Advertisement
Article Detail0/zeeodisha/odisha2776938
Zee OdishaOdisha Politicsପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡି ଛାଡ଼ିଲେ

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡି ଛାଡ଼ିଲେ

ପ୍ରୟାସକାନ୍ତି ସାମଲ ବିଜେଡିରୁ ଇସ୍ତଫା ଦେଇଛନ୍ତି।  ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ସୂଚନା ଦେଇଛନ୍ତି। ସେ ପୂର୍ବରୁ ବିଜେଡିର ରାଜ୍ୟ ସମ୍ପାଦକ ରହିଥିଲେ। 

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡି ଛାଡ଼ିଲେ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ବିଜେଡିରୁ ଇସ୍ତଫା ଦେଇଛନ୍ତି।  ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ସୂଚନା ଦେଇଛନ୍ତି। ସେ ପୂର୍ବରୁ ବିଜେଡିର ରାଜ୍ୟ ସମ୍ପାଦକ ରହିଥିଲେ। ଏହାସହ ଭଦ୍ରକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳିଥିଲେ। ହେଲେ କିଛି ଦିନ ହେଲା ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାକୁ ନେଇ ସେହ ଚର୍ଚ୍ଚିତ ହୋଇଥିଲା।  ନିର୍ବାଚନ ପୂର୍ବରୁ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିବା ସହ ତାଙ୍କୁ ପଚରାଉଚରା କରିଥିଲା। 

ଭଦ୍ରକ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଭାବେ ଅନେକ ଖ୍ୟାତି ରହିଛି। ଭଦ୍ରକ ଓ ଭଣ୍ଡାରିପୋଖରି ଆସନରୁ ସେ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ହେଲେ ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସୀତାଂସୁ ଶେଖର ମହାପାତ୍ରଙ୍କଠାରୁ ହାରିଥିଲେ। ଏହି ନିର୍ବାଚନ ପରେ ରାଜ୍ୟରେ ବିଜେଡି କ୍ଷମତାରୁ ଖସିଥିବାରୁ ଦଳରେ ଅନେକ ବିଭ୍ରାନ୍ତ ସୃଷ୍ଟି ହୋଇଥିଲା। ଏପରିକି ଦଳର  ନେତାମାନେ ଦଳର ପ୍ରକୃତ ନେତା କିଏ ତାହା ଜାଣିବା ମୁସ୍କିଲ ହୋଇଥିଲା। ଏପରିକି ଶ୍ରଅୀ ସାମଲଙ୍କ ଦଳରେ କୌଣସି ଗୁରୁତ୍ୱ ନଥିଲା ଭଳି ଅନୁଭବ ହୋଇଥିଲା। ଓ୍ୱାକଫ୍‍ ବିଧୋୟକ ସମୟରେ ପ୍ରଫୁଲ୍ଲଙ୍କ ମନ୍ତବ୍ୟ ଦଳର ପ୍ରଶାସନ ବାବଦରେ ପ୍ରଶ୍ନ ଉଠାଇଥିଲା। 

ବାପାଙ୍କ ଭାଉ କମିବାରୁ ହୁଏତ ପୁତ୍ର ପ୍ରୟାସକାନ୍ତ ନିଜର ରାଜନୀତିକ ଭବିଷ୍ୟତ ନେଇ ଅନ୍ଧାରରେ ପଡ଼ିଥାଇପାରନ୍ତି। ପୁଣି ଦଳ ତାଙ୍କୁ କୌଣସି ପଦପଦବୀ ଦେଉ ନଥିବାରୁ ସେ ଅନିଶ୍ଜିତତା ମଧ୍ୟ କାଳ କାଟୁଥିବା ସୂଚନା ମିଳିଛି। ଏଭଳି ପରିସ୍ଥିତିାରୋ ପ୍ରୟାସକାନ୍ତ ନିଜର  ରଜାନୀତି ଭବିଷ୍ୟତକୁ ସୁରକ୍ଷିତ କରି ଦଳ ପରିବର୍ତ୍ତନକୁ ମନ ବଳାଇଥିବା ଜଣାପଡ଼ିଛି। ତେବେ ସେ ବିଜେପି ଯିବା ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ବିଜେଡି ଛାଡ଼ି ଏକ ନୂତନ ରାଜନୀତିକ ସମୀକରଣକୁ ବାଟ ଫଟାଇଛନ୍ତି।

Add Zee News as a Preferred Source

Also Read- Indian Army: ଭାରତୀୟ ସେନାରେ ଯୋଗ ଦେବାର ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

Also Read- Mock Drill: ପୁଣି ଥରେ ୪ ରାଜ୍ୟରେ ହେବ ମକ୍‌ ଡ୍ରିଲ୍‌

About the Author