Punjab MLA Slapped, ଚଣ୍ଡୀଗଡ: ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଭିଡିଓ ଭାଇରାଲ ହେବା ପରେ ଦଳରେ ହଟଚମଟ ସୃଷ୍ଟି ହୋଇଛି। ପାର୍ଟିର ବିଧାୟିକା ବଲଜିନ୍ଦର କୌରଙ୍କୁ ସର୍ବସମ୍ମୁଖରେ ତାଙ୍କ ସ୍ୱାମୀ ଚାପୁଡ଼ା ମାରିଥିଲେ। ବିଧାୟିକାଙ୍କୁ ଚାପୁଡା ମାଡର ଭିଡିଓ ତାଙ୍କ ଘର ବାହାରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା। ଏବେ ସେହି ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

ପଦାରେ ପଡିଲା ପଞ୍ଜାବର ତଲୱାଣ୍ଡି ସାବୋରୁ ଦୁଇଥର AAP ବିଧାୟିକାଙ୍କ ଘରୋଇ କଳି। ଆପ୍ ବିଧାୟିକା ବଲଜିନ୍ଦର କୌରଙ୍କ ତାଲୱାଣ୍ଡି ସାବୋରେ ଥିବା ବାସଭବନ ବାହାରେ ତାଙ୍କ ସ୍ୱାମୀ ଚାପୁଡା ମିରିଥିଲେ। ଏହି ଘଟଣା ଜୁଲାଇ ୧୦ରେ ଘଟିଥିବା ଜଣାପଡିଛି। କିଏ ଭିଡିଓ ଲିକ୍ କରିଛି କିମ୍ବା ଏହି ଘଟଣାର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ। ଏହି ଘଟଣା ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛନ୍ତି।


Also Read: Road Accident: ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା, ୬ ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା କାର


ଭିଡିଓରେ ବିଧାୟିକା ବଲଜିନ୍ଦର କୌର ଯୁକ୍ତିତର୍କ ସମୟରେ ତାଙ୍କ ସ୍ୱାମୀ ସୁଖରାଜ ସିଂଙ୍କ ନିକଟକୁ ଆସୁଥିବା ଦେଖିବାକୁ ମିଳିବ। ତାଙ୍କ ସ୍ୱାମୀ ରାଗରେ ନିଜ ଚୌକିରୁ ଉଠି ତାଙ୍କୁ ଚାପୁଡ଼ା ମାରିଥିଲେ। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦମ୍ପତିଙ୍କ ପାଖରେ ଠିଆ ହୋଇଥିବା କିଛି ଲୋକ ଏଥିରେ ହସ୍ତକ୍ଷେପ କରି ସିଂଙ୍କୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି। ବଲଜିନ୍ଦର କୌର କିମ୍ବା ତାଙ୍କ ସ୍ୱାମୀ ଏହି ଭିଡିଓ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ତେବେ ପଞ୍ଜାବ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମନୀଷା ଗୁଲାଟି କହିଛନ୍ତି ଯେ, ସେ ଏହି ଭିଡିଓ ଦେଖିଛନ୍ତି ଏବଂ ଏଥିପାଇଁ ନିଜଆଡୁ ମାମଲା ରୁଜୁ କରିବେ।


 



ପଞ୍ଜାବରେ ଭାଗବତ ମାନଙ୍କ ନେତୃତ୍ୱାଧୀନ AAP ସରକାର ନିର୍ବାଚନ ପରଠାରୁ ବାରମ୍ବାର ଆକ୍ରମଣର ଶିକାର ହେଉଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାଗବତ ନିଜେ ବାଲଜିନ୍ଦର ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ତେବେ ସବୁବେଳେ ନ୍ୟାୟ ଓ ସମାନତାର ପାଠ ପଢାଉଥିବା ଆପର ବିଧାୟିକାଙ୍କ ଉପରେ ତାଙ୍କ ସ୍ୱାମୀ ହାତ ଉଠାଇଲେ ଅଥଚ ସେ ଏହା ଉପର କୌଣସି ମନ୍ତବ୍ୟ ଦେଇନାହାନ୍ତି। ଫେବୃଆରୀ ୨୦୧୯ରେ ସୁଖରାଜ ସିଂଙ୍କୁ ବଲଜିନ୍ଦର ବିବାହ କରିଥିଲେ। ୨୦୦୯ରେ ବଲଜିନ୍ଦର କୌର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମ୍ ଫିଲ୍ କରିଛନ୍ତି।