ରାଜନୀତିରେ ରହିବା ପ୍ରସଙ୍ଗର ପ୍ରଶ୍ନ ଉପରେ ସୁନୀଲ ଜାଖର (Sunil Jakhar) ନୀରବତା ଭାଙ୍ଗିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଭର୍ଚୁଆଲ୍ ରାଲି ସମ୍ପର୍କରେ ସୁନୀଲ ଜାଖର ରବିବାର ଲୁଧିଆନାରେ ଥିଲେ
Trending Photos
ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ନେତାଙ୍କ ଆଭ୍ୟନ୍ତରୀଣ କଳହ ଥମିବାର ନାମ ନେଉନାହିଁ। ଚରଣଜିତ୍ ସିଂ ଚନ୍ନିଙ୍କୁ ସିଏମ୍ ପ୍ରାର୍ଥୀ କରାଯିବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୁନୀଲ ଜାଖର ନିର୍ବାଚନ ରାଜନୀତିରୁ ସନ୍ୟାସ ନେଇଛନ୍ତି। ନିର୍ବାଚନ ଲଢିବେ ନାହିଁ କିନ୍ତୁ ସେ କଂଗ୍ରେସରେ ରହିବେ ବୋଲି ସୁନୀଲ ଜାଖର କହିଛନ୍ତି।
ରାଜନୀତିରେ ରହିବା ପ୍ରସଙ୍ଗର ପ୍ରଶ୍ନ ଉପରେ ସୁନୀଲ ଜାଖର (Sunil Jakhar) ନୀରବତା ଭାଙ୍ଗିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଭର୍ଚୁଆଲ୍ ରାଲି ସମ୍ପର୍କରେ ସୁନୀଲ ଜାଖର ରବିବାର ଲୁଧିଆନାରେ ଥିଲେ। ଜାକର କହିଛନ୍ତି, ମୁଁ ସକ୍ରିୟ ରାଜନୀତିଠାରୁ ଦୂରରେ ଅଛି। ମୁଁ ଗତ ପାଞ୍ଚ ଦିନ ଧରି ଏହା କହୁଛି। କିନ୍ତୁ ମୁଁ କଂଗ୍ରେସ (Congress) ର ଏକ ଅଂଶ ହେବା ଜାରି ରଖିଛି। ଅମରିନ୍ଦର ସିଂଙ୍କ ଆକସ୍ମିକ ବିଦାୟ ପରେ ଦଳର ୪୨ ଜଣ ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ସୁନୀଲ ଜାଖର ଦାବି କରିଛନ୍ତି।
Also Read: ମଦ-ମାଂସ ନୁହେଁ ଜୀଅନ୍ତା ମାଛ ଧରି ବୁଲୁଛନ୍ତି ସରପଞ୍ଚ ପ୍ରାର୍ଥୀ
ଅମରିନ୍ଦର ସିଂଙ୍କ ବିଦାୟ ପରେ ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରେ ସୁନୀଲ ଜାଖର ଅଗ୍ରଣୀ ଥିଲେ। କିନ୍ତୁ ଦଳ ଚରଣଜିତ ସିଂ ଚନ୍ନିଙ୍କୁ ବାଛି ଥିଲା। ଫଳରେ ଚରଣଜିତ୍ ସିଂ ଚନ୍ନି (Charanjit Singh Channi), ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଲୋକସଭା ବାଚସ୍ପତି ବଳରାମ ଜାଖର (Balaram Jakhar) ଙ୍କ ପୁଅ ସୁନୀଲ ଜାଖର। ଫେବୃଆରୀ ୨୦ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କ ଜ୍ୱାଇଁ ସନ୍ଦୀପ ଜାଖର, ଆବୋହର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରୁଛନ୍ତି।
ଅବୋହରର ପଞ୍ଜକୋସି ଗ୍ରାମରେ ୧୯୫୪ ମସିହାରେ ସୁନୀଲ ଜାଖର ଜନ୍ମଗ୍ରହଣ କରିଥିଲେ। ସେ ୨୦୦୨ରୁ ୨୦୧୭ ପର୍ଯ୍ୟନ୍ତ ଲଗାତର ତିନିଥର ଅବୋହରରୁ ବିଧାୟକ (Punjab MLA) ଭାବରେ ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ପୂର୍ବ ଅକାଳି-ବିଜେପି ସରକାର ସମୟରେ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଛନ୍ତି।