ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ରାହୁଲ ଗାନ୍ଧୀଙ୍କ ପାଖରେ ଅଛି କି? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର
Advertisement

ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ରାହୁଲ ଗାନ୍ଧୀଙ୍କ ପାଖରେ ଅଛି କି? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ସତ, କଂଗ୍ରେସ ଦୀର୍ଘ ଦିନ ଧରି ଗାନ୍ଧୀ ପରିବାରର ଆଖପାଖରେ ରହିଆସିଛି କିନ୍ତୁ କଂଗ୍ରେସ ଦେଶ ସହ ଜଡିତ ଏକ ଦଳ । ସେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ କଂଗ୍ରେସ କେବଳ ପରିବାରର ଏକ ଦଳ ନଥିଲା, ଆଗକୁ ଏହା ସମ୍ଭବ ଯେ ଦଳର ଅଧ୍ୟକ୍ଷ ମଧ୍ୟ ପରିବାର ବାହାରରୁ ହୋଇପାରିବ । ଏହା ଏହି ସବୁ ବିଷୟ ଉପରେ ନିର୍ଭର କରୁଛି କି କଂଗ୍ରେସର ନେତା ଏହି କଥାକୁ କେତେ ସ୍ୱୀକାର କରିବେ ।

ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ରାହୁଲ ଗାନ୍ଧୀଙ୍କ ପାଖରେ ଅଛି କି? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିଗତ ଦିନରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Poll Strategist Prashant Kishor) କୁ ନେଇ ଦେଶର ରାଜନୀତିରେ ବେଶ୍ ଚର୍ଚ୍ଚା ଜୋର ଧରିଥିଲା । ପ୍ରଶାନ୍ତ କିଶୋର କଂଗ୍ରେସ (Congress) ରେ ଯୋଗ ଦେଇପାରନ୍ତି ବୋଲି ଖୁବ୍ କଳ୍ପନାଜଳ୍ପନା ମଧ୍ୟ ଚାଲିଥିଲା । କିନ୍ତୁ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରଶାନ୍ତ କିଶୋର ଓରଫ୍ ପିକେ (PK) ସ୍ପଷ୍ଟ କରିଛନ୍ତି ସେ କଂଗ୍ରେସରେ ଯୋଗ ଦେଉନାହାଁନ୍ତି । ସେ (Prashant Kishor) ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତକୁ ଆଗକୁ ନେବା ପାଇଁ ଅକ୍ଟୋବର ୨ରୁ ବିହାରରେ ଏକ ପଦଯାତ୍ରା ଆରମ୍ଭ କରିବେ । ଏହି ପଦଯାତ୍ରା ମାଧ୍ୟମରେ ପ୍ରଶାନ୍ତ କିଶୋର ଅଧିକରୁ ଅଧିକ ଲୋକଙ୍କୁ ଭେଟିବାକୁ ଚେଷ୍ଟା କରିବେ । ନିକଟ ଅତୀତରେ ସେ ଏକ ଘରୋଇ ଟିଭି ଚ୍ୟାନେଲରେ ଏହି ସମସ୍ତ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର କଥା ରଖିଛନ୍ତି ।

ଏହି ସାକ୍ଷାତକାରରେ ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ଆଙ୍କର୍ ପ୍ରଶ୍ନ ପଚାରିଥିଲେ ଯେ, 'ନରେନ୍ଦ୍ର ମୋଦି (Narendra Modi) ଙ୍କୁ ଚ୍ୟାଲେଞ୍ଜ କରିବାର ରାହୁଲ ଗାନ୍ଧୀ (Rahul Gandhi) ଙ୍କ ପାଖରେ କ୍ଷମତା ଅଛି କି?' ଏହା ସହିତ ପ୍ରଶାନ୍ତ କିଶୋରଙ୍କୁ ପଚରାଯାଇଥିଲା କି ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ଙ୍କ ମଧ୍ୟରେ କିଏ ସବୁଠାରୁ ଭଲ ଭାବେ କଂଗ୍ରେସ (Congress) କୁ ଆଗକୁ ନେଇଯାଇପାରିବେ କିମ୍ୱା ଗାନ୍ଧୀ ପରିବାର (Gandhi Family) ବିନା କଂଗ୍ରେସକୁ ଆଗକୁ ବଢ଼ାଇବା ଅଧିକ ଭଲ ହେବ?

ଏହି ଅନେକ ପ୍ରଶ୍ନର ଉତ୍ତରରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ରାହୁଲ ଗାନ୍ଧୀ (Rahul Gandhi) ମୋଦି (PM Modi) ଙ୍କୁ ଚ୍ୟାଲେଞ୍ଜ ଦେଇପାରିବେ, ଏହି କଥା କେବଳ ଦେଶର ଲୋକମାନେ କହିପାରିବେ । ଆମ ପରି ଲୋକମାନଙ୍କ କଥା କେବଳ ଏହା ଉପରେ ଏକ ମତ ଭାବରେ ହେବ । ନିଜର କଥାକୁ ଆଗକୁ ବଢ଼ାଇ ନେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଆଜିର ପରିସ୍ଥିତି ଅନୁଯାୟୀ ସୋନିଆ ଗାନ୍ଧୀ (Sonia Gandhi) ଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ବଢ଼ିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-ଏଣିକି ବିନା ଟିକେଟରେ ଟ୍ରେନରେ ଯାତ୍ରା କରିପାରିବେ ଆପଣ, ଜାଣି ନିଅନ୍ତୁ ରେଲୱେର ଏହି ଖାସ୍ ନିୟମ

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ 'କିରୋସିନି' ବୟାନ ଉପରେ ସଞ୍ଜୟ ରାଉତ ଦେଲେ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ?

ନିକଟ ଅତୀତରେ କାଠମାଣ୍ଡୁରେ ରାହୁଲ ଗାନ୍ଧୀ ((Rahul Gandhi) ଙ୍କ ଭାଇରାଲ ଫଟୋ ଉପରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପିକେ (PK) କହିଛନ୍ତି ଯେ, ମୁଁ ଏହି କଥାରେ ଖୁସି ଯେ ମୁଁ ଏହି ସମୟରେ ତାଙ୍କ ସହ ନାହିଁ । କଂଗ୍ରେସ ନେତୃତ୍ୱାଧୀନ ପ୍ରଶ୍ନ ଉପରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦଳ ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟ କେହି ସହଜରେ ପରିଚାଳିତ କରିପାରିବେ । ଅଧିକାଂଶ ସ୍ଥାନୀୟ ଦଳକୁ ଛାଡ଼ି ଦେଲେ କୌଣସି ରାଷ୍ଟ୍ରୀୟ ଦଳ ଏକ ବ୍ୟକ୍ତି ବିଶେଷ ଦଳ ନୁହଁନ୍ତି । ପ୍ରଶାନ୍ତ କିଶୋରଙ୍କ ତରଫରୁ କୁହାଯାଇଛି ଯେ, କଂଗ୍ରେସ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ଓ ଗୋଟିଏ ପରିବାରର ଦଳ ନୁହେଁ ।