ରାଷ୍ଟ୍ରପତି ନିର୍ବାଚନ 2022: ଏହି ନେତା ହେବେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ!
Advertisement

ରାଷ୍ଟ୍ରପତି ନିର୍ବାଚନ 2022: ଏହି ନେତା ହେବେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ!

 Presidential Election 2022: ବିଜେପି କୌଣସି ମହିଳା କିମ୍ୱା ଆଦିବାସୀ ଚେହେରାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ବିଜେପି କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ  (BJP Presidential Candidate) କରିବ । ସେପଟେ ବିରୋଧୀ ଦଳ ମଧ୍ୟ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସକ୍ରିୟ ରହିଛି । ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ଯୋଜନା କରୁଛନ୍ତି । ଫଳରେ ଏନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । 

ରାଷ୍ଟ୍ରପତି ନିର୍ବାଚନ 2022: ଏହି ନେତା ହେବେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ!

ନୂଆଦିଲ୍ଲୀ: Presidential Election 2022: ଆଉ କିଛି ଦିନର ଅପେକ୍ଷା ଦେଶରେ ରାଷ୍ଟ୍ରପତି ନିର୍ବାଚନ (Presidential Election) ହେବାର ଅଛି । ଏହା ପୂର୍ବରୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି । ଏହା ଅନ୍ତର୍ଗତ ବିଭିନ୍ନ ନାମ ସାମ୍ନାକୁ ଆସୁଛି । ବିଜେପି (BJP) କୌଣସି ମହିଳା କିମ୍ୱା ଆଦିବାସୀ ଚେହେରାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ବିଜେପି କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ  (BJP Presidential Candidate) କରିବ । ସେପଟେ ବିରୋଧୀ ଦଳ ମଧ୍ୟ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସକ୍ରିୟ ରହିଛି । ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ଯୋଜନା କରୁଛନ୍ତି । ଫଳରେ ଏନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । 

ଏହି ସମୟରେ ଖବର ମିଳୁଛି ଯେ ବିରୋଧୀ ମେଣ୍ଟ ତରଫରୁ ରାଷ୍ଟ୍ରପତି ପଦ ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇପାରେ । ମଙ୍ଗଳବାର ସକାଳେ ତାଙ୍କର ଏକ ଟ୍ୱିଟ୍ ଏହି କଳ୍ପନାଜଳ୍ପନାକୁ ଆହୁରି ବଢ଼ାଇଦେଇଛି । ଟିଏମସିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଟ୍ୱିଟ୍ କରି କହିଛନ୍ତି ଯେ, "ଟିଏମସିରେ ସେ ମୋତେ ଯେଉଁ ସମ୍ମାନ ଓ ପ୍ରତିଷ୍ଠା ଦେଇଛନ୍ତି, ସେଥିପାଇଁ ମୁଁ ମମତାଜୀଙ୍କୁ କୃତଜ୍ଞ ଜଣାଉଛି । ବର୍ତ୍ତମାନ ସମୟ ଆସିଛି ଯେତେବେଳେ ମୋତେ ଏକ ବୃହତ ଜାତୀୟ କାରଣ ପାଇଁ ଦଳ ବାହାରେ ଅଧିକ ବିରୋଧୀ ଏକତା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ମୁଁ ନିଶ୍ଚିତ ଯେ ସେ ଏହି ପଦକ୍ଷେପକୁ ଗ୍ରହଣ କରିଛନ୍ତି ।"

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀଙ୍କ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ସେ ତାଙ୍କ ଟ୍ୱିଟଠାରୁ ଅଧିକ କିଛି କହିପାରିବେ ନାହିଁ ।

ସୂଚନାଯୋଗ୍ୟ, ଯଶବନ୍ତ ସିହ୍ନା ଭାରତର ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ବର୍ତ୍ତମାନ ତୃଣମୂଳ କଂଗ୍ରେସର ଉପାଧ୍ୟକ୍ଷ ଅଛନ୍ତି । ସେ ୨୦୧୮ରେ ବିଜେପି ଛାଡିଥିଲେ । ସେପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରୁଛନ୍ତି ।

ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ଏହି ପଦ ପାଇଁ ପ୍ରାର୍ଥୀ ହେବାକୁ ମନା କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ ବିରୋଧୀଦଳର ନେତାମାନେ ମଙ୍ଗଳବାର ଶରଦ ପାୱାରଙ୍କ ବାସଭବନରେ ବୈଠକ କରୁଛନ୍ତି । ଏହାପୂର୍ବରୁ ପାୱାର ଓ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ପ୍ରାର୍ଥୀ ହେବା ପ୍ରସ୍ତାବକୁ ଖାରଜ କରିଥିଲେ ।

ଏହା ବି ପଢ଼ନ୍ତୁ:-କାଶ୍ମୀରକୁ ପାକିସ୍ତାନକୁ ଦିଆଯାଉ? ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଦେଖାଦେଲା ବିବାଦ

ଏହା ବି ପଢ଼ନ୍ତୁ:-ଅଗ୍ନିବୀରଙ୍କୁ ନେଇ ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା, ମିଳିବ ଚାକିରିର ଗ୍ୟାରେଣ୍ଟି

ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ ଉଦ୍ଧବ ସରକାର! ଶିବସେନାର ଜଣେ ମନ୍ତ୍ରୀ ସମେତ ୧୩ ବିଧାୟକ ପହଞ୍ଚିଲେ ଗୁଜୁରାଟ

 

ସୂଚନାଯୋଗ୍ୟ, ବିଜେପିର ସମସ୍ତ ସାଂସଦ ଓ ବିଧାୟକଙ୍କ ଭୋଟ ମିଶି ୪୮.୯ ପ୍ରତିଶତ ରହିଛି । ଅନ୍ୟପଟେ ବିରୋଧୀ ଦଳ ଓ ଅନ୍ୟ ଦଳ ପାଖରେ ୫୧.୧ ପ୍ରତିଶତ ଭୋଟ୍ ରହିଛି । ଏଥିପାଇଁ ବିଜେପିକୁ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜୁ ଜନତା ଦଳ ବା କିମ୍ବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସର ସମର୍ଥନର ଆବଶ୍ୟକତା ରହିଛି । ସେହିପରି ବିହାରରେ ନୀତିଶ କୁମାରଙ୍କ ମନୋଭାବ ବଦଳୁଛି, ବିଜେପି ମଧ୍ୟ ଚାପରେ ରହିଛି । 

ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।