ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder
Advertisement

ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ଦଳରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦବାଇବାକି ପଞ୍ଜାବ କଂଗ୍ରେସ କମିଟିରେ ଦୁଇ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ଦଳୀୟ ନେତୃବୃନ୍ଦ। 

ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଦଳୀୟ ସଙ୍ଗଠନ ମଜବୁତ କରିବା ଲାଗି ଅଣ୍ଟାଭିଡିଛନ୍ତି କଂଗ୍ରେସ ନେତୃବୃନ୍ଦ। କ୍ଷମତା ବିସ୍ତାର କରିବାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା କାରଣରୁ ସୃଷ୍ଟି ହୋଇଥିବା ଅସନ୍ତୋଷ ଦଳ ପାଇଁ ଭାରୀ ପଡିପାରେ ବୋଲି ସମ୍ଭାବନା ସୃଷ୍ଟି ହେଲାଣି। 

ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନର୍ବାଚନ (Punjab Assembly Poll 2022) । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କ୍ଷମତାସୀନ ଶାସକ କଂଗ୍ରେସର ଦଳୀୟ ସଙ୍ଗଠନକୁ ମଜବୁତ କରିବା ଲାଗି ଆରମ୍ଭ ହୋଇଯାଇଛି ପ୍ରୟାସ। ଏହି କ୍ରମରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ଯାଇ ନୂଆ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Corengres President) ନିଯୁକ୍ତ କରିବା ଉପରେ ବିଚାରବିମର୍ଶ ଜାରି ରହିଛି।

Also Read: Navjot Singh Sidhu ହେବେ Punjab Congress ମୁଖ୍ୟ!

ଏହି ମର୍ମରେ ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Siddhu) ନୂତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ଯୋଜନା ଚାଲିଛି। ଏ ଘଟଣା ବାବଦରେ ଖବର ପାଇବା ପରେ ଅସନ୍ତୁଷ୍ଟ ହୋଇଉଠିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) କ୍ୟାପ୍ଟଟେନ ଅମରିନ୍ଦର ସିଂହଙ୍କ (Captain Amarinder Singh)। ଗତ ୨୦୧୭ ବିଧାନସଭା ନିର୍ବାଚନ (Punjab Assembly Poll 2017) ପର ଠାରୁ ଉଭୟେ ଦଳ ତଥା ସରକାରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି।

ସଦ୍ୟ ଦଳୀୟ ସଙ୍ଗଠନ ରାଜ୍ୟ ଶାଖା ମୁଖିଆ ପଦକୁ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ସିନ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରାଯିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି ତାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଲଢାଯାଇ ପାରିବ ନାହିଁ। ଏହା ପରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ପଞ୍ଜାବ ପ୍ରଭାରୀ ହରିଶ ରାୱତଙ୍କୁ ରିପୋର୍ଟ ତଲବ କରିଛନ୍ତି।

Also Read: ଏବେ ପଞ୍ଜାବ କଂଗ୍ରେସରେ ବିଦ୍ରୋହ, ଦିଲ୍ଲୀ ପହଞ୍ଚିଲେ ୨୫ ବିଧାୟକ

ଏହା ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ ଅମରିନ୍ଦର ସିଂହଙ୍କ ଗୋଷ୍ଠୀର ସମର୍ଥକ ବିଧାୟକ, ସାଂସଦ, ଦଳୀୟ ନେତା ତାଙ୍କ ଆହ୍ୱାନ କ୍ରମେ ସିସବା ଫାର୍ମହାଉସ ଠାରେ ଏକାଠି ହୋଇଛନ୍ତି। ଏନେଇ ମିଳିଥିବା ଖବର ଅନୁସାରେ ଦଳର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବିଧାୟକ ଏବଂ ସମସ୍ତ ଲୋକସଭା ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି। ନିଜ ସମର୍ଥକଙ୍କୁ ଏକାଠି କରାଇ ପ୍ରତିଦ୍ୱନ୍ଦ୍ୱୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେବା ସହ ଦଳୀୟ ନେତୃବୃନ୍ଦଙ୍କୁ ନିଜର ସାମର୍ଥ୍ୟ ବାବଦରେ ବାର୍ତ୍ତା ଦେଇଛନ୍ତି।     

ଅନ୍ୟପଟେ ରାଜ୍ୟ ସରକାରରଙ୍କ କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱାଙ୍କ ଚଣ୍ଡିଗଡ଼ସ୍ଥିତ ବାସଭବନରେ ବୈଠକ କରୁଛନ୍ତି ନବଜୋତ ସିଂହ ସିଦ୍ଧୁ। ଯେଉଁଥିରେ ହାତଗଣତି ନେତା ଯୋଗ ଦେଇଛନ୍ତି। ଦଳରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦବାଇବାକି ପଞ୍ଜାବ କଂଗ୍ରେସ କମିଟିରେ ଦୁଇ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ଦଳୀୟ ନେତୃବୃନ୍ଦ। 

ଏହି କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ଦଳିତ ବର୍ଗର ଏବଂ ଅନ୍ୟ ଜଣେ ସବର୍ଣ୍ଣ ହୋଇପାରନ୍ତି। ପଞ୍ଜାବ ଜନସଂଖ୍ୟାର ଏକ-ତୃତୀୟାଂଶ ହେଉଛନ୍ତି ଦଳିତ ସମ୍ପ୍ରଦାୟର। ଏହି ଭୋଟ ହାତେଇବା ଲାଗି ସବୁ ଦଳ ପକ୍ଷରୁ ଜାରି ରହିଛି ପ୍ରୟାସ।  ଅନ୍ୟପଟେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଥିବା ଦୁଇ ପ୍ରମୁଖ ଦଳ ଶିରୋମଣି ଅକାଳୀ  ଦଳ ଏବଂ ବିଏସପି ମଧ୍ୟରେ ହୋଇ ମେଣ୍ଟ ଶାସକ କଂଗ୍ରେସ ପାଇଁ ଆଗାମୀ ନିର୍ବାଚନରେ ଏକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇସାରିଲାଣି। 

Also Read: ଆମେ ରାଜ୍ୟକୁ MP-Rajasthan ହେବାକୁ ଦେବୁ ନାହିଁ: Punjab Congress Chief

ସିଦ୍ଧୁଙ୍କ ଆବଶ୍ୟକତା ନଜରରେ ରଖି ତାଙ୍କୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ କରିବା ଲାଗି ଯୋଜନା ହୋଇଥିଲା। ଏହାର ମୂଳସୂତ୍ରଧର ଥିଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଯଦି ସିଦ୍ଧୁଙ୍କୁ ଅଧ୍ୟକ୍ଷ କରାଯାଏ ତାହେଲେ ସେ ବର୍ତ୍ତମାନର ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଳ ଜାଖରଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଅନ୍ୟପଟେ ଜାଖରଙ୍କୁ ପଞ୍ଜାବ ଦାୟିତ୍ୱରୁ ହଟାଯାଇ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ  କେନ୍ଦ୍ରକୁ ଅଣାଯାଇପାରେ। କାରଣ ପଞ୍ଜାବକୁ ଛାଡି ହରିୟାଣା, ରାଜସ୍ଥାନ, ହିମାଚଳ ପ୍ରଦେଶ ଭଳି ରାଜନୀତିରେ ସେ ଜଣେ ଧୂରୀଣ  ରାଜନେତା ଭାବେ ଜଣାଶୁଣା।