁଖ୍ୟମନ୍ତ୍ରୀ (Naveen Patnaik) ଘୋଷଣା କରିଥିଲେ। କିନ୍ତୁ କାଳିଆ ଯୋଜନା କେତେ ଚାଷୀ ପାଇଥିଲେ ଓ ବର୍ତ୍ତମାନ କେତେ ଚାଷୀ ଏହାର ଲାଭ ପାଉଛନ୍ତି ବୋଲି BJP ପ୍ରଶ୍ନ କରିଛି। କଳିଆ ଯୋଜନା (Kalia Yojona) ପାଇଁ ଅର୍ଥ ନ ଥିବାରୁ ସରକାର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ କରିଥିଲେ। ଏବେ କାହିଁକି ଧାନ କିଣିବାକୁ ସେହି ଫଣ୍ଡକୁ ବ୍ୟବହାର କରୁ ନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି।

'ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଧାନକିଣା'

ମଳୟ ମହାନ୍ତି, ଭୁବନେଶ୍ୱର:  ଗୋଟିଏ ପଟେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟହାର ଦାବିରେ ଦିଲ୍ଲୀରେ କୃଷକ ଆନ୍ଦୋଳନ ତିବ୍ରତର ହେଉଛି। ଅନ୍ୟପଟେ ରାଜ୍ୟର ମଣ୍ଡି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ବିଜେପି। ପ୍ରଥମେ ରାତି ଅନିଦ୍ରା ହୋଇ ମଣ୍ଡିରେ ଧାନ ଜଗିଥିବା ଚାଷୀଙ୍କ ଧାନ ସରକାର ଉଠାଇ ନିଅନ୍ତୁ। ମୋଦି କ୍ୱିଣ୍ଚାଲ ପିଛା ୧୮୬୮ ଟଙ୍କା ଦେଉଛନ୍ତି। ଏଠି ମଣ୍ଡିରେ କଟନିଛଟନି କାହା ନିର୍ଦ୍ଦେଶରେ ହେଉଛି? ଏ ସବୁ କଥା ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକା ଅଭିଯୋଗକୁ ସତ ପ୍ରମାଣିତ କରୁଛି ଵୋଲି BJP ଅଭିଯୋଗ କରିଛି।

କାଳିଆ ଯୋଜନା କେବେ ବନ୍ଦ ହେବନି ବୋଲି ମୁଖ୍ୟମନ୍ତ୍ରୀ (Naveen Patnaik) ଘୋଷଣା କରିଥିଲେ। କିନ୍ତୁ କାଳିଆ ଯୋଜନା କେତେ ଚାଷୀ ପାଇଥିଲେ ଓ ବର୍ତ୍ତମାନ କେତେ ଚାଷୀ ଏହାର ଲାଭ ପାଉଛନ୍ତି ବୋଲି BJP ପ୍ରଶ୍ନ କରିଛି। କଳିଆ ଯୋଜନା (Kalia Yojona) ପାଇଁ ଅର୍ଥ ନ ଥିବାରୁ ସରକାର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ କରିଥିଲେ। ଏବେ କାହିଁକି ଧାନ କିଣିବାକୁ ସେହି ଫଣ୍ଡକୁ ବ୍ୟବହାର କରୁ ନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି। ୫ ପାଳିର ସରକାର କାହିଁକି ଏବେ ଯାଏ ରାଜ୍ୟରେ ଗୋଟିଏ ବି ମଡେଲ ମଣ୍ଡି କରି ପାରିଲେ ନାହିଁ। ପ୍ରତି ବ୍ଳକରେ ଶୀତଳ ଭଣ୍ଡାର କରିବାର ଯୋଜନା କୁଆଡେ ଗଲା? ଆଳୁ ମିଶନ ଓ ପିଆଜ ମିଶନ କୁଆଡେ ଗଲା? ତାହାର ଜବାବ ସରକାରଙ୍କୁ ରଖିବାକୁ ପଡିବ। ମଣ୍ଡିରେ ଚାଷୀ ବସିବାକୁ ଜାଗା ନାହିଁ ଏ କେମିତିକା ବ୍ୟବସ୍ଥା ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି (Samir Mohanty) ପ୍ରଶ୍ନ କରିଛନ୍ତି।

Also Read: ପିପିଲି ପାଇଁ ପ୍ରସ୍ତୁତି; ଉପ-ନିର୍ବାଚନ ନେଇ ଏପରି କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

 

ସେପଟେ କଂଗ୍ରେସ (Odisha Congress) ର କହିବା କଥା, ଉଭୟ BJP-BJD ସରକାର କୃଷକଙ୍କ ସମସ୍ୟାର ସମାଧାନ ନ କରି ଡ୍ରାମା କରୁଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗ ପରେ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Ranendra Swain)। ଗତବର୍ଷ ତୁଳନାରେ ଧାନ କିଣା ୨୦ ପ୍ରତିଶତ ଅଧିକ ଅଛି। ମାର୍ଚ୍ଚ ୩୧ ସୁଦ୍ଧା ଟାର୍ଗେଟରୁ ଅଧିକ ଧାନ ସଂଗ୍ରହ କରି ଟାର୍ଗେଟ ପୂରଣ ହେବ। ଗତବର୍ଷ ୩୩ ଲକ୍ଷ ୭୭ ହଜାର ମେଟ୍ରିକ ଟନ ଧାନ କିଣାଯାଇଥିଲା। କିନ୍ତୁ ଚଳିତବର୍ଷରେ ଏ ଯାଏ ୪୦ ଲକ୍ଷ ୬୬ ହଜାର ମେଟ୍ରିକ ଟନ ଧାନ କିଣା ସରିଲାଣି ବୋଲି ମନ୍ତ୍ରୀ କହିଛନ୍ତି। 

ଯେଉଁ ଚାଷୀଙ୍କ ଟୋକନ ଅବଧି ସରୁଛି, ଧାନ ବିକ୍ରି କରିପାରୁନାହାନ୍ତି ସେମାନେ DLPCକୁ ଜଣାନ୍ତୁ। ଆମେ ଚାଷୀଙ୍କୁ ସମ୍ମାନ ଦେଉ କିନ୍ତୁ ମଧ୍ୟସ୍ତିକୁ ନୁହେଁ। ଯାହାର ସମସ୍ୟା ଅଛି, ଆସନ୍ତୁ ଆଲୋଚନା କରନ୍ତୁ। ଯେଉଁ ଚାଷୀ ଧାନ କାଟିବା ଦିନ କଥା କହିଲେ, ଟୋକନ ପାଇଛନ୍ତି। ଯେଉଁମାନେ ତ୍ରୁଟିରେ ଅଛନ୍ତି, ଜିଲ୍ଲାପାଳଙ୍କ ସହିତ ଆଲୋଚନା କରନ୍ତୁ ଵୋଲି ମନ୍ତ୍ରୀ କହିଛନ୍ତି। BJD ନେତା କଲିକେଶ ସିଂଦେଓ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖିଥିବାବେଳେ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।