'ମୋଦିଙ୍କ ବିରୋଧରେ କହୁଥିବା ବ୍ୟକ୍ତି ଯଦି ରାହୁଲଙ୍କୁ ସମର୍ଥନ କରିପାରୁନି ତେବେ କଂଗ୍ରେସ ଛାଡ଼ୁ'

ଦିଗବିଜୟ ସିଂ ଏହା ମଧ୍ୟ କହିଛନ୍ତି ଯେ, ଯଦି କିଛି ନେତା ଏହାକୁ ପ୍ରଶଂସା କରିପାରିବେ ନାହିଁ, ତେବେ ସେମାନେ କାହିଁକି କଂଗ୍ରେସରେ ଅଛନ୍ତି ?

'ମୋଦିଙ୍କ ବିରୋଧରେ କହୁଥିବା ବ୍ୟକ୍ତି ଯଦି ରାହୁଲଙ୍କୁ ସମର୍ଥନ କରିପାରୁନି ତେବେ କଂଗ୍ରେସ ଛାଡ଼ୁ'

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କେନ୍ଦ୍ରର ମୋଦି ସରକାର ଓ ୟୁପିର ଯୋଗୀ ସରକାର ବିରୋଧରେ ଆକ୍ରମଣାତ୍ମକ ଭାବେ ସ୍ୱର ଉତ୍ତୋଳନ କରିବାକୁ ନେଇ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦୃଢ଼ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ହିତ ସହ ଜଡ଼ିତ ଓ ୟୁପିର ମାମଲାରେ ଯେଉ ଆକ୍ରାମକ ଭାବେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଉଠାଉଛନ୍ତି, ଏହାର ସଂପୂର୍ଣ୍ଣ ରୂପେ ସମର୍ଥନ କରୁଛନ୍ତି । ଦିଗବିଜୟ ସିଂ ଏହା ମଧ୍ୟ କହିଛନ୍ତି ଯେ, ଯଦି କିଛି ନେତା ଏହାକୁ ପ୍ରଶଂସା କରିପାରିବେ ନାହିଁ, ତେବେ ସେମାନେ କାହିଁକି କଂଗ୍ରେସରେ ଅଛନ୍ତି ?

ଦିଗବିଜୟ ସିଂ ଏକ ଲେଖା ସେୟାର କରି ଅନେକ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସେହି ଆକ୍ରମଣାତ୍ମକ ମନୋଭାବକୁ ସମର୍ଥନ କରୁଛି, ଯେଉଁଥିରେ ସେମାନେ ଜାତୀୟ ତଥା ୟୁପି ସ୍ୱାର୍ଥର ପ୍ରସଙ୍ଗ ଉଠାଉଛନ୍ତି । ଯଦି କଂଗ୍ରେସର କିଛି ନେତା ଏହାକୁ ପ୍ରଶଂସା କରିପାରିବେ ନାହିଁ, ତେବେ ସେମାନେ କାହିଁକି କଂଗ୍ରେସରେ ଅଛନ୍ତି ?

ସେ କହିଛନ୍ତି ଯେ, କଂଗ୍ରେସରେ କେହି ତାଙ୍କୁ ବିରୋଧ କରୁନାହାଁନ୍ତି । ଏହି ଧାରଣା ଆପଣଙ୍କର ବାସ୍ତବତାଠାରୁ ଗଣମାଧ୍ୟମରେ ଅଧିକ ରହିଛି । କଂଗ୍ରେସରେ କେଉଁ ମାନେ ଅଛନ୍ତି, ଯିଏ ମୋଦୀଙ୍କ ଉପରେ ନରମ ଆଭିମୁଖ୍ୟ ଗ୍ରହଣ କରିବାକୁ ଚାହୁଁଛନ୍ତି । ସେମାନଙ୍କ ମନରେ ଦଳ ସହ ବା ଯଦି ସେମାନଙ୍କ ପାଖରେ ସାହସ ଅଛି ତେବେ ସର୍ବସାଧାରଣରେ କଥା ହେବାକୁ ସାହସ ରଖନ୍ତୁ ।

ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଉଥିବା ନେତା ବୋଲି କହିଛନ୍ତି ଦିଗବିଜୟ ସିଂ । କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, ସେ(ରାହୁଲ ଗାନ୍ଧୀ) ୨୦୧୯ରେ ମୋଦିଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜର ଭାବରେ ଉଭା ହୋଇଥିଲେ । ସେ କଂଗ୍ରେସ ଅଧ୍ୟକ୍ଷ କିମ୍ବା ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଭାବରେ ଦଳକୁ ମଜବୁତ କରିବାର କାର୍ଯ୍ୟ ଜାରି ରଖିବା ଉଚିତ ଥିଲା । ସେ କାହିଁକି ସ୍ବେଚ୍ଛାକୃତ ଭାବରେ ପୁରା ଦୃଶ୍ୟରୁ ହଟି ଗଲେ ?