Omar Abdullah: ୨୦୨୪ ସାଧାରଣ ନିର୍ବାଚାଚନରେ ମୋଦିଙ୍କୁ ଏହି ନେତା ଦେବେ ଚ୍ୟାଲେଞ୍ଜ
Advertisement

Omar Abdullah: ୨୦୨୪ ସାଧାରଣ ନିର୍ବାଚାଚନରେ ମୋଦିଙ୍କୁ ଏହି ନେତା ଦେବେ ଚ୍ୟାଲେଞ୍ଜ

Kasmrir Politics: ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପୂର୍ବତନ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଧାରା ୩୭୦ ପ୍ରସଙ୍ଗରେ ଓମାର ଅବଦୁଲ୍ଲା କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆମେ କାହାକୁ ସ୍ୱପ୍ନ ଦେଖାଉ ନାହୁଁ।

Omar Abdullah: ୨୦୨୪ ସାଧାରଣ ନିର୍ବାଚାଚନରେ ମୋଦିଙ୍କୁ ଏହି ନେତା ଦେବେ ଚ୍ୟାଲେଞ୍ଜ

Kasmrir Politics: ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପୂର୍ବତନ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା (Omar Abdullah) ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ସମ୍ମିଳନୀରେ ଓମାର ଅବଦୁଲ୍ଲାଙ୍କ ସହିତ ମଦ୍ରାସା, ଧାରା 370, ଜ୍ଞାନବାପି ମସଜିଦ, ପାକିସ୍ତାନ, ଜାମ୍ମୁ-କାଶ୍ମୀର ନିର୍ବାଚନ ଏବଂ କାଶ୍ମୀରର ଆଗାମୀ ନିର୍ବାଚନ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ଧାରା ୩୭୦ ପ୍ରସଙ୍ଗରେ ଓମାର ଅବଦୁଲ୍ଲା କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad)ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆମେ କାହାକୁ ସ୍ୱପ୍ନ (Dream) ଦେଖାଉ ନାହୁଁ। ପ୍ରଥମେ ସିଏ ନିଶ୍ଚିତ କରନ୍ତୁ ଯେ, କିଏ କାହାକୁ ସ୍ୱପ୍ନ ଦେଖାଉଛି। ଆମର ଶାସନ ଉପରେ ଟିକିଏ ବି ଭରସା ନାହିଁ ଯେ, ସେମାନେ ଧାରା ୩୭୦କୁ ପୁନଃ ଫେରାଇବେ। ଏପରିକି କଂଗ୍ରେସ ଉପରେ ମଧ୍ୟ ଏହାକୁ ଫେରାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଆମେ ନିଜର ଲଢେଇ ସୁପ୍ରିମ କୋର୍ଟରେ ଜାରି ରଖିବୁ। 

ସୁପ୍ରିମକୋର୍ଟଙ୍କ ପଛରେ ସରକାର କେତେ ଦିନ ଲୁଚି ରହିବେ ବୋଲି ଓମାର ଅବଦୁଲ୍ଲା କହିଛନ୍ତି। ସରକାର ଆମକୁ ଭୟ କରୁଛନ୍ତି। ଓମାର କହିଥିଲେ, ଏଥିପାଇଁ ଆମେ ରାସ୍ତାକୁ ଓହ୍ଲାଇବୁ ନାହିଁ। କାରଣ ମୁଁ ଜାଣିଛି ରାସ୍ତାକୁ ଓହ୍ଲାଇଲେ ଏଠାରେ ମାହୋଲ ଖରାପ ହେବାକୁ ବେଶି ସମୟ ଲାଗିବ ନାହିଁ। ଆଉ କାଶ୍ମୀର ଥରେ ମାହୋଲ ଖରାପ ହେଲେ ସାଧାରଣ ଜନତା କେତେ ଅସୁବିଧାରେ ପଡନ୍ତି ତାହା ମୁଁ ଭଲଭାବେ ଅନୁଭବ କରିଛି। ଆମେ ଆମ ଯୁବଗୋଷ୍ଠିଙ୍କ ଭବିଷ୍ୟତକୁ ନେଇ ଖେଳିବୁ ନାହିଁ। ସେ କହିଛନ୍ତି ମୁଁ ପ୍ରତାରଣାର ରାଜନୀତି କରେ ନାହିଁ। ମୁଁ ୩୭୦କ ନେଇ ଲୋକଙ୍କୁ ସ୍ୱପ୍ନ ଦେଖାଇ ନାହିଁ। 

ଓମାର ଅବଦୁଲ୍ଲା କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ହେବାକୁ ଥିବା ନିର୍ବାଚନରେ ​​ସେ ସିଏମ୍ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି। ଏହି ନିର୍ବାଚନ ପ୍ରମାଣ କରିବା ପାଇଁ ହେବ ଯେ ୫ ଅଗଷ୍ଟ ୨୦୧୯ରେ ଏଠାରେ ଯାହା ଘଟିଥିଲା ତାହା ଭୁଲ୍ ଥିଲା। ଓମାର ଆହୁରି କହିଛନ୍ତି ଯେ, ବିକାଶ ଏଠାରେ ଏକ ପ୍ରସଙ୍ଗ ତ ହେବ କିନ୍ତୁ ଏହା ଏକ ଛୋଟ ପ୍ରସଙ୍ଗ ହେବ। ସେ କହିଛନ୍ତି ଯେ, କାଶ୍ମୀରରେ ନିର୍ବାଚନ ଭାବନା ଉପରେ ଲଢାଯାଏ। ଏହି ନିର୍ବାଚନରେ ​​ମଧ୍ୟ ଭାବନାକୁ ନେଇ ଲଢେଇ କରାଯିବ।

ମେଣ୍ଟକୁ ନେଇ ଓମାର ଅବଦୁଲ୍ଲା କହିଥିଲେ ଯେ, ଆମେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛୁ। ଆମର ଏବେ ଏକ ବୈଠକ ହୋଇଥିଲା ଯେଉଁଥିରେ ଆମେ ସମସ୍ତେ ସହମତ ହୋଇଥିଲୁ ଯେ, ନିର୍ବାଚନରେ ଅଲଗା ଅଲଗା ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ କିନ୍ତୁ ଆମର ରାଜନୈତିକ ଉଦ୍ଦେଶ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପାକିସ୍ତାନ (Pakistan) ପ୍ରସଙ୍ଗରେ ଓମାର ଅବଦୁଲ୍ଲା କହିଛନ୍ତି ଯେ, ଆମର ଝଗଡା ପାକିସ୍ତାନୀ ସେନା ସହିତ, ସେଠାକାର ସରକାର ସହିତ, ଆଇଏସଆଇ ସହିତ ରହିଛି କିନ୍ତୁ, ସେଠାକାର ସାଧାରଣ ଜନତାଙ୍କ ସହ ନୁହେଁ। ଖରାପ ସମୟରେ ଆମେ କାହାକୁ ସାହାଯ୍ୟ କରିବା ଉଚିତ୍।

ଓମାର ଅବଦୁଲ୍ଲା କହିଛନ୍ତି ଯେ, ୨୦୨୪ ମସିହାରେ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଭଲ ଚ୍ୟାଲେଞ୍ଜ ଦେଇପାରିବେ, କାରଣ ବିହାର ବାହାରେ ନୀତିଶ କୁମାରଙ୍କୁ କେହି ଜାଣନ୍ତି ନାହିଁ। ତାଙ୍କ ଅପେକ୍ଷା ଅରବିନ୍ଦ କେଜ୍ରିୱାଲ ପିଏମ ମୋଦିଙ୍କ ପାଇଁ ଆହ୍ବାନ ସୃଷ୍ଟି କରିପାରନ୍ତି।