ଅମରିନ୍ଦର ସିଂଙ୍କୁ କାହିଁକି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲା କଂଗ୍ରେସ? କାରଣ କହିଲେ ରାହୁଲ
Advertisement

ଅମରିନ୍ଦର ସିଂଙ୍କୁ କାହିଁକି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲା କଂଗ୍ରେସ? କାରଣ କହିଲେ ରାହୁଲ

Punjab Election 2022: ଗତ ବର୍ଷ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବର ସିଏମ (Punjab CM) ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଚରଣଜିତ ସିଂ ଚନ୍ନି (Charanjit Singh Channi) ଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯାଇଥିଲା । ପରେ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) କଂଗ୍ରେସ (Congress) ଛାଡିଥିଲେ । ତା’ପରେ ସେ ଏକ ନୂତନ ଦଳ ଗଠନ କରି ପଞ୍ଜାବ ନିର୍ବାଚନରେ ​​ବିଜେପି (BJP) ସହ ଏକ ମେଣ୍ଟ ଗଠନ କରିଛନ୍ତି । ତାଙ୍କ ଦଳର ନାମ ହେଉଛି ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ।

ଅମରିନ୍ଦର ସିଂଙ୍କୁ କାହିଁକି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲା କଂଗ୍ରେସ? କାରଣ କହିଲେ ରାହୁଲ

ନୂଆଦିଲ୍ଲୀ: Punjab Election 2022: ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Election 2022) ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି । ଆସନ୍ତା ୨୦ ତାରିଖରେ ପଞ୍ଜାବରେ ଭୋଟ ଗ୍ରହଣ ହେବାରେ ଅଛି । ଏହି ସମୟରେ ସମସ୍ତ ରାଜନୈତିକ ଦଳର ନେତାମାନେ ନିଜ ନିଜ ଦଳ ପାଇଁ ପ୍ରଚାରରେ ଲାଗିଛନ୍ତି । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Congress MP Rahul Gandhi) ଆଜି (ଗୁରୁବାର) ପଞ୍ଜାବରେ ନିର୍ବାଚନ ରାଲି କରିଛନ୍ତି । ଏହି ସମୟରେ କଂଗ୍ରେସ ସାଂସଦ କହିଛନ୍ତି ଯେ, କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ହଟାଇ ଦିଆଯାଇଛି? ଗତ ବର୍ଷ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବର ସିଏମ (Punjab CM) ପଦରୁ ଇସ୍ତଫା ଦେଇଥିଲେ ।

ଏହା ପରେ ଚରଣଜିତ ସିଂ ଚନ୍ନି (Charanjit Singh Channi) ଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯାଇଥିଲା । ପରେ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) କଂଗ୍ରେସ (Congress) ଛାଡିଥିଲେ । ତା’ପରେ ସେ ଏକ ନୂତନ ଦଳ ଗଠନ କରି ପଞ୍ଜାବ ନିର୍ବାଚନରେ ​​ବିଜେପି (BJP) ସହ ଏକ ମେଣ୍ଟ ଗଠନ କରିଛନ୍ତି । ତାଙ୍କ ଦଳର ନାମ ହେଉଛି ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ।

ପଞ୍ଜାବର ସିରହିନ୍ଦରେ ଅନୁଷ୍ଠିତ ରାଲିରେ ରାହୁଲ ଗାନ୍ଧୀ (Rahul Gandhi) କହିଛନ୍ତି ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂଙ୍କୁ ଏଥିପାଇଁ ହଟାଇ ଦିଆଯାଇଛି କାରଣ ସେ ପଞ୍ଜାବର ଗରିବ ଲୋକଙ୍କୁ ବିଦ୍ୟୁତ୍ ବିଲ୍ ଛାଡ଼ କରି ନଥିଲେ । ଅମରିନ୍ଦର ଜୀ ମୋତେ କହିଥିଲେ ଯେ ବିଦ୍ୟୁତ୍ କମ୍ପାନୀଗୁଡିକ ସହିତ ଆମର ଚୁକ୍ତିନାମା ଥିବାରୁ ଆମେ ବିଦ୍ୟୁତ୍ ଛାଡ଼ କରିପାରିବୁ ନାହିଁ ।

ଏହା ବି ପଢ଼ନ୍ତୁ:-ଚଉଠି ରାତିରେ ପୂରା ଗାଁ ବସିଥାଏ ରୁମ୍ ବାହାରେ, କାରଣ ଜାଣି ହୋଇଯିବେ ଆପଣ ଚକିତ

ଏହା ବି ପଢ଼ନ୍ତୁ:-ଋଷ ଯଦି ୟୁକ୍ରେନ ଉପରେ କରେ ଆକ୍ରମଣ ତ କାହାର ସାଥ୍ ଦେବ ଭାରତ? ଜାଣନ୍ତୁ କ’ଣ ଆଶା ରଖିଛି ଆମେରିକା

ଏହା ବି ପଢ଼ନ୍ତୁ:-ସେନା ନ ପଠାଇ ମଧ୍ୟ ୟୁକ୍ରେନ ଉପରେ ବଡ଼ ଆକ୍ରମଣ କଲା ଋଷ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'କାଚା ବାଦାମ' ଗୀତର ଗାୟକ ଭୁବନ କେତେ ସମ୍ପତ୍ତିର ମାଲିକ, ଜାଣି ଉଡ଼ିଯିବ ଆପଣଙ୍କ ହୋଶ୍!

 

ରାହୁଲ ଗାନ୍ଧୀ କହିଛନ୍ତି ଯେ, ପଞ୍ଜାବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶାନ୍ତି ଓ ଭାଇଚାରା, ଏହାଠାରୁ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯେଉଁ ଦିନ ଏହା ଅଦୃଶ୍ୟ ହେବ, ସେହି ଦିନ ଏଠାରେ ନା ରୋଜଗାର ମିଳିବ ନା ପ୍ରଗତି ହେବ । ସେ କହିଛନ୍ତି ଯେ, ସମଗ୍ର ରାଜ୍ୟର କ୍ଷତି ହେବ । ପଞ୍ଜାବକୁ ଶାନ୍ତି ଓ ଭାଇଚାରାର ରକ୍ଷା କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ଓ  ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ, ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଥିବାବେଳେ ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।