ନୂଆଦିଲ୍ଲୀ: ପ୍ରୋଫୋଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ବିଜେପି ସାଂସଦ। ବିଜେପିରୁ ନିଲମ୍ବିତ ମୁଖପାତ୍ର ନୁପୁର ଶର୍ମାଙ୍କୁ ଧମକ ଦିଆଯିବା ପରେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ରବିବାର ଧର୍ମନିରପେକ୍ଷ ଉଦାରବାଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, କ୍ଷମା ମାଗୁଥିବା ଜଣେ ମହିଳାଙ୍କ ପ୍ରତି ଦେଶବ୍ୟାପୀ ଘୃଣ୍ୟ ପ୍ରଦର୍ଶନ ଏବଂ ହତ୍ୟା ଧମକ ଦେଉଥିବା ବ୍ୟକ୍ତିଙ୍କ ଉପରେ ତଥାକଥିତ 'ଧର୍ମନିରପେକ୍ଷ ଉଦାରବାଦୀ କାହିଁକି ନିରବ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ଏକ ପ୍ରାଇଭେଟ ଟେଲିଭିଜନ ବିତର୍କରେ ନୁପୁର ଶର୍ମା ଦେଇଥିବା ଆପତ୍ତିଜନକ ବିବୃତ୍ତିକୁ ଅନେକ ମୁସଲମାନ ସଂଗଠନ ବିରୋଧ କରିଥିଲେ। ମୁସଲିମ୍ ବହୁଳ ଦେଶ ନିନ୍ଦା ନିନ୍ଦା କରିବାରୁ ଘଟଣାର ୧୦ ପରେ ନୁପୁର ଶର୍ମାଙ୍କୁ ବିଜେପି ଦଳରୁ ନିଲମ୍ବନ କରିଛି। ଏହା ସତ୍ତ୍ୱେ ଦେଶର ଅନେକ ସହରରେ ନୁପୁରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। କେତେକ ଉଗ୍ରବାଦୀମାନେ ତାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ସାଂସଦ ଇମତିଆଜ ଜଲିଲ ତ ନୁପୁର ଶର୍ମାଙ୍କୁ ଫାଶୀ ଦେବାକୁ ଦାବି କରିଥିଲେ।


Also Read: Prophet Muhammad row: ନୁପୁରକୁ କ୍ଷମା କର; ପେଗେମ୍ବର ବିବାଦ ଉପରେ ମୁସଲିମ ସଂଗଠନର ବୟାନ


ବିବାଦ ଘନେଇବାରୁ ନୁପୁର ଶର୍ମା ନିସର୍ତ୍ତ କ୍ଷମା ମାଗିବା ସହ ନିଜ ବୟାନକୁ ଫେରାଇ ନେଇଥିବା କହିଥିଲେ। ତଥାପି କିଛି ସଂଗଠନ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରୁଛନ୍ତି। ଘଟଣାକୁ ନେଇ ଦେଶବ୍ୟାପୀ ହିଂସା ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ରବିବାର ବିଜେପି ସାଂସଦ ଗୌତମ ଗମ୍ଭୀର, ଦଳରୁ ନିଲମ୍ବିତ ନୁପୁରଙ୍କ ସପକ୍ଷରେ ଠିଆ ହୋଇଛନ୍ତି। ସେ ଟ୍ୱିଟ କରି, ନିଜ ଭୁଲ ପାଇଁ କ୍ଷମା ମାଗିଥିବା ନୁପୁରଙ୍କ ବିରୋଧରେ ହେଉଥିବା ହିଂସାତ୍ମକ ପ୍ରଦର୍ଶନକୁ ନିନ୍ଦା କରିଛନ୍ତି। ଏହା ସହ ନୁପୁରଙ୍କୁ ଦିଆଯାଇଥିବା ହତ୍ୟା ଧମକ ଉପରେ ତଥାକଥିତ ଧର୍ମ ନିରପେକ୍ଷ ଉଦାରବାଦୀମାନଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି। 


 



ଗୌତମ ଗମ୍ଭୀରଙ୍କ ପୂର୍ବରୁ ବିଜେପି ନେତା କପିଲ ମିଶ୍ର ଏବଂ ଜିଲ୍ଲା ସ୍ତରୀୟ ଅନେକ ନେତାମାନେ ନୁପୁର ଶର୍ମାଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ବିଜେପି ସାଂସଦ ପ୍ରଜ୍ଞା ଠାକୁର ଟ୍ୱିଟ୍ କରି କହିଛନ୍ତି ଯେ, ଯଦି ସତ୍ୟ କହିବା ବିଦ୍ରୋହ, ତେବେ ମୁଁ ମଧ୍ୟ ଜଣେ ବିଦ୍ରୋହୀ। ଅନ୍ୟପଟେ କୁଏତରେ ନୁପୁରଙ୍କ ବିରୁଦ୍ଧରେ ପ୍ରଦର୍ଶନ କରିଥିବା ବିଦେଶୀ ନାଗରିକଙ୍କୁ ସ୍ୱଦେଶ ପଠାଯିବ।
ସାହରଣପୁରରେ ନୁପୁରଙ୍କ ବିରୋଧରେ ପୋଷ୍ଟର ଛାପି ଥିବା ପ୍ରିଣ୍ଟିଂ ପ୍ରେସ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।