କେଉଁ ଟିମରେ କ୍ୟାପଟେନ୍?
Advertisement

କେଉଁ ଟିମରେ କ୍ୟାପଟେନ୍?

ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବିଜେପିରେ ମିଶିବା ନେଇ କୌଣସି ସଙ୍କେତ ଦେଇନଥିଲେ ବି ତାଙ୍କୁ ପଦ୍ମ ଶିବିରକୁ ଆମନ୍ତ୍ରଣ ମିଳିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ବୁଧବାରଠାରୁ ଦିଲ୍ଲୀରେ ଡେରା ପକାଇଥିବା କ୍ୟାପଟେନ ଶାହଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ବି ଭେଟିବା ସମ୍ଭାବନା ରହିଛି।    

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ (ଫାଇଲ)

ନୂଆଦିଲ୍ଲୀ: ସତ ହେବାକୁ ଯାଉଛି ଅନୁମାନ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବିଜେପିରେ ମିଶିବା ନେଇ କୌଣସି ସଙ୍କେତ ଦେଇନଥିଲେ ବି ତାଙ୍କୁ ପଦ୍ମ ଶିବିରକୁ ଆମନ୍ତ୍ରଣ ମିଳିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ବୁଧବାରଠାରୁ ଦିଲ୍ଲୀରେ ଡେରା ପକାଇଥିବା କ୍ୟାପଟେନ ଶାହଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ବି ଭେଟିବା ସମ୍ଭାବନା ରହିଛି।    

ବୁଧବାର ସଂଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ସହ କ୍ୟାପଟେନ ଅମରିନ୍ଦର ସିଂହ ପ୍ରାୟ ୫୦ ମିନିଟ ଧରି ଆଲୋଚନା କରିଥିଲେ। ପଞ୍ଜାବ (Punjab) ରାଜନୀତି ସହ କୃଷକ ସମସ୍ୟା ନେଇ ସେ ଶାହଙ୍କ ସହ ଆଲୋଚନା କରିଥିବା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ଗତ ୧୮ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ବାରମ୍ବାର ସିଦ୍ଧୁଙ୍କ ବିରୋଧରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ପରେ ରାଜ୍ୟ କଂଗ୍ରେସ ପ୍ରତି ତାଙ୍କର ବିତ୍ତସ୍ପୃହତାକୁ ପ୍ରମାଣିତ କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କ୍ୟାପଟେନଙ୍କୁ ବିଜେପି ପକ୍ଷରୁ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯଦି ସେ ବିଜେପିରେ ମିଶିବେ, ତେବେ ତାଙ୍କୁ କେନ୍ଦ୍ର କ୍ୟାବିନେଟରେ କୃଷିମନ୍ତ୍ରୀ ପଦ ମଧ୍ୟ ଦିଆଯିବା ନେଇ ଆକଳନ ଚାଲିଛି।

Also Read: କ୍ୟାପଟେନଙ୍କ ପତ୍ନୀ ହୋଇପାରନ୍ତି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ, ସିଦ୍ଧୁଙ୍କୁ ମନେଇବେନି ହାଇକମାଣ୍ଡ!

ଗତ କିଛି ଦିନ ଧରି ଅସ୍ଥିର କଂଗ୍ରେସ (Congress) ରେ ଗୋଟିଏ ପରେ ଗୋଟିଏ ବଡ଼ ଝଡ ଦେଖିବାକୁ ମିଳୁଛି। ପ୍ରଥମେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ (Capt. Amrinder Singh) ଙ୍କ ଇସ୍ତଫା ତା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ। ପରେ ପରେ ମଙ୍ଗଳବାର ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂ ସିଦ୍ଧୁଙ୍କ ଇସ୍ତଫା ଦଳୀୟ କନ୍ଦଳକୁ ପଦାରେ ପକାଇଛି। ପଞ୍ଜାବ ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଛି ଯାହାକୁ ନେଇ ଏବେ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି।

ପଦ ଛାଡ଼ିବା ପରେ ସିଦ୍ଧୁ (Novjeet Singh Siddhu) ଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି। ସିଦ୍ଧୁଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣା ପଡ଼ିଛି। କିନ୍ତୁ ଏହା ମଧ୍ୟରେ ପଞ୍ଜାବକୁ ଲାଗିଛି ଆଉ ଏକ ଶକ୍ତ ଝଟକା। କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନାଙ୍କ ସମେତ ୪ ଜଣ ନେତା ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ଅସ୍ଥିରତା ବଢ଼ିଛି।  

Also Read: ଶାହ ଓ କ୍ୟାପଟେନଙ୍କ ସାକ୍ଷତକୁ ନେଇ କ’ଣ କହିଲା କଂଗ୍ରେସ?

ସେପଟେ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି କ୍ୟାବିନେଟ ବୈଠକରେ ଦଳୀୟ କନ୍ଦଳକୁ ପଛରେ ପକାଇ ଆଗାମୀ ନିର୍ବାଚନ ଉପରେ ଫୋକସ କରୁଥିବା ସ୍ପଷ୍ଟ ହୋଇଛି। ଦିଲ୍ଲୀ ପରି ପଞ୍ଜାବବାସୀଙ୍କୁ ବିଜୁଳି ବିଲ ଛାଡ଼ ଘୋଷଣା କରି ନିଜ ପକ୍ଷକୁ ନେବାକୁ ଉଦ୍ୟମ କରିଛନ୍ତି ଚନ୍ନି। ଏହାସହିତ ରାଜ୍ୟର ୫୩ ଲକ୍ଷ ପରିବାରକୁ ବିଜୁଳି ବୋଝରୁ ମୁକ୍ତ କରିଛନ୍ତି।