)
ନୂଆଦିଲ୍ଲୀ: Punjab Assembly Election 2022 Congress Vs AAP: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଉଠିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ପଞ୍ଜାବରେ ମଧ୍ୟ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ (Punjab Congress President Navjot Singh Sidhu) ଶନିବାର ଆମ୍ ଆଦମୀ ପାର୍ଟି (AAP) ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କୁ "ରାଜନୈତିକ ପର୍ଯ୍ୟଟକ" (Political Tourist) ବୋଲି କହିଛନ୍ତି ଓ ସେ କହିଛନ୍ତି ଯେ ସେ ରାଜ୍ୟରେ ବିଧାନସଭା ନିର୍ବାଚନ (Punjab Assembly Election 2022) ର ଠିକ୍ ପୂର୍ବରୁ ମିଛ ପ୍ରତିଶୃତି ସହ ସାମ୍ନାକୁ ଆସିଛି ।
ଏକ ସାଧାରଣ ସଭାରେ ସମ୍ବୋଧିତ କରି ସିଦ୍ଧୁ Navjot Singh Sidhu) କେଜ୍ରିୱାଲଙ୍କୁ ଚାକିରୀ ପ୍ରସଙ୍ଗରେ ବିତର୍କ କରିବାକୁ ଆହ୍ୱାନ ଦେଇଛନ୍ତି ଓ ଦାବି କରିଛନ୍ତି ଯେ ସେ ଦିଲ୍ଲୀରେ ୮ ଲକ୍ଷ ଚାକିରିର ପ୍ରତିଶୃତି ଦେଇଥିଲେ, କିନ୍ତୁ ମାତ୍ର ୪୪୦ ଚାକିରି ଦେଇଛନ୍ତି ।
ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, "ପଞ୍ଜାବରେ ଯେକୌଣସି ସ୍ଥାନରେ ଆସନ୍ତୁ (ମୋ ସହ) ବସନ୍ତୁ । ମୋତେ ଦିଲ୍ଲୀରେ ମଧ୍ୟ ଡାକନ୍ତୁ । ଆପଣଙ୍କ ଘରେ ବସି, ଟିଭି ଚ୍ୟାନେଲ ମଧ୍ୟ ଆଣିବା । ଯଦି ସିଦ୍ଧୁ ହାରିଯାଆନ୍ତି, ତେବେ (ମୁଁ) ରାଜନୀତି ଛାଡି ଦେବି ।"
ଅନ୍ୟପକ୍ଷରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏକ ନୂଆ ଅସୁବିଧାରେ ପଡ଼ିଥିବାର ନଜରକୁ ଆସୁଛି । ନବଜୋତ ସିଂ ସିଦ୍ଧୁଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ନବଜୋତ ସିଂ ସିଦ୍ଧୁ ଅପଶବ୍ଦର ବ୍ୟବହାର କରିଥିଲେ । ସିଦ୍ଧୁଙ୍କ ଅପଶବ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୨୬୪ ସଂକ୍ରମିତଙ୍କ ମୃତ୍ୟୁ